ନୂଆଦିଲ୍ଲୀ : ଗତକାଲିଠାରୁ କିଛିକାଂଶରେ ସୁଧାର ଆଣିଛି ଇଣ୍ଡିଗୋ । ସାମାନ୍ୟ ଟଳିଛି ସଂକଟ । ଇଣ୍ଡିଗୋ କହିଛି, ଗତକାଲି ୧୫ଶହ ଫ୍ଲାଇଟ ଉଡ଼ାଣ ଭରିଥିଲା । ଆଜି ସଂଖ୍ୟା ବଢ଼ିବ । ଆଜି ୧୬୫୦ ଫ୍ଲାଇଟ୍ ଅପରେଟ୍ କରିବାକୁ ଯୋଜନା କରିଛି ଏୟାରଲାଇନ୍ସ ।
ଗତକାଲି ନିର୍ଦ୍ଧାରିତ ସମୟରେ ୭୫ ପ୍ରତିଶତ ବିମାନ ଉଡ଼ାଣ ଭରିଥିବା ଦାବି କରିଛି କମ୍ପାନୀ। ସେହିପରି ଯାତ୍ରୀଙ୍କୁ ୬୧୦ କୋଟି ଟଙ୍କା ଫେରାଇଛି ଇଣ୍ଡିଗୋ । ଟିକେଟ ମୂଲ୍ୟ ଗତକାଲି ରାତି ୮ଟା ସୁଦ୍ଧା ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲା ଡିଜିସିଏ । ଅନ୍ୟପଟେ ଡିସେମ୍ବର ୧୫ ପର୍ଯ୍ୟନ୍ତ ମାଗଣା ରିସିଡ୍ୟୁଲ ପାଇଁ ଯାତ୍ରୀଙ୍କୁ ଅଫର ଦେଇଛି ଇଣ୍ଡିଗୋ । ଆଜିକୁ ୭ ଦିନ ହେଲା ସଂକଟ ଦେଇ ଗତି କରୁଛି ଇଣ୍ଡିଗୋ । ପ୍ରତିଦିନ ଶହଶହ ବିମାନ ବାତିଲ ହେବା ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀ।

