Friday, June 13, 2025
26.7 C
Odisha

    ତିନି ରଥରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜା

    ଆଗକୁ ପଢନ୍ତୁ

    ପୁରୀ : ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଚଳଚଞ୍ଚଳ ସ୍ନାନବେଦିରେ ଚତୁର୍ଦ୍ଧା ବିଗ୍ରହ ।  ତିନି ରଥରେ ଗଜପତି ଛେରାପହଁରା କରୁଛନ୍ତି । ସୁନା କୂଅରୁ ପାଣି ଆଣି ମହାପ୍ରଭୁଙ୍କୁ ସ୍ନାନ କରାଇଛନ୍ତି ସେବାୟତ । ଏନେଇ ପୂଜାପଣ୍ଡା ସାମନ୍ତ ଠାକୁରଙ୍କ ମସ୍ତକରେ ପ୍ରଥମେ ସୁବାସିତ ଜଳ ଅର୍ପଣ କରି ସାରିବା ପରେ ସେବାୟତମାନେ ତାଙ୍କୁ ସ୍ନାନ କରିବା କାର୍ଯ୍ୟ ଆରମ୍ଭ କରିଥିଲେ ।

    ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ଓ ବଳଭଦ୍ରଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଇଥିବା ବେଳେ ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ଅଭିଷେକ କରାଯାଇଥିଲା । କିଛି ସମୟ ପରେ ଶ୍ରୀବିଗ୍ରହଙ୍କ ହାତୀବେଶ ଅନୁଷ୍ଠିତ ହେବ ।

    ସୂଚନା ଅନୁସାରେ, ସ୍ନାନଯାତ୍ରା ପରେ ଶ୍ରୀଜୀଉ ମାନଙ୍କୁ ଜ୍ୱର ହୋଇଥାଏ  ।  ଏହାର ମୁଖ୍ୟ କାରଣ ହେଉଛି ଅତ୍ୟଧିକ ଗାଧୋଇବା ଯୋଗୁ ଜ୍ୱରରେ ପଡ଼ିଯାନ୍ତି ଶ୍ରୀବିଗ୍ରହ ।  ଯାହା ଫଳରେ ସେମାନେ ରତ୍ନ ବେଦୀକୁ ଆଉ ଯାଇପାରନ୍ତି ନାହିଁ ।

    ଏହି ସମୟରେ ସେମାନେ ଅଣସର ଘରକୁ ଯାତ୍ରା କରନ୍ତି ।  ଅଣସର ଘରେ ୧୩ ଦିନର ଗୁପ୍ତ ସେବା ସମ୍ପାଦିତ ହୋଇଥାଏ । ଏହା ପରେ ଜ୍ୱରରୁ ଶ୍ରୀଜୀଉ ଆରୋଗ୍ୟ ଲାଭ କରି ନବଯୌବନ ପ୍ରାପ୍ତି ହୁଅନ୍ତି ।  ଏହା ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ପାଇଁ ରଥାଯାତ୍ରାରେ ଶ୍ରୀମନ୍ଦିର ବାହାରକୁ ଆସି ମାଉସୀମା ମନ୍ଦିରରକୁ ଯାଇଥାନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.7 ° C
    26.7 °
    26.7 °
    78 %
    2.1kmh
    91 %
    Thu
    26 °
    Fri
    37 °
    Sat
    39 °
    Sun
    38 °
    Mon
    33 °

    ସମ୍ବନ୍ଧିତ