ପାଟଣା : ଆଜି ସକାଳେ ହାତୀ ଆକ୍ରମଣରେ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ।ଏଭଳି ଘଟଣା ଘଟିଛି କେଉଁଝର ଜିଲ୍ଲା ପାଟଣା ରେଞ୍ଜ ଏରେଣ୍ଡେଇ ଗାଁରେ। ଯୁବକଜଣକ ସକାଳେ ଶୌଚ ହେବା ଲାଗି ବାହାରିଥିବା ବେଳେ ହାତୀଟି ତାଙ୍କୁ ଦଳି ଦେଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।
