Monday, February 24, 2025
17.3 C
Odisha

    ତିନୋଟି ଲୋକସଭା ଆସନ ପ୍ରାର୍ଥୀ ଘୋଷଣା କଲା ବିଜେପି; କଟକରୁ ଭର୍ତ୍ତୃହରି, ଯାଜପୁରରୁ ରବୀନ୍ଦ୍ର, କନ୍ଧମାଳରୁ ସୁକାନ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଶାରୁ ବାକି ଥିବା ଆଉ ତିନୋଟି ଲୋକସଭା ଆସନର ପ୍ରାର୍ଥୀ ଘୋଷଣା କରିଛି ବିଜେପି । କଟକରୁ ଭର୍ତ୍ତୃହରି ମହତାବ, ଯାଜପୁରରୁ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା ଏବଂ କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଦଳ ପ୍ରାର୍ଥୀ କରିଛି । ଶ୍ରୀ ମହତାବ ଲଗାତର ୬ ଥର ଧରି କଟକରୁ ବିଜେଡି ପ୍ରାର୍ଥୀ ହୋଇ ଜିତିଥିଲେ । ମାତ୍ର ଏଥର ଟିକେଟ୍ ପାଇବାର ଆଶା ହରାଇ ସେ ଦଳ ଛାଡ଼ିଥିଲେ ଏବଂ ଦିଲ୍ଲୀରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପିରେ ଯୋଗଦେଇଥିଲେ । ବିଜେଡିର ସଂତୃପ୍ତ ମିଶ୍ରଙ୍କ ସହ ତାଙ୍କର ମୁକାବିଲା ହେବ । ଗତଥର କଟକରୁ ପୂର୍ବତନ ଡିଜି ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ଯାଜପୁରରୁ ପ୍ରାର୍ଥୀ ହୋଇଥିବା ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା ଜଣେ ଆଇଟି ପ୍ରଫେସନାଲ୍ । ଏନଆଇସିରେ ସେ ଜଣେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିଲେ । ରାଜ୍ୟ ବିଜେପିର ଏକଜ୍ୟୁଟିଭ୍ ମେମ୍ବର ଅଛନ୍ତି । ବିଜେଡିର ଶ୍ରୀମତୀ ଶର୍ମିଷ୍ଠା ସେଠୀଙ୍କ ସହ ତାଙ୍କର ମୁକାବିଲା ହେବ । ସାଂସଦ ଶର୍ମିଷ୍ଠାଙ୍କୁ ଏଥର ପୁନର୍ବାର ପ୍ରାର୍ଥୀ କରିଛି ବିଜେଡି । କନ୍ଧମାଳରୁ ପ୍ରାର୍ଥୀ ହୋଇଥିବା ସୁକାନ୍ତ ପାଣିଗ୍ରାହୀ ୨୦୧୪ରେ ଏହି ଆସନରୁ ଲଢ଼ି ତୃତୀୟ ସ୍ଥାନରେ ରହିଥିଲେ । ପାଇଥିଲେ ମାତ୍ର ୧୨.୯୫ ପ୍ରତିଶତ ଭୋଟ । ବିଜେଡିର ବର୍ତ୍ତମାନର ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସହ ତାଙ୍କର ଲଢ଼େଇ ହେବ । ଡ. ସାମନ୍ତଙ୍କୁ ବିଜେଡି ଏଥର ପୁନର୍ବାର ପ୍ରାର୍ଥୀ କରିଛି । ଗତଥର ଖାରବେଳ ସ୍ୱାଇଁଙ୍କୁ ବିଜେପି ଏଠାରୁ ପ୍ରାର୍ଥୀ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.3 ° C
    17.3 °
    17.3 °
    36 %
    1.3kmh
    0 %
    Mon
    33 °
    Tue
    34 °
    Wed
    35 °
    Thu
    36 °
    Fri
    38 °

    ସମ୍ବନ୍ଧିତ