Monday, April 13, 2026
33 C
Odisha

    ଡାବୁଗାଁ ବନ ବିଭାଗର ଚଢାଉ: କଲରାପତରିଆ ବାଘ ଛାଲ ଜବତ, ୫ ଗିରଫ

    ଆଗକୁ ପଢନ୍ତୁ

    ନବରଙ୍ଗପୁର    : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନ ବିଭାଗକୁ ଆଜି ଏକ ବଡ଼ ସଫଳତା ମିଳିଛି । ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରାସାଦ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ବନ ବିଭାଗ ଡାବୁଗାଁ ବ୍ଲକ ସଦର ମହକୁମା ନିକଟ ସିକିଲି ସରଂକ୍ଷିତ ଜଙ୍ଗଲ ମଧ୍ୟରେ ବାଘ ଛାଲ ଚୋରା ଚାଲାଣ ସମୟରେ ବନ ବିଭାଗ ଚଢାଉ କରି ୧ଟି କଲରାପତରିଆ ବାଘ ଛାଲ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି । ମଇଦଲପୁର ଅଞ୍ଚଳର ବାଘ ଛାଲ ମାଫିଆମାନେ କଳାହାଣ୍ଡି ଜିଲ୍ଲା କାର୍ଲପାଟ ଅଭୟାରଣ୍ୟ ଅଞ୍ଚଳରୁ ଏକ କଲରାପତରିଆ ବାଘ ଛାଲ ଧରି ବିକ୍ରି ପାଇଁ କୋରାପୁଟକୁ ନେଉଥିବା ବେଳେ ଡାବୁଗାଁ ବନ ବିଭାଗ ଖବର ପାଇ ମଇଦଲପୁର ନିକଟରେ ଜଗିଥିଲେ। ବନ କର୍ମଚାରୀ ଜଗିଥିବା ଖବରପାଇ ମାଫିଆମାନେ ରାସ୍ତା ବଦଳେଇ ବିଭିନ୍ନ ଜଙ୍ଗଲ ଦେଇ ଆସି ଡାବୁଗାଁ ନିକଟ ସିକିଲି ଜଙ୍ଗଲରେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ଲୁଚି ରହିଥିବା ବନ ବିଭାଗ କର୍ମଚାରୀମାନେ ଉକ୍ତ ମାଫିଆ ମାନଙ୍କୁ ଚାରିପଟୁ ଘେରିଯାଇ ୨ ଜଣଙ୍କୁ କାବୁ କରି ଡାବୁଗାଁ ବନ କାର୍ଯ୍ୟାଳୟକୁ ନେଇଥିଲେ। ସେମାନଙ୍କୁ ପଚରାଉଚରା ପରେ ସହଯୋଗୀ ୩ ଜଣଙ୍କୁ ମଇଦଲପୁର ଠାରୁ ଡାବୁଗାଁ ଅଣାଯାଇଥିଲା। ସମସ୍ତଙ୍କୁ ପଚରାଉଚରା କରିବା ପରେ ଉକ୍ତ ୫ ଜଣଙ୍କୁ ଗିରଫ କରାଯାଇଛ। ସେମାନଙ୍କ ନିକଟରୁ ୧ ଟି କଲରାପତରିଆ ବାଘ ଛାଲ, ୨ଟି ମୋଟରସାଇକେଲ ନଂ ଓଡି ୨୪ ପି ୨୪୨୫ ଓ ଓଡି ୨୪ ଏଫ ୬୫୬୨କୁ ଜବତ କରାଯାଇଛି । ଅଭିଯୁକ୍ତ ମାନେ ହେଲେ ନବରଙ୍ଗପୁର ଥାନା ଅଧୀନ ବଣିଆ ଗ୍ରାମର ଅର୍ଜୁନ ହରିଜନ (୩୦) ଓ ପୋଖନାଗୁଡ଼ା ଗ୍ରାମର ମିହିର ହରିଜନ (୨୫), ମଇଦଲପୁର ଥାନା ଅଧିନ ମଇଦଲପୁର ଗ୍ରାମର ଶିବ କଲାର (୩୮) ଓ କେଦାରନାଥ ବିଶୋୟୀ (୪୨) ଏବଂ ଗୋପିଗୁଡ଼ା ଗ୍ରାମର ବଇଚନ୍ଦ୍ର ମଙ୍ଗଲି (୪୯) ଏନେଇ ଡାବୁଗାଁ ବନାଞ୍ଚଳ କାର୍ଯ୍ୟାଳୟ କେସ ନଂ ୧/୨୦୨୬-୨୭ ରେ ଏକ ମାମଲା ରୁଜୁ କରାଯାଇଛି। ନବରଙ୍ଗପୁର ସହକାରୀ ବନ ସଂରକ୍ଷକ ଦି୍ୟାମାଧୁରୀ ସେଠୀଙ୍କ ନେତତୃତ୍ୱରେ ଡାବୁଗାଁ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତ୍ରା, ମଇଦଲପୁର ବନପାଳ ମଧୁସୂଦନ ପାତ୍ର, ବନରକ୍ଷୀ ଅଙ୍କୁସ ଦାସ, କାର୍ତ୍ତିକ ମାଝୀ, ଲାଲୁ ବିଷୋଇ, ତାପସ ପଟ୍ଟନାୟକ, ରୀତାରାଣୀ ବିଶାସରାୟ ଓ ସମସ୍ତ ପାରା ଫରେଷ୍ଟ କର୍ମଚାରୀମାନେ ସାମିଲଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33 ° C
    33 °
    33 °
    17 %
    1.6kmh
    0 %
    Mon
    36 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ