Thursday, March 26, 2026
26.8 C
Odisha

    ତାଙ୍କୁ ସୁପ୍ରିମ ଲିଡର କରିବାକୁ ଇରାନ ଅଫର୍ ଦେବା କଥା କହିଲେ ଟ୍ରମ୍ପ, ଦାବିକୁ ଖଣ୍ଡନ କଲା ଇରାନ

    ଆଗକୁ ପଢନ୍ତୁ

    ଆମେରିକା-ଇରାନ ଯୁଦ୍ଧ ଭିତରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଗୋଟିଏ ବଡ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନ ତାଙ୍କୁ ସର୍ବୋଚ୍ଚ ନେତା କରିବାକୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ସେ ଏଥିପାଇଁ ଧନ୍ୟବାଦ କହି ମନା କରିଦେଇଥିଲେ । ଟ୍ରମ୍ପ ବାରମ୍ବାର ଦାବି କରିଆସୁଛନ୍ତି ଯେ ଦୁଇ ଦେଶ ଭିତରେ ଆଲୋଚନା ଚାଲିଛି ଓ ଇରାନ ବୁଝାମଣା କରିବାକୁ ଚାହୁଁଛି । କିନ୍ତୁ ଇରାନ ଏହି ଦାବିକୁ ଖଣ୍ଡନ କରିଛି ।

    ଏହି ସମୟରେ ପୁଣି ଟ୍ରମ୍ପ ଆଉ ଏକ ବଡ ଦାବି କରିଛନ୍ତି ଯେ, ତାଙ୍କୁ ଇରାନର ସର୍ବୋଚ୍ଚ ନେତା ହେବାକୁ ଅଫର ଦେଇଥିଲା ଇରାନ । ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଟ୍ରମ୍ପ କହିଛନ୍ତି ଯେ, ଯୁଦ୍ଧକୁ ଶୀଘ୍ର ଶେଷ କରିବାକୁ ଉଭୟ ପଟୁ ଆଲୋଚନା ଚାଲିଛି । ଏଥିସହ ସମସ୍ତଙ୍କୁ ଚକିତ କଲାଭଳି ଗୋଟିଏ ଉକ୍ତି ରଖିଥିଲେ ଟ୍ରମ୍ପ । କହିଥିଲେ , ଇରାନର କିଛି ଲୋକ ଅନୈାପଚାରିକ ଢଙ୍ଗରେ ତାଙ୍କୁ କହିଥିଲେ ଯେ ଆପଣ ଆମ ସୁପ୍ରିମ ଲିଡର ହୋଇଯାଆନ୍ତୁ ।

    ତେବେ ଟ୍ରମ୍ପ ହସି ହସି ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ଓ କହିଥିଲେ ଯେ ଦୁନିଆର କୌଣସି ଦେଶର ନେତା ଇରାନର ସୁପ୍ରିମ ଲିଡର ହେବାକୁ ଇଚ୍ଛା କରୁନଥିବେ । ଏଥିସହିତ ଟ୍ରମ୍ପ ପୁଣି ଦୋହରାଥିଲେ ଯେ ଇରାନକୁ ଯୁଦ୍ଧରେ ପରାସ୍ତ କରିସାରିଛି ଆମେରିକା । ଆମେରିକା ଏଭଳି ବିଜୟ ହାସଲ କରିଛି ଯାହା କେହି କେବେ ବି ଦେଖିନଥିବେ ବୋଲି କହିଛନ୍ତି ଟ୍ରମ୍ପ ।

    ସେ ଆହୁରି ମଧ୍ୟ କହିଛନ୍ତି ଯେ, ଇରାନ ଶୀଘ୍ର ଡିଲ୍ କରିବାକୁ ଚାହୁଁଛି, କିନ୍ତୁ ଡରୁଛି ଯେ ଏଭଳି ବୁଝାମଣା କରିଲେ ଦେଶ ଭିତରେ ଜନଅସନ୍ତୋଷ ବଢିବ । ଟ୍ରମ୍ପ କହିଛନ୍ତି ଯେ, ଯୁଦ୍ଧବିରତି ପାଇଁ ଇରାନକୁ ୧୫ ସୂତ୍ରୀ ପ୍ରସ୍ତାବ ପଠାଯାଇଛି । କିନ୍ତୁ ଇରାନ ଅଧିକାରୀଙ୍କ କହିବା କଥା, ଟ୍ରମ୍ପ ନିଜେ ନିଜ ସହ କଥା ହେଉଛନ୍ତି । ଆମେ ତାଙ୍କ ସହ କେବେବି କୌଣସି ଡିଲ୍ କରିବୁନି । ଏବେ ନୁହେଁ କି ଭବିଷ୍ୟତରେ କେବେ ବି ନୁହେଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    35 %
    2.2kmh
    0 %
    Thu
    27 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ