Tuesday, March 31, 2026
27.4 C
Odisha

    ତୁମମାନଙ୍କ ନିଷ୍ଠାପର କାର୍ଯ୍ୟ ଏକ ସଶକ୍ତ ଓଡ଼ିଶା ପାଇଁ ପଥ ପ୍ରସ୍ତୁତ କରିବ : ନବୀନ

    ଆଗକୁ ପଢନ୍ତୁ

    ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନଙ୍କର ଏକ ବୈଠକ ଆଜି ଶଂଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିରୋଧି ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଉଦବୋଧନ ଦେଇ ଦଳର ଛାତ୍ର, ଯୁବ, ମହିଳା ଶାଖା ସମସ୍ତେ ଏକଜୁଟ ହୋଇ ଦଳକୁ ଶକ୍ତିଶାଳୀ କରିବା ପାଇଁ କାମ କରିବାକୁ ଆହ୍ୱାନ ଜଣାଇଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସେବା, ସଂଗ୍ରାମ, ସ୍ୱାଭିମାନ ଓ ସଚେତନତା ହେଉଛି ଦଳର ଆଦର୍ଶ। ଏକ ଆଞ୍ଚଳିକ ଦଳ ଭାବରେ ବିଜୁ ଜନତା ଦଳଗତ ୨୭ ବର୍ଷ ଧରି ଓଡିଶା ବାସୀଙ୍କ ସେବା କରିଆସୁଛି। ଛାତ୍ର ଯୁବକ, ମହିଳା, ଚାଷୀ ଶ୍ରମିକ ସମସ୍ତଙ୍କୁ ସାଥିରେ ନେଇ ଏହା ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇ ପାରିଛି। କ୍ଷମତା ନୁହେଁ ଲୋକଙ୍କ ସେବା ହି ବିଜେଡିର ଏକ ମାତ୍ର ଲକ୍ଷ୍ୟ। ଗତ ନିର୍ବାଚନ ବିଷୟ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ନିର୍ବାଚନରେ ହାରଜିତ ଅଛି। ଗତ ନିର୍ବାଚନରେ ବିଜେଡି ୪୧.୦୨% ଭୋଟ ସହିତ ସର୍ବାଧିକ ସଂଖ୍ୟକ ଭୋଟ ପାଇଥିଲା। ଓଡିଶା ବାସୀଙ୍କ ଏ ଭଲ ପାଇବା ହିଁ ବିଜେଡିର ସବୁଠାରୁ ବଡ଼ ଶକ୍ତି ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଥିଲେ। ବିଜେଡି ସରକାର ସମୟରେ ଶିକ୍ଷା ଓ କ୍ରୀଡାର ବିକାଶ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏକ ଆଦର୍ଶ ସମାଜ ଗଠନ ଲକ୍ଷ୍ୟ ନେଇ ରାଜ୍ୟରେ ଗତ ସରକାର ସମୟରେ ଅନେକ ନୂଆ ମେଡିକାଲ କଲେଜ, ବୈଷୟିକ ଶିକ୍ଷନୁଷ୍ଠାନ ଗଠନ ହୋଇଥିଲା ଯାହାକି ଓଡିଶାକୁ ପୂର୍ବ ଭାରତର ଏକ ଶିକ୍ଷାର ହବ୍‌ ଭାବେ ପରିଗଣିତ କରିପାରିଛି। ସରକାରୀ ସ୍କୁଲ ପିଲାଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଙ୍ଗ କଲେଜରେ ସଂରକ୍ଷଣ ଏବଂ ୫ଟି ସ୍କୁଲ କଲେଜ ରୂପାନ୍ତର ସୁଫଳ ଦେବା ଆରମ୍ଭ କରିଛି। ବଣ୍ଡା ଜନଜାତିର ମଙ୍ଗଳା ମୁଦୁଲି ଆଜି ମେଡିକାଲ ପଢିବା ପାଇଁ ଜାତୀୟସ୍ତରର ପରୀକ୍ଷାରେ ରେ ସଫଳ ହେବା ଏହାର ଫଳ ଶ୍ରୁତି ବୋଲି ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ ମଙ୍ଗଳା ମୁଦୁଲିଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେହିପରି ଓଡିଶା ଆଜି ଦେଶର କ୍ରୀଡା ରାଜଧାନୀ ହେବା ଆନନ୍ଦ ର କଥା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସୋସିଆଲ ମିଡ଼ିଆର ସମାଜ ଉପରେ ପ୍ରଭାବ ବିଷୟରେ ଅବତାରଣା କରି ପଟ୍ଟନାୟକ ଛାତ୍ର ସମାଜକୁ ସୋସିଆଲ ମିଡ଼ିଆରେ ସକ୍ରିୟ ରହିବା ପାଇଁ ପରାମର୍ଶ ଦେଇ ଭୁଲ ଖବର ଓ ମିଛ ଖବର ବିରୋଧରେ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ। ପ୍ରତି ଘରକୁ ୩୦୦ ୟୁନିଟ ମାଗଣା ବିଜୁଳି, ଓ ସବୁ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ୩୦୦୦ଟଙ୍କା ଭତ୍ତା, ସୁଭଦ୍ରା ଯୋଜନାରେ ପଚାଶ ହଜାର ଆଦି ବିଜେପିର ମିଛ ପ୍ରତିଶ୍ରୁତି ବିଷୟରେ ଲୋକଙ୍କୁ ସଚେତନ କରିବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ। ସେହିପରି ସୁଭଦ୍ରା ଯୋଜନାରେ ମା ମାନଙ୍କୁ ପଚାଶ ହଜାର ଟଙ୍କା ଘୋଷଣା କରି ପାଞ୍ଚ ହଜାର ଟଙ୍କା କିସ୍ତି ଦେବା ନିଷ୍ପତ୍ତିରେ ଶ୍ରୀ ପଟ୍ଟନାୟକ ନୈରାଶ୍ୟ ପ୍ରକାଶ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ