Tuesday, June 23, 2026
37.3 C
Odisha

    AI ଟେକନିକ୍ ବଢାଉଛି ଚିନ୍ତା, ୨୧୦୦୦ କର୍ମଚାରୀଙ୍କୁ ଛଟେଇ କରିଛି Oracle

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) କମ୍ପାନୀ ୱାର୍କ ଫୋର୍ସ ବଢାଇବାର ପ୍ରତିଶ୍ରୁତି ଦେଇ ଅନେକ କର୍ମଚାରୀଙ୍କ ଚିନ୍ତାକୁ ବଢାଇଦେଇଛି । ଆମେରିକାର ଲୋକପ୍ରିୟ ଟେକ୍ କମ୍ପାନୀ Oracle ୨୦୨୬ ଆର୍ଥିକ ବର୍ଷରେ ପ୍ରାୟ ୨୧୦୦୦ କର୍ମଚାରୀଙ୍କୁ ଛଟେଇ କରିଛି । AI-ଭିତ୍ତିକ ପ୍ରଯୁକ୍ତିର ବର୍ଦ୍ଧିତ ବ୍ୟବହାର ଭବିଷ୍ୟତରେ ଆହୁରି ଅଧିକ ଚାକିରିକୁ ପ୍ରଭାବିତ କରିପାରେ ବୋଲି ଓରାକଲ୍ କହିଛି । ଏହି ଟେକ୍ନୋଲୋଜି ସାରା ବିଶ୍ବରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

    Oracleର ବାର୍ଷିକ ରିପୋର୍ଟ ମୁତାବକ, ଗୋଟିଏ ବର୍ଷ ପୂର୍ବରୁ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୧.୬୨ ଲକ୍ଷ ଥିଲା । କିନ୍ତୁ ୩୧ ମେ ୨୦୨୬ ସୁଦ୍ଧା କମ୍ପାନୀ କର୍ମଚାରୀଙ୍କ ସଂଖ୍ୟା ୧.୪୧ ଲକ୍ଷକୁ ହ୍ରାସ ପାଇଛି । କମ୍ପାନୀର ମୋଟ୍ କର୍ମଚାରୀଙ୍କ ସଂଖ୍ୟା ୧୩% ହ୍ରାସ ପାଇଛି । ଗତ କିଛି ବର୍ଷ ଧରି ବିଶ୍ୱର ବଡ଼ ବଡ଼ ଟେକ୍ କମ୍ପାନୀଗୁଡ଼ିକ ଖର୍ଚ୍ଚ କମେଇବା, କାର୍ଯ୍ୟକୁ ବଢାଇବା ଏବଂ ଅଧିକ ଲାଭ ଉଦ୍ଦେଶ୍ୟରେ ନୂଆ ନୂଆ ଟେକ୍ନୋଲୋଜିକୁ ଆପଣାଇ ଆସୁଛନ୍ତି । କମ୍ପାନୀ ସ୍ପଷ୍ଟ କରି କହିଛି ଯେ, AI ଟେକନିକର ବ୍ୟବହାର କେତକ ପ୍ରକ୍ରିୟା ଅଟୋମେଟିକ୍ ହେଉଛି ଯାହା କର୍ମଚାରୀଙ୍କ ଆବଶ୍ୟକତାକୁ ହ୍ରାସ କରିଛି । Oracle ଅନୁସାରେ ପ୍ରବନ୍ଧନରେ ପରିବର୍ତ୍ତନ, ନୂଆ ପ୍ରଡକ୍ସନ, ପ୍ରଦର୍ଶନ ସହିତ ସମ୍ବନ୍ଧୀୟ ସମସ୍ୟା ଏବଂ ରଣନୈତିକ ପୁନର୍ଗଠନ ମଧ୍ୟ ଛଟେଇର ପ୍ରମୁଖ କାରଣ ହୋଇଛି ।

    Oracle ଏବେ କେବଳ ଡାଟାବେସ୍ ସପ୍ଟୱେୟାର କମ୍ପାନୀ ହୋଇ ରହିବାକୁ ଚାହୁଁନାହିଁ । କମ୍ପାନୀର ଚେୟାରମ୍ୟାନ୍ ଲୋରୀ ଏଲିସନଙ୍କ ନେତୃତ୍ବରେ Oracle ଦ୍ରୁତ ଗତିରେ AI ଭଳି ଗ୍ରାହକଙ୍କ ପାଇଁ ବଡ଼ ବଡ଼ AI ସେଣ୍ଟର ତିଆରି କରିଛି । ଏହା ମାଧ୍ୟମରେ Oracle ସିଧାସଳଖ ଭାବେ ଆମାଜନ୍ ଏବଂ ମାଇକ୍ରୋସପ୍ଟ ଭଳି କମ୍ପାନୀକୁ ଚ୍ୟାଲେଞ୍ଜ ଦେବାକୁ ଲକ୍ଷ୍ୟ ରଖିଛି ।

    ଏଥସହ Oracle ଘୋଷଣା କରିଛି ଯେ, ଏହା ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୭୦ ଡଲାର ଇନଭେଷ୍ଟମେଣ୍ଟ କରିବ । ଏହି ନିବେଶକୁ ପୂରା କରିବା ପାଇଁ କମ୍ପାନୀ ପ୍ରାୟ ୪୦ ଡଲାରର ଅତିରିକ୍ତ ଋଣ ଏବଂ ଇକ୍ୱିଟି ମାଧ୍ୟମରେ ସଂଗ୍ରହ କରିବାକୁ ପ୍ରସ୍ତୁତ ହେଉଛି । କିନ୍ତୁ AIର ଏହି ଦୌଡ଼ କମ୍ପାନୀ ପାଇଁ ବହୁତ ମହଙ୍ଗା ବୋଲି ପ୍ରମାଣିତ ହେଉଛି । ପୂର୍ବ ବର୍ଷ କେବଳ ୩୭୪ ଡଲାର ଥିଲା । ହେଲେ ୨୦୨୬ର ଆର୍ଥିକ ବର୍ଷରେ ଓରାକଲ୍ କର୍ମଚାରୀ ଛଟେଇ ଏବଂ ପୁନର୍ଗଠନ ପାଇଁ ୧.୮୪ ଡଲାର ଖର୍ଚ୍ଚ କରିଥିଲା ।

    AI ଟେକନିକର ବ୍ୟବହାର ଲଗାତାର ବଢିଚାଲୁଥିବାରୁ ଭବିଷ୍ୟତରେ କର୍ମଚାରୀଙ୍କ ସଂଖ୍ୟା କମିପାରେ ବୋଲି Oracle ଏକ ରିପୋର୍ଟରେ ଚେତାବନୀ ଦେଇଛି । ପୂର୍ବରୁ ଲୋକଙ୍କ ଦ୍ବାରା କରାଯାଉଥିବା ଅନେକ କାମ ଏବେ AI ଅଟୋମେସନ୍ ମାଧ୍ୟମରେ ଶେଷ ହୋଇପାରିବ ବୋଲି କମ୍ପାନୀ ବିଶ୍ବାସ କରୁଛି । ସମସ୍ତ କମ୍ପାନୀଗୁଡ଼ିକରେ AI ଟେକନିକର ବ୍ୟବହାର ଦ୍ରୁତ ଗତିରେ ବଢୁଥିବାବେଳେ ଓରାକଲ୍ ଏହି ଘୋଷଣା କରିଛି । ଆଗାମୀ ଦିନରେ AI ଟେକନିକର ଅଧିକ ଚାହିଦା ବୃଦ୍ଧି ଯୋଗୁଁ ଅନେକ ଚାକିରି ଏବଂ କର୍ମଚାରୀଙ୍କୁ ପ୍ରଭାବିତ କରିପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37.3 ° C
    37.3 °
    37.3 °
    31 %
    2.8kmh
    72 %
    Tue
    36 °
    Wed
    38 °
    Thu
    39 °
    Fri
    35 °
    Sat
    36 °

    ସମ୍ବନ୍ଧିତ