Monday, March 23, 2026
24.7 C
Odisha

    ଟ୍ରମ୍ପଙ୍କୁ ଝଟକା ! ଯୁଦ୍ଧବିରତି ନେଇ ଆଲୋଚନା ହୋଇନଥିବା କହିଲା ଇରାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଟ୍ରମ୍ପଙ୍କୁ ଝଟକା ! ଇରାନ ମନା କଲା । ଆମେରିକା ସହ କୌଣସି ସିଧାସଳଖ ଆଲୋଚନା ହୋଇନଥିବା କହିଛି ଇରାନ । ଇରାନର ବୈଦେଶିକ ମନ୍ତ୍ରୀ ଆମେରିକାର ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ୱାଶିଂଟନ୍ ସହିତ ସେମାନଙ୍କର କୌଣସି ସିଧାସଳଖ ଆଲୋଚନା ହୋଇନାହିଁ । ଆମେରିକା କେବଳ ସମୟ ଗଡ଼ାଇବା ପାଇଁ ଏଭଳି ମିଥ୍ୟା ପ୍ରଚାର କରୁଛି ବୋଲି ଇରାନ ଅଭିଯୋଗ କରିଛି ।

    ଇରାନ ସରକାର ସ୍ପଷ୍ଟ କରିଛନ୍ତି ଯେ, ସେମାନେ କୌଣସି ଯୁଦ୍ଧବିରତି (Ceasefire) ଚୁକ୍ତି ଉପରେ ସହମତ ହୋଇନାହାନ୍ତି । ଯଦିଓ କିଛି ଆଲୋଚନା ଚାଲିଛି, ତାହା କେବଳ ଅନ୍ୟ ଦେଶମାନଙ୍କ ମଧ୍ୟସ୍ଥତାରେ ହେଉଛି । କିନ୍ତୁ ଆମେରିକା ସହ ସାମ୍ନାସାମ୍ନି କୌଣସି କଥାବାର୍ତ୍ତା ହୋଇନାହିଁ ବୋଲି ଇରାନ ମନା କରିଛି ।

    ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଗତ ଦୁଇ ଦିନରେ ଇରାନ ଓ ଆମେରିକା ମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଥିବା ଟ୍ରମ୍ପ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି । ଆମ ଶତ୍ରୁଙ୍କ ସହ ଆଲୋଚନା ଏକପ୍ରକାର ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି ବୋଲି ଆମେରିକା କହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.7 ° C
    24.7 °
    24.7 °
    35 %
    1.5kmh
    76 %
    Mon
    25 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ