Sunday, June 22, 2025
34.6 C
Odisha

ଡ଼ିନରରେ ସାମିଲ କରନ୍ତୁ ପ୍ରୋଟିନରେ ଭରପୂର ଏହି ୪ଟି ଖାଦ୍ୟ, ସହଜରେ ହେବ ୱେଟ୍ ଲସ୍

ଆଗକୁ ପଢନ୍ତୁ

ଓଜନ ହ୍ରାସ କରିବା ଏକ ସହଜ କାମ ନୁହେଁ । ଓଜନ ହ୍ରାସ କରିବା ପାଇଁ ଡାଏଟ୍ ଠାରୁ ଆରମ୍ଭ କରି ଏକ୍ସରସାଇଜ୍ ପର୍ଯ୍ୟନ୍ତ ବହୁତ କିଛି କରିବାକୁ ପଡ଼େ । ଯାହା ବି ହେଉ ଶୀତ ସମୟରେ ଓଜନ ହ୍ରାସ କରିବା ଟିକେ କଷ୍ଟସାଧ୍ୟ ହୋଇଯାଏ । କାରଣ ଥଣ୍ଡା ପାଗରେ କମ୍ ଝାଳ ବାହାରିଥାଏ, ତେଣୁ ଭଲ ଭାବରେ ଫ୍ୟାଟ୍ ବର୍ନ ହୋଇପାରେ ନାହିଁ । ଓଜନ ହ୍ରାସ କରିବାକୁ ବ୍ୟାୟାମ ତ ଆବଶ୍ୟକ ହୋଇଥାଏ କିନ୍ତୁ ଏଥିପାଇଁ ନିଜ ଡାଏଟରେ ପ୍ରୋଟିନ୍ ସାମିଲ କରିବା ମଧ୍ୟ ଜରୁରୀ ଅଟେ ।

ପ୍ରାୟତଃ ଡାଏଟିସିଆନମାନେ କହିଥାନ୍ତି ଯେ ଯଦି ରାତ୍ରିଭୋଜନରେ ସଠିକ୍ ପରିମାଣର ପ୍ରୋଟିନ୍ ସମୃଦ୍ଧ ଖାଦ୍ୟ ଗ୍ରହଣ କରାଯାଏ, ତେବେ ଏହା କେବଳ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ନାହିଁ, ବରଂ ଆପଣଙ୍କୁ ପର୍ଯ୍ୟାପ୍ତ ଶକ୍ତି ମଧ୍ୟ ଯୋଗାଇଥାଏ । ଫ୍ୟାଟ୍ ବର୍ନ କରିବାରେ ପ୍ରୋଟିନ୍ ବେଶ ସହାୟକ ହୋଇଥାଏ ବୋଲି ଡାଏଟିସିଆନ୍ କହିଥାନ୍ତି । ତେବେ ଆସନ୍ତୁ ଜାଣିବା ଡିନରରେ କେଉଁ ପ୍ରୋଟିନ୍ ସମୃଦ୍ଧ ଖାଦ୍ୟ ଖାଇବା ଉଚିତ୍ ।

ମସୁର ଡାଲି:

ମସୁର ଡାଲି ଏକ ଉତ୍କୃଷ୍ଟ ଶାକାହାରୀ ପ୍ରୋଟିନର ଉତ୍ସ । ଗୋଟିଏ କପ ମସୁର ଡ଼ାଲିରେ ପ୍ରାୟ ୧୮ ଗ୍ରାମ ପ୍ରୋଟିନ୍ ମିଳିଥାଏ । ମସୁର ଡାଲି ଖାଇବା ଦ୍ୱାରା ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ଫୁଲ୍ ରହିଥାଏ । ଏହାକୁ ଏକ ସୁପ୍ ଭାବରେ ଡିନରରେ ସାମିଲ କରାଯାଇପାରିବ ।

ଗ୍ରିଲ୍ ଚିକେନ୍:

ଚିକେନ୍ ବ୍ରେଷ୍ଟରେ କମ୍ ପରିମାଣର ଚର୍ବି ଥାଏ ଏବଂ ଏହା ପ୍ରୋଟିନରେ ମଧ୍ୟ ଭରପୂର ହୋଇଥାଏ, ଯାହା ଓଜନ ହ୍ରାସ ପାଇଁ ଉପଯୁକ୍ତ । ଆପଣଙ୍କୁ କହି ରଖୁଛୁ ଯେ ଏଥିରେ କ୍ୟାଲୋରୀ କାଉଣ୍ଟ ମଧ୍ୟ କମ୍ ହୋଇଥାଏ, ଗ୍ରିଲ୍ ଚିକେନ୍ ବ୍ରେଷ୍ଟ ମାଂସପେଶୀକୁ ମଜବୁତ କରିବାରେ ଏବଂ ଓଜନ ହ୍ରାସ କରିବାରେ ବହୁତ ମାତ୍ରାରେ ସାହାଯ୍ୟ କରିଥାଏ ।

ଟୋଫୁ:

ଟୋଫୁରେ ଆମିନୋ ଏସିଡ୍ ଥାଏ ଏବଂ ଏହା ଆମ ମାଂସପେଶୀ ଗଠନ କରିଥାଏ । ରାତ୍ରୀ ଭୋଜନରେ ଏହାକୁ ଖାଦ୍ୟରେ ସାମିଲ କରାଯାଇପାରିବ । ବିଶେଷଜ୍ଞମାନେ କହିଛନ୍ତି ଯେ ଏଥିରେ କମ୍ କ୍ୟାଲୋରୀ ମଧ୍ୟ ଥାଏ । ଯାହା ଓଜନ ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ ।

କ୍ୱିନୋଆ:

କ୍ୱିନୋଆ ହେଉଛି ହାଇ ପ୍ରୋଟିନ୍ ଖାଦ୍ୟ ଏବଂ ଫାଇବରରେ ଭରପୂର ଶସ୍ୟ । ଏଥିରେ ୯ ପ୍ରକାରର ଆମିନୋ ଏସିଡ୍ ଥାଏ, ଯାହା ଓଜନ ହ୍ରାସ କରିବାରେ ବହୁତ ଲାଭଦାୟକ ହୋଇଥାଏ । କ୍ୱିନୋଆ ଆମର ହଜମ ପ୍ରକ୍ରିୟା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଆପଣ ସାଲାଡ, ସୁପ୍ କିମ୍ବା ପନିପରିବା ସହିତ ରାତ୍ରିଭୋଜନରେ କ୍ୱିନୋଆ ସାମିଲ କରିପାରିବେ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
broken clouds
34.6 ° C
34.6 °
34.6 °
45 %
4.5kmh
73 %
Sun
33 °
Mon
32 °
Tue
34 °
Wed
26 °
Thu
31 °

ସମ୍ବନ୍ଧିତ