Wednesday, April 8, 2026
36.5 C
Odisha

    ତିନୋଟି ମ୍ୟାଚରେ ଗୋଲଡେନ ଡକରେ ଶିକାର ହେଲେଣି ଅଭିଷେକ ଶର୍ମା, ଏବେ ଫ୍ୟାନ୍ସ କରୁଛନ୍ତି ଟ୍ରୋଲ

    ଆଗକୁ ପଢନ୍ତୁ

    ଟି୨୦ ବିଶ୍ବକପ ୨୦୨୬ରେ ଭାରତ ଗ୍ରୁପ ମ୍ୟାଚରେ ୪ଟି ଯାକ ମ୍ୟାଚ ଖେଳି ଅପରାଜେୟ ରହିଛି । ଶେଷ ମ୍ୟାଚରେ ଭାରତ ନେଦରଲାଣ୍ଡସକୁ ୧୭ ରନରେ ହରାଇଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନେଦରଲାଣ୍ଡସ ବିପକ୍ଷରେ ଟସ୍ ଜିତି ପ୍ରଥମ ବ୍ୟାଟିଂ କରିଥିଲା ଭାରତ । ଟିମ ଇଣ୍ଡିଆର ଓପନର ଅଭିଷେକ ଶର୍ମା ପୁଣିଥରେ ଖାତା ନ ଖୋଲି ପ୍ୟାଭିଲିୟନ ଫେରିଛନ୍ତି । ଟି୨୦ ବିଶ୍ବକପରେ ଲଗାତାର ୩ୟ ଥର ଅଭିଷେକ ଶର୍ମା ୦ରେ ଅଲଆଉଟ ହୋଇଛନ୍ତି । ଲଗାତାର ୦ରେ ଆଉଟ ହେବା ପରେ ଅଭିଷେକ ଶର୍ମା ସୋସିଆଲ ମିଡିଆରେ ଟ୍ରୋଲ୍ସର ଶିକାର ହୋଇଛନ୍ତି ।

    ଅଭିଷେକ ଶର୍ମା ଆମେରିକା ଏବଂ ପାକିସ୍ତାନ ବିପକ୍ଷ ମ୍ୟାଚରେ ଗୋଲଡେନ ଡକର ଶିକାର ହୋଇଥିବା ବେଳେ ନାମିବ୍ୟା ବିପକ୍ଷ ମ୍ୟାଚରେ ପେଟ ଇନଫେକ୍ସନ ଯୋଗୁଁ ଖେଳିନଥିଲେ । ସେହିପରି ନେଦରଲାଣ୍ଡସ ବିପକ୍ଷରେ ଆର୍ୟନ ଦତ୍ତାଙ୍କ ବୋଲିଂରେ ଫସିଥିଲେ । ଆଉ ଏହିଭଳି ୦-୦-୦ରେ ରେକର୍ଡ ତାଙ୍କ ନାମରେ ହୋଇଛି । ବିଶ୍ବର ନଂ ୧ ଟି୨୦ ବ୍ୟାଟର ହେବା ସତ୍ତ୍ବେ ଲଗାତାର ୩ଥର ଡକରେ ଆଉଟ୍ ହେବା ଯୋଗୁ ତାଙ୍କ ନାମରେ ଏକ ରେକର୍ଡ ମଧ୍ୟ ରହିଛି । ଏହାପରେ ସୋସିଆଲ ମିଡିଆରେ ଅଭିଷେକ ଶର୍ମାଙ୍କ ନାମରେ ଟ୍ରୋଲ ମିମ୍ସ ଭାଇରଲ ହେବାରେ ଲାଗିଛି ।

    ଅଭିଷେକ ଶର୍ମାଙ୍କୁ ନେଇ ୟୁଜର୍ସ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି । ଏତେ ଶୂନ ପରେ ଅଭିଷେକ କ’ଣ ପାଇଁ ଟିମରେ ଅଛନ୍ତି ବୋଲି ଫ୍ୟାନ୍ସ କହୁଛନ୍ତି ।

    ଫ୍ୟାନ୍ସଙ୍କ ଟ୍ରୋଲିଂ ପରେ ଆଗାମୀ ସାଉଥ ଆଫ୍ରିକା ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । ସାଉଥ ଆଫ୍ରିକା ମ୍ୟାଚରେ ଅଭିଷେକ ଟିମରେ ରହିବେ କି ସଞ୍ଜୁ ସାମସନ ଟିମରେ ସ୍ଥାନ ପାଇବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.5 ° C
    36.5 °
    36.5 °
    19 %
    0.9kmh
    53 %
    Wed
    36 °
    Thu
    36 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ