Tuesday, October 7, 2025
22.7 C
Odisha

    ଡ଼୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ପଚିଗଲାଣି ସପୁରୀ

    ଆଗକୁ ପଢନ୍ତୁ

    ରାୟଗଡ଼ା: ସାରା ରାଜ୍ୟରେ ଡ଼୍ରାଇଭରଙ୍କ ଆନ୍ଦୋଳନ ବେଶ୍ ପ୍ରଭାବ ପକାଇଛି । ଏହି ଆନ୍ଦୋଳନ ଯୋଗୁଁ ସମସ୍ତେ କ୍ଷତିଗ୍ରସ୍ତ ହୋଇଛନ୍ତି । ଗତ ୩ ଦିନ ଧରି ଯାନବାହାନ ଚଳା ଚଳ ବନ୍ଦ ଯୋଗୁଁ ଉତ୍ପାଦିତ ସାମଗ୍ରୀ ବଜାରକୁ ଚାଲାଣ ହୋଇପାରୁନି । ବିଶେଷ କରି ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳର ଆଦିମ ଜନଜାତି ଡଙ୍ଗରିଆ କନ୍ଧ ଅଧିକ କ୍ଷତି ସହିଛନ୍ତି । ସେମାନଙ୍କର ଅମଳ ସପୁରୀ ବଜାରକୁ ଚାଲାଣ ନହୋଇ ପଚି ନଷ୍ଟ ହୋଇଯାଇଛି। ଋଣ କରି ବର୍ଷ ସାରା କଷ୍ଟ ପଡ଼ି ଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି ।

    ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କ ସପୁରୀ ହେଉଛି ପ୍ରମୁଖ ଚାଷ। ରାଜ୍ୟ ରେ ତଥା ରାଜ୍ୟ ବାହାରେ ନିୟମଗିରି ସପୁରୀର ବେଶ ଚାହିଦା ରହିଛି । ଚଳିତ ବର୍ଷ ଲଗାଣ ବର୍ଷା ସାଙ୍ଗକୁ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ପାଚିଲା ସପୁରୀ ପଡ଼ିରହି ପଚିଷଢ଼ୀଗଲାଣି । ଏବେ ମହଜୁଦ ସପୁରୀ ମଧ୍ୟ ବାଡ଼ିରେ ପଡ଼ି ରହିଛି । ଏବେ ଅତି ଅଭାବନୀୟ ସ୍ଥିତି ଦେଇ ଗତି କରୁଛନ୍ତି ଚାଷୀ । ଚାଟିକଣା ଠାରେ ସପୁରୀକୁ ସଂରକ୍ଷଣ କରି ରଖିବା ପାଇଁ କୋଲଡ୍ ଷ୍ଟୋରେଜର ବ୍ୟବସ୍ଥା ନାହିଁ। ଯାହା ଫଳରେ କୌଣସି ନା କୌଣସି ପରିସ୍ଥିତିର ଚାଷୀ ଶିକାର ହୋଇ କ୍ଷତିଗ୍ରସ୍ତ ହେଉଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.7 ° C
    22.7 °
    22.7 °
    95 %
    1.2kmh
    70 %
    Tue
    29 °
    Wed
    29 °
    Thu
    28 °
    Fri
    27 °
    Sat
    28 °

    ସମ୍ବନ୍ଧିତ