Sunday, February 22, 2026
29.5 C
Odisha

    ଡିସେମ୍ବର ୧ ତାରିଖରୁ ସଂସଦର ଶୀତ ଅଧିବେଶନ, ୧୯ ଡିସେମ୍ବର ଯାଏଁ ଚାଲିବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଡିସେମ୍ବର ୧ ତାରିଖରୁ ସଂସଦର ଶୀତ ଅଧିବେଶନ । ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀ କିରଣ ରିଜ୍ଜୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ପ୍ରସ୍ତାବିତ ଅଧିବେଶନ ତାରିଖକୁ ଅନୁମୋଦନ କରିଛନ୍ତି। ଚଳିତ ଅଧିବେଶରେ ବହୁ ଗରୁତ୍ବପୂର୍ଣ୍ଣ ବିଲ ଆସିବ ।

    ବିହାର ବିଧାନସଭା ନିର୍ବାଚନ ପରେ ହେବାକୁ ଥିବା ଶୀତ ଅଧିବେଶରେ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ବିଶେଷକରି ଭୋଟ ଚୋରି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ବିଦେଶ ନୀତିକୁ ପ୍ରସଙ୍ଗ କରିବେ ବିରୋଧୀ । ଏପଟେ ବିରୋଧୀଙ୍କୁ କାଉଁଟର କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ।

    ପୂର୍ବରୁ ୨୧ ଜୁଲାଇରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ ହୋଇଥିଲା । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ୩୨ ଦିନରୁ କେବଳ ୨୧ ଦିନ ଗୃହକାର୍ଯ୍ୟ ଚାଲିଥିଲା । ମୌସୁମୀ ଅଧିବେଶନରେ ସଂଦସର ଉଭୟ ଗୃହରେ ୧୫ ବିଲ ପାରିତ ହୋଇଥିଲା । ସଂସଦର ଏହି ଅଧିବେଶନ ଅନ୍ୟ ଅଧିବେଶନ ତୁଳନାରେ କମ୍ ସମୟ ହେବ । ଏହି ଅଧିବେଶନରେ ବିହାର ବିଧାନସଭା ନିର୍ବାଚନର ଫଳାଫଳ ଉପରେ ଆଲୋଚନା ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    26 %
    1.7kmh
    0 %
    Sun
    34 °
    Mon
    35 °
    Tue
    34 °
    Wed
    34 °
    Thu
    35 °

    ସମ୍ବନ୍ଧିତ