Friday, July 10, 2026
26.1 C
Odisha

    ଡ଼ହଡ଼ହ ଖରା, ଆସନ୍ତା ୨୪ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଏପ୍ରିଲ ମାସ ଆରମ୍ଭରୁ ଡ଼ହଡ଼ହ ଖରା । ଉପକୂଳରୁ ଉପାନ୍ତ ସବୁଠି ତାତି । ଆଜିଠୁ ଆହୁରି ବଢ଼ିବ ଖରା । ୯ ଜିଲ୍ଲାରେ ୪୦ ଡିଗ୍ରୀ ଟପିଲା ଖରା । ଆଗାମୀ ୫ ଦିନ ଯାଏ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ହିଟ୍ ଓ୍ବେଭ୍’ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୧୯ ତାରିଖ ଯାଏ ରାଜ୍ୟବାସୀଙ୍କୁ ତାତିରୁ ନିସ୍ତାର ମିଳିବ ନାହିଁ । ତାପମାତ୍ରା ଆହୁରି ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବା ସହ ପଣା ସଂକ୍ରାନ୍ତି ଅର୍ଥାତ୍ ଆଜି ଠାରୁ ବଢ଼ିବ ତାତିର ପ୍ରକୋପ । ହିଟ୍ ଓ୍ବେଭ ଏବଂ ଅଂଶୁଘାତ ଜନିତ ବିପଦରୁ ରକ୍ଷା ପାଇବା ପାଇଁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି ।

    ଆଜି ଉପକୂଳ ଓଡ଼ିଶାର ୧୧ ଜିଲ୍ଲା ଗଂଜାମ,ଗଜପତି, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ରେ ଅସହ୍ୟ ଗରମ ସହ ଗୁଳୁଗୁଳିର ସମ୍ଭାବନା ଥିବା ବେଳେ ଜିଲାଗୁଡ଼ିକୁ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କେବଳ ଉପକୂଳ ନୁହେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର , ବରଗଡ଼, ଝାରସୁଗୁଡା ଓ ସମ୍ବଲପୁରରେ ବି ଉଷ୍ମ ଓ ଆଦ୍ର ସ୍ଥିତି କୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.1 ° C
    26.1 °
    26.1 °
    85 %
    2.3kmh
    100 %
    Fri
    26 °
    Sat
    30 °
    Sun
    27 °
    Mon
    29 °
    Tue
    25 °

    ସମ୍ବନ୍ଧିତ