Friday, December 19, 2025
12.7 C
Odisha

    ଟ୍ରମ୍ପ ଆରମ୍ଭ କଲେ ମହାଯୁଦ୍ଧ!ସମୁଦ୍ରରେ କଲେ ସବୁଠୁ ବଡ଼ ନାକାବନ୍ଦୀ

    ଆଗକୁ ପଢନ୍ତୁ

    ଆମେରିକା : ଭେନେଜୁଏଲା ବିରୋଧରେ ଟ୍ରମ୍ପଙ୍କ ‘ମହାଯୁଦ୍ଧ’! । ସମୁଦ୍ର ମଝିରେ ଅଟକିଲା ତେଲ ଟ୍ୟାଙ୍କର । ଆମେରିକାର ସବୁଠୁ ବଡ଼ ନାକାବନ୍ଦୀ । ମାଦୁରୋ ସରକାରକୁ ‘ଆତଙ୍କବାଦୀ’ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି । ଗତ ୧୬ ତାରିଖରେ ଆମେରିକା ଭେନେଜୁଏଲାର ସମସ୍ତ ତୈଳ ଟ୍ୟାଙ୍କର ଉପରେ “ସମ୍ପୂର୍ଣ୍ଣ ରୋକ୍” ବା ବ୍ଲକେଡ୍ ଲଗାଇବ ବୋଲି ଘୋଷଣା କରିଥିଲେ ଟ୍ରମ୍ପ ।

    ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଶାସନକୁ ଏକ “ବିଦେଶୀ ଆତଙ୍କବାଦୀ ସଙ୍ଗଠନ” ବୋଲି ଆଖ୍ୟା ଦେଇଛନ୍ତି । ଭେନେଜୁଏଲା ଚୋରି ତେଲ ବିକ୍ରି କରି ସେହି ଟଙ୍କାରେ ଡ୍ରଗ୍ସ କାରବାର, ମଣିଷ ଚାଲାଣ ଏବଂ ହତ୍ୟା ଭଳି ଅପରାଧ କରୁଥିବା ଅଭିଯୋଗ ହୋଇଛି । ଦକ୍ଷିଣ ଆମେରିକା ଇତିହାସର ସବୁଠାରୁ ବଡ଼ ନୌସେନା ବାହିନୀ ବର୍ତ୍ତମାନ ଭେନେଜୁଏଲାକୁ ଚାରିପଟୁ ଘେରି ରହିଛି । ଆମେରିକାର ସମ୍ପତ୍ତି ଏବଂ ତୈଳ ଫେରସ୍ତ ନ ମିଳିବା ଯାଏଁ ସେନା ହଟିବ ନାହିଁ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି । ଆମେରିକା ନିକଟରେ ଭେନେଜୁଏଲାର ତେଲ ଟ୍ୟାଙ୍କର ଜବତ କରିବା ପରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଛି । ଏହି ଘଟଣା ପରେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ସାମାନ୍ୟ ବଢ଼ିଛି । ମାଦୁରୋ ଏହାକୁ ଆମେରିକାର ଦାଦାଗିରି ବୋଲି କହିଛନ୍ତି । ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଭେନେଜୁଏଲାର ଅର୍ଥନୀତିକୁ ସମ୍ପୂର୍ଣ୍ଣ ଦୋହଲାଇ ଦେବ ବୋଲି କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    12.7 ° C
    12.7 °
    12.7 °
    47 %
    1.6kmh
    0 %
    Fri
    26 °
    Sat
    27 °
    Sun
    27 °
    Mon
    28 °
    Tue
    27 °

    ସମ୍ବନ୍ଧିତ