Saturday, March 28, 2026
25 C
Odisha

    ଟ୍ରାଫିକ ପୋଲିସ ସାଜିଲେ ସିଦ୍ଧାନ୍ତ ମହାପାତ୍ର, ଅମାନିଆ ଚାଳକଙ୍କ ସହ କଲେ ଏମିତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳରେ ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ହେଲମେଟ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି। ଏହି ଅଭିଯାନରେ ବିଧାୟକ ମହାପାତ୍ର ଟ୍ରାଫିକ ପୋଲିସ ବେଶରେ ନିଜେ ଉପସ୍ଥିତ ରହି ଦୁଇ ଚକିଆ ଗାଡ଼ି ଚାଳକମାନଙ୍କୁ ହେଲମେଟ ବ୍ୟବହାର କରିବା ପାଇଁ ସଚେତନ କରାଇଛନ୍ତି। ଇନଫୋସିଟି ଅଞ୍ଚଳରେ ଥିବା ମାଗ୍ନେଟିକ୍ସ ସ୍କୋୟାର ନିକଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ମହାପାତ୍ର ନିଜେ ରାସ୍ତାରେ ଉପସ୍ଥିତ ରହି ଅମାନିଆ ଗାଡ଼ି ଚାଳକମାନଙ୍କୁ ଅଟକାଇ ସେମାନଙ୍କୁ ହେଲମେଟର ଗୁରୁତ୍ୱ ବୁଝାଇଥିଲେ। ସେ କହିଥିଲେ ଯେ, ହେଲମେଟ ବ୍ୟବହାର କେବଳ ନିୟମ ପାଳନ ନୁହେଁ, ବରଂ ନିଜ ଜୀବନ ସୁରକ୍ଷା ପାଇଁ ଏକ ଅତ୍ୟାବଶ୍ୟକୀୟ ପଦକ୍ଷେପ।

    ଏହି ଅଭିଯାନକୁ ଭୁବନେଶ୍ୱର-କଟକ ପୋଲିସ କମିଶନରେଟର ସହଯୋଗରେ ଆୟୋଜନ କରାଯାଇଥିଲା। ଇନଫୋସିଟି ଥାନା ଅଧିକାରୀଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକମାନେ ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ରାସ୍ତା ସୁରକ୍ଷା ପାଇଁ ଏଭଳି ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25 ° C
    25 °
    25 °
    50 %
    2.3kmh
    30 %
    Sat
    39 °
    Sun
    40 °
    Mon
    40 °
    Tue
    38 °
    Wed
    38 °

    ସମ୍ବନ୍ଧିତ