Wednesday, March 4, 2026
19.6 C
Odisha

    ଢେଙ୍କାନାଳରେ ଏକାଧିକ ବିଜେପି ନେତା ଓ କର୍ମୀ ବିଜେଡିରେ ସାମିଲ

    ଆଗକୁ ପଢନ୍ତୁ

    ଶଙ୍ଖ ଭବନରେ ବିଜେଡିର ବଡ଼ ମିଶ୍ରଣ ପର୍ବ । ବିଜେଡିରେ ଯୋଗଦେଲେ ଢେଙ୍କାନାଳର ଏକାଧିକ ଆଗଧାଡ଼ିର ନେତାଙ୍କ ସହ ହଜାର ହଜାର ବିଜେପି କର୍ମୀ । ସାଂସଦ ସସ୍ମିତ ପାତ୍ର, ବିଧାୟକ ସୁଧିର ସାମଲଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ହୋଇଛନ୍ତି ସାମିଲ । ସୂଚନା ଅନୁସାରେ ଢେଙ୍କାନାଳ ଲୋକସଭା ସଂସଦୀୟ କ୍ଷେତ୍ରରୁ ଅନେକ ବିଜେପି ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଢେଙ୍କାନାଳ ବିଜେଡି ଲୋକସଭା ପ୍ରାର୍ଥୀ ଅବିନାଶ ସାମଲ ଓ ବିଧାୟକ ସୁଧୀର ସାମଲଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ ବିଜେପି କର୍ମୀ ଓ ନେତା ସାମିଲ ହୋଇଛନ୍ତି । ଜିଲ୍ଲା ସ୍ତରରେ ବିଜେପିର ଅନେକ ପଦାଧିକାରୀ, ମଣ୍ଡଳ ସଭାପତି, ଅନେକ ସରପଞ୍ଚ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ସମସ୍ତଙ୍କୁ ବିଜେଡିକୁ ସ୍ବାଗତ କରିଛନ୍ତି ମୁଖପାତ୍ର ସସ୍ମିତ ପାତ୍ର । ଏହି ଅବସରରେ ଉପସ୍ଥିତ ଥିଲେ ରାଜ୍ଯସଭା ସାଂସଦ ସୁଲତା ଦେଓ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.6 ° C
    19.6 °
    19.6 °
    29 %
    1.2kmh
    0 %
    Wed
    35 °
    Thu
    37 °
    Fri
    37 °
    Sat
    38 °
    Sun
    36 °

    ସମ୍ବନ୍ଧିତ