Monday, October 19, 2026
21.6 C
Odisha

    ତୌବା ତୌବା’ ଗୀତ ଗାଇ ନାଚିଲେ ଆଶା: ୯୧ ବର୍ଷରେ କରିଥିବା ପ୍ରଦର୍ଶନରେ ପ୍ରଶଂସକ ମୁଗ୍ଧ

    ଆଗକୁ ପଢନ୍ତୁ

    ଦୁବାଇ: ବର୍ଷିଆନ ଗାୟିକା ଆଶା ଭୋସଲେ ୯୧ ବର୍ଷ ବୟସରେ ତାଙ୍କ ସଙ୍ଗୀତ ଓ ନୃତ୍ୟର ଯାଦୁରେ ଦର୍ଶକଙ୍କୁ ମୁଗ୍ଧ କରିଛନ୍ତି। ଦୁବାଇର ଲିଗାସି କନସର୍ଟରେ ଗତକାଲି ଆଶା ଗାଇଥିବା ଗୀତ ତୌବା ତୌବା ଇଣ୍ଟରନେଟ୍‌ରେ ଭାଇରାଲ ହୋଇଛି। କେବଳ ସେତିକି ନୁହେଁ, ଏହି ଗୀତ ଗାଇବା ଓ ନାଚିବାର ‌ଶୈଳୀ ଦର୍ଶକ ଓ ପ୍ରଶଂସକମାନଙ୍କୁ ମତୁଆଲା କରିଛି। ଏଥିପାଇଁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି। ଏପରିକି ଏହାର ଗୀତିକାର ଓ କଣ୍ଠଶିଳ୍ପୀ କରନ ‌ଔଜଲା ଏବଂ ଅଭିନେତା ଭିକି କୌଶଲ ପ୍ରଶଂସା କରିବାକୁ ଭୁଲିନାହାନ୍ତି। ଗୀତ‌କୁ ସେ ନିଜ ଶୈଳୀରେ ଏତେ ରୋଚକ ଭାବେ ଗାଇବା ସହ ନାଚିଥିଲେ ଯେ ତାହା ଅନେକ ସଙ୍ଗୀତଜ୍ଞ ଓ ପ୍ରଶଂସକଙ୍କ ମଧ୍ୟରେ ପ୍ରେରଣା ଭରିଛି । ଆଶା ଭୋସଲେଙ୍କ ଉକ୍ତ ଭିଡିଡିକୁ ଇଣ୍ଟରନେଟ୍‌ର ‘ଭିଡିଓ ଅଫ ଦି ଡେ’ ବୋଲି କୁହାଯାଇଛି।
    ଧଳା ରଙ୍ଗର ଶାଢ଼ି ପିନ୍ଧି ସେ ଏହି ଗୀତ ଗାଇଥିଲେ। ଆଶାଙ୍କ ପ୍ରଦର୍ଶନ ଦେଖିବା ପରେ ବୟସ ଏକ ସଂଖ୍ୟା ବୋଲି ଜଣେ ପ୍ରଶଂସକ ମତ ଦେଇଛନ୍ତି। କରନ ‌ଔଜଲା ଏକ ଲମ୍ବା ପୋଷ୍ଟ କରି ଆଶାଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ଲେଖିଛନ୍ତି ଆଶା ଭୋସଲେଜୀ, ସଙ୍ଗୀତର ଜୀବନ୍ତ ଦେବୀ ଏବେ ତୌବା ତୌବା ଗୀତ ଗାଇଛନ୍ତି। ଏହି ଗୀତକୁ ଜଣେ ଛୋଟ ପିଲା ଏକ ଛୋଟିଆ ଗାଁରେ ଲେଖିଥିଲା, ଯାହା ପାଖରେ ‌ସଙ୍ଗୀତର କୌଣସି ପୃଷ୍ଠଭୂମି କିମ୍ବା ସଙ୍ଗୀତରେ ବ୍ୟବହୃତ ହେଉଥିବା ଯନ୍ତ୍ରପାତି ସଂପର୍କରେ କୌଣସି ଜ୍ଞାନ ନଥିଲା। ବାସ୍ତବରେ ଆଶାଙ୍କ ଗୀତ ଗାଇବା ଓ ନାଚିବାର ମୁହୂର୍ତ୍ତ ଏଭଳି ଥିଲା ଯେ ତାହାକୁ ସେ କଦାପି ଭୁଲି ପାରିବେ ନାହିଁ ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ