Friday, October 2, 2026
22.2 C
Odisha

    ଡାଗୱେଲରେ ପଡିଛି ବିଶାଳକାୟ ଭାଲୁ, ଉଦ୍ଧାର କରିବା ପାଇଁ ପହଞ୍ଚିଛି ବନ ବିଭାଗ

    ଆଗକୁ ପଢନ୍ତୁ

    ଉଦଳା  : ଡାଗୱେଲରେ ପଡିଛି ବିଶାଳକାୟ ଭାଲୁ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳ ଦିନାସାହି ଗାଁରେ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଥିବା ଡାଗୱେଲରେ ପଡିଛି ଜଙ୍ଗଲୀ ଭାଲୁ । ଭାଲୁଟି ଜଙ୍ଗଲ ରୁ ଆସି ପ୍ରଥମେ ଏକ ଛୋଟ କୂଅ ଭିତରେ ପଶିବା ପରେ ସେଠାରୁ ନିଜେ ବାହାରି ମହୁ ଖାଇଥିଲା ଏବଂ ମହୁ ଖାଇ ଗ୍ରାମ ଆଡକୁ ଯିବା ସମୟରେ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଥିବା ଏକ ଡାଗୱେଲ ଭିତରେ ଭାଲୁଟି ଗଳି ପଡିଛି । ଭାଲୁଟି ପଡ଼ିଥିବା ଡାଗୱେଲଟି ଶୁଖିଲା ଥିବା ବେଳେ ବାହାରିବା ପାଇଁ ଭାଲୁଟି ଉଦ୍ୟମ କରିବା ସହିତ ହୁଙ୍କାର ମାରୁଛି ।

    ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଭାଲୁ ନିକଟକୁ ଲୋକଙ୍କୁ ଯିବାକୁ ବାରଣ କରିଛି । ପ୍ରାୟ ୧୫ ଫୁଟ ତଳେ ଭାଲୁ ଟି ରହିଥିବା ବେଳେ ତାକୁ ଉଦ୍ଧାର କରିବା ପାଇଁ ରାପିଡ଼ ରେସପନ୍ସ ଟିମ ର ସହାୟତା ଲୋଡ଼ିଛି ବନ ବିଭାଗ । ଭାଲୁ ଦେଖିବା ପାଇଁ ଗ୍ରାମବାସୀ ସେଠାରେ ଭିଡ଼ ଜମାଇ ଥିଵା ଦେଖିବାକୁ ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ