Monday, April 6, 2026
31.8 C
Odisha

    ଟ୍ରମ୍ପଙ୍କ ଡିନରରେ ଯୋଗଦେଲେ ମୁକେଶ ଅମ୍ବାନି

    ଆଗକୁ ପଢନ୍ତୁ

    ଓ୍ବାସିଂଟନ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଆୟୋଜିତ ରାତ୍ରୀ ଭୋଜନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀ ଯୋଗ ଦେଇଥିଲେ।

    ଅମ୍ବାନୀ ପରିବାର ଅନ୍ୟ ଭାରତୀୟ ଉଦ୍ୟୋଗୀଙ୍କ ସହ ରାତ୍ରି ଭୋଜନରେ ଉପସ୍ଥିତ ଥିଲେ, ଯେପରିକି ଏମ୩ଏମ ଡେଭଲପର୍ସର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ବଂଶଲ ଏବଂ ଟ୍ରାଇବେକା ଡେଭଲପର୍ସ ପ୍ରତିଷ୍ଠାତା କଳ୍ପେଶ ମେହେଟ୍ଟା । ଭାରତରେ ଟ୍ରମ୍ପ ଟାୱାର ସ୍ଥାପନରେ କଳ୍ପେଶ ମେହେଟ୍ଟା ପ୍ରମୁଖ ଅଂଶୀଦାର ଅଟନ୍ତି। ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଫଟୋରେ ମେହେଟ୍ଟା ମୁକେଶ ଏବଂ ନୀତା ଅମ୍ବାନୀଙ୍କ ସହ ପୋଜ ଦେଉଥିବାର ଦେଖିବାକୁ ମିଳିଛି ।

    ଏହି ଅବସରରେ ମୁକେଶ ଅମ୍ବାନୀ କଳା ରଙ୍ଗର ସୁଟ୍ ପିନ୍ଧିଥିବା ବେଳେ ନୀତା ଅମ୍ବାନୀ ସିଲ୍କ ଶାଢ଼ି ସହ ଲମ୍ବା ଓଭରକୋଟ୍ ପିନ୍ଧିଥିଲେ। ଏହି କାର୍ଯ୍ୟକ୍ରମରେ ଆହୁରି ଅନେକ ବଡ଼ ବଡ଼ ଶିଳ୍ପପତି ମଧ୍ୟ ଯୋଗ ଦେଇଥିଲେ। ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଏବଂ ମେଟା ସିଇଓ ମାର୍କ ଜୁକରବର୍ଗ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେହିପରି ଟେସଲା ଓ ଟ୍ବିଟରର ମୁଖ୍ୟ ଏଲନ ମସ୍କ ମଧ୍ୟ ଏହି ଡିନରରେ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.8 ° C
    31.8 °
    31.8 °
    38 %
    6kmh
    61 %
    Mon
    30 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ