Saturday, April 4, 2026
28.2 C
Odisha

    ତୁଳସୀ ବୃକ୍ଷରେ ଜଳ ଅର୍ପଣ ବେଳେ ପାଠ କରନ୍ତୁ ଏହି ମନ୍ତ୍ର ,ପୂଣ୍ଣ ହେବ ମନସ୍କାମନା

    ଆଗକୁ ପଢନ୍ତୁ

    ସନାତନ ଧର୍ମରେ ତୁଳସୀ ଗଛର ବିଶେଷ ମହତ୍ୱ ରହିଛି।ତୁଳସୀ ମାତାଙ୍କୁ ମା ବୃନ୍ଦାବତୀ ବୋଲି କୁହାଯାଏ l ସେ ଆମ ପରିବାରକୁ ରକ୍ଷା କରନ୍ତି ଏବଂ ତାଙ୍କ କୃପାରୁ ଜୀବନରେ ସୁଖ-ସମୃଦ୍ଧିର ଆଗମନ ହୋଇଥାଏ l କିନ୍ତୁ ମା ବୃନ୍ଦାବତୀ ଙ୍କୁ ପୂଜା କରିବା ସମୟରେ ଗୋଟିଏ ବିଶେଷ ମନ୍ତ୍ର ପାଠ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧିରେ ଘର ପୂରିଉଠେ। ତୁଳସୀ ବୃକ୍ଷରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ, ପ୍ରତ୍ୟେକ ଦିନ ସ୍ନାନ କରି ସାରିବା ପରେ ତୁଳସୀରେ ନିହାତି ଜଳ ଅର୍ପଣ କରିବା ଆବଶ୍ୟକ , ଯେଉଁ କାରଣରୁ ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଘରର ସମସ୍ତ ଅସୁବିଧା କୁ ଦୂର କରିଥାନ୍ତି।

    ପ୍ରତିଦିନ ସ୍ନାନ ସାରିବା ପରେ ତୁଳସୀ ନିକଟରେ ଜଳ ଅର୍ପଣ କରିବା ଆବଶ୍ୟକ lଜଳ ଅର୍ପଣ ସମୟରେ ଓଂ ସୁ -ପ୍ରଭାୟ ନମଃ ପାଠ କରନ୍ତୁ l ଏପରି କରିବା ଦ୍ୱାରା ସମସ୍ତ ଇଚ୍ଛା ପୂଣ୍ଣ ହୋଇଥାଏ।ଏହି ମନ୍ତ୍ରଟିକୁ ନିୟମିତ ପାଠ କରିବା ଦ୍ୱାରା ଜୀବନରୁ ସମସ୍ତ ଆର୍ଥିକ ଅନାଟନ ଦୂର ହୋଇଥାଏ l

    ଯଦି ଦାମ୍ପତ୍ୟ ଜୀବନରେ କଳହ ଦେଖା ଦେଉଛି ତେବେ ତୁଳସୀରେ ଜଳ ଅର୍ପଣ କରିବା ସମୟ ରେ ‘ଓଂ ସୁ-ପ୍ରଭାୟା ନମଃ’ ମନ୍ତ୍ର ପାଠ କରନ୍ତୁ l  ଏହି ମନ୍ତ୍ର ପାରିବାରିକ ସୁଖ ବୃଦ୍ଧି ହୋଇଥାଏ l

    ଯେଉଁ ସମୟରେ ସକାଳେ ଜଳ ଅର୍ପଣ କରୁଛନ୍ତି ସେତେବେଳେ ତୁଳସୀ ବୃକ୍ଷ ମୂଳରେ ଦୀପଟିଏ ଅର୍ପଣ କରନ୍ତୁ l

    ଘର ଅଗଣାରେ ତୁଳସୀ ବୃକ୍ଷ ଲଗାଇବା ସମୟରେ ଦିଗର ବିଶେଷ ଧ୍ୟାନ ରଖନ୍ତୁ, ସବୁବେଳେ ତୁଳସୀଙ୍କୁ ଉତ୍ତର କିମ୍ବା ଉତ୍ତର -ପୂର୍ବ ଦିଗରେ ରୋପଣ କରନ୍ତୁ l ଏହା ଜୀବନରେ ଶୁଭ ସମ୍ବାଦ ଆଣିଥାଏ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    36 %
    1.9kmh
    93 %
    Fri
    29 °
    Sat
    38 °
    Sun
    37 °
    Mon
    38 °
    Tue
    38 °

    ସମ୍ବନ୍ଧିତ