Wednesday, November 11, 2026
25.5 C
Odisha

    ଡିଭାଇଡରକୁ ପିଟି ହୋଇ ରାସ୍ତା କଡକୁ ଖସିଲା ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବସ୍, ଫସି ରହିଲେ ୪୫ ଯାତ୍ରୀ

    ଆଗକୁ ପଢନ୍ତୁ

    ବଲାଙ୍ଗୀର : ଡିଭାଇଡରକୁ ପିଟି ହୋଇ ରାସ୍ତା କଡକୁ ଖସିଲା ବସ୍ । ବସ୍ ଭିତରେ ଫସି ରହିଲେ ୪୫ ଯାତ୍ରୀ । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ବଜାର ନିକଟ ଜାତୀୟ ରାଜପଥ-୧୮ ନିକଟରେ ଦୁର୍ଘଟଣା । ଶ୍ୟାମଳୀ ନାମକ ଏକ ଘରୋଇ ବସ୍ ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

    ବସ୍ ଭିତରେ ଫସି ଦୁଇଜଣ ଯାତ୍ରୀ ଗୁରୁତର ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ଝାରପୋଖରିଆ ପୋଲିସ ସହ ସାରସକଣା ଓ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.5 ° C
    25.5 °
    25.5 °
    58 %
    1.3kmh
    0 %
    Wed
    27 °
    Thu
    26 °
    Fri
    26 °
    Sat
    27 °
    Sun
    27 °

    ସମ୍ବନ୍ଧିତ