Sunday, March 22, 2026
21.2 C
Odisha

    ତାରାତାରିଣୀ ମନ୍ଦିର ଚୋରି ଘଟଣାରେ ସେବାୟତ, ସୁରକ୍ଷାକର୍ମୀ ଗିରଫ

    ଆଗକୁ ପଢନ୍ତୁ

    ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମାଙ୍କ ରୁପା ଅଳଙ୍କାର ଚୋରି ସହ ହୁଣ୍ଡିକୁ ଭାଙ୍ଗି ସେଥିରେ ଥିବା ଭକ୍ତଙ୍କ ଦାନ ଟଙ୍କା ଚୋରି ଘଟଣାରେ ଗଞ୍ଜାମ ପୋଲିସକୁ ବଡ ସଫଳତା ମିଳିଛି। ନିଜେ ଗଞ୍ଜାମ ଏସପି ସୁଭେନ୍ଦୁ କୁମାର ପାତ୍ରଙ୍କ ନେତୃତ୍ୱରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ୯ ଦିନର ତଦନ୍ତ ପରେ ଚୋରଙ୍କୁ ଠାବ କରିବାରେ ସଫଳ ହୋଇଛନ୍ତି। ଏହି ଘଟଣାର ଗୁରବାର ପୋଲିସ ଫର୍ଦ୍ଦାଫାସ କରିଛନ୍ତି। ଯାହାଦ୍ୱାରା ଅଞ୍ଚଳରେ ଲାଗିରହିଥିବା କଳ୍ପନା ଜଳ୍ପନାର ଅନ୍ତଘଟିଛି। ଲୋକଙ୍କ ସନ୍ଦେହକୁ ନେଇ ଏକମାତ୍ର ଧରିତ୍ରୀରେ ପ୍ରକାଶିତ ଖବର ସତ୍ୟ ହୋଇଛି। ପୋଲିସ ଚାରିଜଣ ସେବାୟତ ଓ ଦୁଇଜଣ ସୁରକ୍ଷାକର୍ମୀଙ୍କୁ (ରାତ୍ରଜଗୁଆଳ)ଙ୍କୁ ଗୁରବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହାସହ ସେମାନଙ୍କ ନିକଟରୁ ହୁଣ୍ଡିରୁ ଚୋରାଇ ନେଇଥିବା ୩୯ ହଜାର ଟଙ୍କା ସହ ଘଟଣାରେ ବ୍ୟବହୃତ ଇଲେକ୍ଟ୍ରି କଟର,ତାର,ତିନିଟି ମୋଟର ସାଇକେଲ,ତିନିଗୋଟି ମୋବାଇଲଫୋନ, ମଦ ବୋତଲକୁ ଜବତ କରିଛନ୍ତି। ଗିରଫ ଯୁବକ ମାନେ ହେଲେ ମାଙ୍କ ସେବାୟତ ପ୍ରତାପୁର ଗ୍ରାମର ଗୌତମ ରଣା(୨୮) ଓ ଗୋବିନ୍ଦପୁର ଗ୍ରାମର ଅମୁଲ୍ୟ ରଣା(୨୮) ବିକାଶ ରଣା (୨୦) ରବିନ କୁମାର ରଣା( ୨୫) ଓ ରାତ୍ର ଜଗୁଆଳ ରାଇପୁର ଗ୍ରାମର କାଳିଆ ଦାସ (୩୫) ବଳିଆ ଓରଫ ବଳରାମ ନାହାକ (୪୫)। ଏନେଇ ପୁରୁଷୋତ୍ତମପୁର ଏସଡିପିଓ ରଜନିକାନ୍ତ ସାମଲ ଓ ଆଇଆଇସି ବିପିନ ବିହାରି ହୋତା ଖବରଦାତା ସମ୍ମୀଳନିରେ କହିଛନ୍ତି ଯେ ମନ୍ଦିର ସେବାୟତ ତପନକୁମାର ରଣା ଗତ ୬ ତାରିଖ ସକାଳେ ତାରାତାରିଣୀଙ୍କ ମନ୍ଦିରରୁ ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    46 %
    1.9kmh
    53 %
    Sun
    33 °
    Mon
    35 °
    Tue
    37 °
    Wed
    39 °
    Thu
    38 °

    ସମ୍ବନ୍ଧିତ