Wednesday, May 13, 2026
25.1 C
Odisha

    ମହଙ୍ଗା ପଡିଲା ବାଲ୍ୟ ବିବାହ, ଯୁବକଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ

    ଆଗକୁ ପଢନ୍ତୁ

    ଯାଜପୁର : ଯାଜପୁର ଜିଲ୍ଲା କୋରେଇ ଥାନା ଅଂଚଳରେ ଘଟିଛି ଅଘଟଣ । ନାବାଳିକାଙ୍କୁ ବାହାଘର କରିଦିଆଯାଇଥିଲା । ଆଜି ଥିଲା ଚତୁର୍ଥୀ । ଜିଲ୍ଲା ଶିଶୁ ସୁରକ୍ଷା ଓ ସମାଜ ମଙ୍ଗଳ ବିଭାଗ ଏ ସମ୍ପର୍କରେ ଖବର ପାଇ ଚଢ଼ାଉ କରିଥିଲେ । ନାବାଳିକାଙ୍କୁ ଉଦ୍ଧାର କଲା ଟିମ୍ । ସଂପୃକ୍ତ ଯୁବକ ଫେରାର । ନାବାଳିକାଙ୍କ ବୟସ ୧୬ବର୍ଷ ହୋଇଥିବା ବେଳେ ଯୁବକଙ୍କ ବୟସ ୨୫ବର୍ଷ । ନାବାଳିକା ଜଣକ କେଉଁଝର ଅଞ୍ଚଳର ବୋଲି ଜଣାପଡ଼ିଛି । ଯୁବକଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ ଓ ଶିଶୁ ସୁରକ୍ଷା ବିଭାଗ ଘଟଣାର ଅନୁସନ୍ଧାନ ଜାରି ରଖିଛି । ସେପଟେ ନାବାଳିକାଙ୍କ ପରିବାର ଲୋକେ ସଚେତନ ନଥିବାରୁ ବାହାଘର କରିଥିବା କହିଛନ୍ତି । ସେପଟେ ନାବାଳିକାଙ୍କ ଉପଯୁକ୍ତ ଥଇଥାନ ଓ ପାଠପଢ଼ା ଆଦିର ସମସ୍ତ ଦାୟିତ୍ବ ନେଇଛି ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.1 ° C
    25.1 °
    25.1 °
    78 %
    1.3kmh
    64 %
    Wed
    40 °
    Thu
    42 °
    Fri
    43 °
    Sat
    43 °
    Sun
    43 °

    ସମ୍ବନ୍ଧିତ