Tuesday, April 7, 2026
24.4 C
Odisha

    ଟ୍ରମ୍ପଙ୍କ ଧମକ ପରେ ନରମିଲା ରୁଷ, କହିଲା ଆଲୋଚନା ପାଇଁ ପ୍ରସ୍ତୁତ

    ଆଗକୁ ପଢନ୍ତୁ

    ମସ୍କୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରେ ଯୁଦ୍ଧ ଶେଷ କରିବାକୁ ରୁଷକୁ କହିଛନ୍ତି। ଏହାପରେ ରୁଷର ବୟାନ ଆସିଛି । ରୁଷ୍ ମଧ୍ୟ ଏବେ ଯୁଦ୍ଧ ଶେଷ କରିବାକୁ ପ୍ରସ୍ତୁତ ବୋଲି କହିଥିବା ବେଳେ ଏଭଳି ଆଲୋଚନା ପାରସ୍ପରିକ ସମ୍ମାନ ଉପରେ ଆଧାରିତ ହେବା ଉଚିତ ବୋଲି କହିଛି। ଅର୍ଥାତ୍ ଆଲୋଚନାରେ ଏକତରଫା ନିଷ୍ପତ୍ତି ନ ନେବାକୁ ରୁଷ ଦାବି କରିଛି।

    ଗୁରୁବାର ଦିନ ରୁଷିଆ ଟ୍ରମ୍ପଙ୍କୁ ଜବାବ ଦେଇ କହିଛି ଯେ ଟ୍ରମ୍ପଙ୍କ ସହ ପାରସ୍ପରିକ ସମ୍ମାନଜନକ କଥାବାର୍ତ୍ତା ପାଇଁ ସେ ପ୍ରସ୍ତୁତ ଅଛନ୍ତି। ପୁଟିନଙ୍କ ମନ୍ତବ୍ୟ ସମ୍ପର୍କରେ ସାମ୍ବାଦିକମାନେ ପଚାରିବାରୁ କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ୍ କହିଛନ୍ତି, ଆମେ ଏଥିରେ କିଛି ନୂଆ ଦେଖୁନାହୁଁ। ତାଙ୍କ ବୟାନ ଉପରେ ରୁଷ୍ ତୀକ୍ଷ୍ଣ ନଜର ରଖିଛି।

    ବୁଧବାର ଟ୍ରମ୍ପ ଧମକ ଦେଇଥିଲେ ଯେ ଯଦି ପୁଟିନ୍ ଯୁଦ୍ଧ ଶେଷ କରିବାକୁ ରାଜି ନହୁଅନ୍ତି ତେବେ ମସ୍କୋ ଉପରେ ଆହୁରି ଅଧିକ ପ୍ରତିବନ୍ଧକ ଲଗାଇବେ। ଯଦି ଆମେ କୌଣସି ଚୁକ୍ତିରେ ପହଞ୍ଚିପାରିବୁ ନାହିଁ, ତେବେ ଋଷିଆ ଆମେରିକା କିମ୍ବା ଅନ୍ୟ ଦେଶକୁ ବିକ୍ରି କରୁଥିବା ସମସ୍ତ ଜିନିଷ ଉପରେ ଉଚ୍ଚ ଟିକସ ଏବଂ ପ୍ରତିବନ୍ଧକ ଲଗାଇବା ବ୍ୟତୀତ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ ବୋଲି ସେ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.4 ° C
    24.4 °
    24.4 °
    67 %
    0.7kmh
    25 %
    Tue
    36 °
    Wed
    38 °
    Thu
    38 °
    Fri
    38 °
    Sat
    37 °

    ସମ୍ବନ୍ଧିତ