Sunday, September 13, 2026
23.5 C
Odisha

    ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଜୀବନ ବ୍ୟାପୀ ସାଧନା ପାଇଁ ୩ ଜଣଙ୍କୁ ମୋହନସୁନ୍ଦର ଦେବଗୋସ୍ୱାମୀ ସମ୍ମାନ

    ଆଗକୁ ପଢନ୍ତୁ

    ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ସଂସ୍କୃତି ଭବନରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ୨୦୨୦- ୨୦୨୨ ବର୍ଷ ପାଇଁ ୩୩ ଗୋଟି ବର୍ଗରେ ଏହି ସମ୍ମାନ ପ୍ରଦାନ ହେବ। କୋଭିଡ ଯୋଗୁଁ ପୁରସ୍କାର ଘୋଷଣା ଅଟକିଥିଲା । ଏଥିସହ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ପୁରସ୍କାରର ନାମ ବଦଳିଛି। ଜୟଦେବ ପୁରସ୍କାର ନାମ ବଦଳରେ ମୋହନ ସୁନ୍ଦରଦେବ ଗୋସ୍ୱାମୀ ପୁରସ୍କାର ହୋଇଛି। ଚଳଚ୍ଚିତ୍ର ଜଗତରେ ଜୀବନ ବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ମୋହନ ସୁନ୍ଦରଦେବ ଗୋସ୍ୱାମୀ ସମ୍ମାନ ନିମନ୍ତେ ୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ପୂର୍ବରୁ ଏହି ପୁରସ୍କାର ଜୟଦେବଙ୍କ ନାମରେ ପ୍ରଦାନ କରାଯାଉଥିଲା । ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ପାଇବେ ୨୦୨୦ ପାଇଁ ଜୀବନ ବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ମୋହନ ସୁନ୍ଦରଦେବ ଗୋସ୍ୱାମୀ ସମ୍ମାନ। ସେହିପରି ୨୦୨୧ ବର୍ଷ ପାଇଁ ସର୍ବୋଚ୍ଚ ପୁରସ୍କାର ଶ୍ରୀନିବାସ ମହାପାତ୍ରଙ୍କୁ ପ୍ରଦାନ କରାଯିବ। ୨୦୨୨ ବର୍ଷ ପାଇଁ ସର୍ବୋଚ୍ଚ ପୁରସ୍କାର ବିଶିଷ୍ଟ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ପ୍ରଦାନ କରାଯିବ। ୨୦୨୦ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର- ଶହୀଦ ରଘୁ ସର୍ଦ୍ଦାର, ଶ୍ରେଷ୍ଠ ନିର୍ଦ୍ଦେଶକ – ରାଜେସ ସାମଲ, ଶ୍ରେଷ୍ଠ ମୁଖ୍ୟ ଅଭିନେତା- ଦେବାଶିଷ ପାତ୍ର, ଆମ୍ଳାନ ଦାସ । ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ- କାବ୍ୟା କିରଣ ଶୁକ୍ଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    97 %
    1.4kmh
    100 %
    Sat
    24 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ