Saturday, October 3, 2026
24.7 C
Odisha

    ଭକ୍ତଙ୍କ ଦାନରୁ ମିଳିଛି ୩୦୦ରୁ ଊର୍ଦ୍ଧ୍ୱ କେଜି ରୁପା

    ଆଗକୁ ପଢନ୍ତୁ

    ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ଦାନ ଅର୍ଥରୁ ମିଳିଥିବା ୩୦୦ କେଜିରୁ ଊର୍ଦ୍ଧ୍ୱ ରୁପା ବ୍ୟବହାର କରାଯାଇ ମହାପ୍ରଭୁଙ୍କ ରତ୍ନପଲଙ୍କ, ପତିତପାବନ ମନ୍ଦିର, ସିଂହଦ୍ୱାର ଗୁମୁଟର ଦ୍ୱାରବନ୍ଧକୁ ରୁପାଛାଉଣି କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି। ସେବାୟତମାନଙ୍କୁ ମଧ୍ୟ ଡିଜାଇନ୍‌ ଦେଖାଯାଇଛି। ପୂର୍ବ ପରିଚାଳନା କମିଟି ବୈଠକରେ ରୁପାଛାଉଣି ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଆଗାମୀ ଡିସେମ୍ବର ୨୫ ସୁଦ୍ଧା ପତିତପାବନ ମନ୍ଦିର ଓ ଏହାର ଗୁମୁଟ ବନ୍ଧକୁ ରୁପା ଛାଉଣି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ରତ୍ନପଲଙ୍କ ଓ ପ୍ରଭା ଆଦିକୁ ଆଗାମୀ ବର୍ଷ ମାର୍ଚ୍ଚ ମଧ୍ୟରେ ରୁପା ଛାଉଣି କରାଯିବା ନେଇ ଆଲୋଚନା ହୋଇଛି। ପୂର୍ବରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ ଥିବା ବିଭିନ୍ନ ଦ୍ୱାରରେ ରୁପା ଛାଉଣି କରାଯାଇଛି।
    ବୈଠକ ସମ୍ପର୍କରେ ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସୂଚନା ଦେଇ କହିଛନ୍ତି, ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର କଳାହାଟ ଦ୍ୱାର ଓ ବେହେରଣ ଦ୍ୱାରକୁ ରୁପା ଛାଉଣି କରାଯାଇଥିଲା। ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ୭ଟି ଦ୍ୱାର ଯଥା ଭଅଣ୍ଡ ଘର ଦ୍ୱାର, ସାତପାହାଚ ଦ୍ୱାର, ଲକ୍ଷ୍ମୀମନ୍ଦିର ଦ୍ୱାର, ବିମଳା ମନ୍ଦିର ଦ୍ୱାର, ଦକ୍ଷିଣଘର ଦ୍ୱାର, ନୃସିଂହ ମନ୍ଦିର ଦ୍ୱାର, ସୂର୍ଯ୍ୟମନ୍ଦିର ଦ୍ୱାର ଆଦିକୁ ରୁପାଛାଉଣି କରାଯାଇଥିଲା। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସିଂହଦ୍ୱାର ଗୁମୁଟ ଭିତରେ ଥିବା ଜମଶିଳା ସ୍ଥାନର ବନ୍ଦକୁ ରୁପା ଛାଉଣି କରିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଉପରେ ଗୁରୁବାର ମଧ୍ୟ ଆଲୋଚନା କରାଯାଇଛି। ସେହିପରି ଅଣସର ସମୟରେ ଦଶ ଅବତାର ବସୁଥିବା ଖଟ, ମହାପ୍ରଭୁଙ୍କ ରତ୍ନପଲଙ୍କ, ଚଳନ୍ତି ପ୍ରତିମାଗୁଡ଼ିକର ସମସ୍ତ ପ୍ରଭାକୁ ରୁପାଛାଉଣି କରାଯିବାକୁ ବୈଠକରେ ଆଲୋଚନା ହୋଇଛି।
    ପତିତପାବନଙ୍କ ମନ୍ଦିର ଓ ସିଂହାସନକୁ ରୁପାରେ ଆଚ୍ଛାଦିତ କରାଯିବ। ସେ ନେଇ ଗୁରୁବାର ଡିଜାଇନ ଦେଖାଇଥିଲେ, ମାତ୍ର ମାପ ଆଣିନଥିବାରୁ ଆଉ ଥରେ ଡିଜାଇନ ଦେଖାଇବେ। ତେବେ ଜମଶିଳା ଉପରେ ଥିବା କ୍ରାନ୍ତି ଓ ଦୁଇ ପାର୍ଶ୍ୱସ୍ଥ ବନ୍ଧକୁ ରୁପା ଛାଉଣି କରାଯିବ, ତେଣୁ ତାହାର ଡିଜାଇନ ଦେଖାଇଥିଲେ। ସେଥିରେ କିଛି ପରିବର୍ତ୍ତନ କରାଯାଇଛି। ଥିକ୍‌ନେସ୍‌ ପ୍ରାୟ ୧ ଏମ୍‌ଏମ୍‌ ରହୁଛି। ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିଥିବା ରୁପାରେ ସମସ୍ତ କାର୍ଯ୍ୟ କରଯିବ। ପ୍ରାୟ ୩୫୦ କେଜି ରୁପା ବ୍ୟବହାର ହେବ ବୋଲି ଆକଳନ କରାଯାଇଛି। ପତିତପାବନ ଏବଂ ଜମଶିଳା ଉପରେ ଥିବା କାନ୍ତି ଓ ଦୁଇପାର୍ଶ୍ୱ ବନ୍ଧର ରୁପାଛାଉଣି କାର୍ଯ୍ୟ ଡିସେମ୍ବର ୨୫ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଆଗକୁ ଇଂଲିଶ ନବବର୍ଷ ଆସୁଥିବାରୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ସମାଗମ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    83 %
    1.4kmh
    16 %
    Sat
    24 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ