ବର୍ତ୍ତମାନ ବଲିଉଡର ଲୋକପ୍ରିୟ ଷ୍ଟାର ଆମିର ଖାନ୍ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଆମିର ଖାନ ଜୁଲାଇ ୫ ତାରିଖରେ ଗୌରୀ ସ୍ପ୍ରାଟଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ତାଙ୍କ ବିବାହ ଖବରକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଫ୍ୟାନ୍ସଙ୍କର ଏହି ଉତ୍ସାହ ଦେଖି ଆମିର ଖାନ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ।
ଏହାରି ମଧ୍ୟରେ ଆମିର ଖାନ୍ କହିଛନ୍ତି ଯେ, ସେଲିବ୍ରିଟିମାନଙ୍କ ଜୀବନ ପ୍ରତି ଲୋକମାନଙ୍କ ଆଗ୍ରହ ବେଳେବେଳେ ଆବଶ୍ୟକତାଠାରୁ ଅଧିକ ହୋଇଯାଏ । କ୍ରିକେଟର ଓ ସେଲିବ୍ରିଟିଙ୍କର ମଧ୍ୟ ଧ୍ୟାନ ଆକର୍ଷଣ କରନ୍ତି ବୋଲି ସ୍ୱୀକାର କରିଛନ୍ତି । ଏଥିସହ ସେ କହିଥିଲେ ଯେ, ପର୍ସନାଲ ମାଇଲଷ୍ଟୋନ୍ ଓ ବ୍ୟକ୍ତିଗତ ମୁହୂର୍ତ୍ତଗୁଡ଼ିକ କାହିଁକି ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଯାଏ । ସେ ଆହୁରି ମଧ୍ୟ କହିଥିଲେ ଯେ, ମୋତେ ଜଣା ନାହିଁ ଲୋକମାନେ ସେଲିବ୍ରିଟି ଓ କ୍ରିକେଟରମାନଙ୍କ ଜୀବନରେ, ଏତେ ଆଗ୍ରହ କାହିଁକି ଦେଖାନ୍ତି । ଲୋକମାନେ ଆମର କାମ ପ୍ରତି ଆଗ୍ରହ ରଖିବା ଉଚିତ, ଆମର ବ୍ୟକ୍ତିଗତ ଜୀବନ ପ୍ରତି ନୁହେଁ।
ଯଦି ଆମିରଙ୍କ ପ୍ରଥମ ବିବାହ କଥା କୁହାଯାଏ ତେବେ ସେ ରୀନା ଦତ୍ତଙ୍କ ହାତ ଧରିଥିଲେ । ତାଙ୍କର ଦୁଇ ସନ୍ତାନ ଜୁନୈଦ ଓ ଆଇରା ଅଛନ୍ତି । ପରେ ସେ ଚଳଚ୍ଚିତ୍ର ନିର୍ମାତ୍ରୀ କିରଣ ରାଓଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ମଧ୍ୟ ଆଜାଦ ବୋଲି ଗୋଟିଏ ପୁଅ ଅଛି । ଡିଭୋର୍ସ ପରେ ମଧ୍ୟ ଆମିର ରୀନା ଓ କିରଣ ଉଭୟଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି । ସେମାନେ ଗୋଟିଏ ପରିବାର ଭଳି ପରସ୍ପରର ସାଥ୍ ଦେଉଛନ୍ତି ।
