Saturday, April 11, 2026
27.5 C
Odisha

    ତେଲଙ୍ଗାନା ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ: ଆଇଏଏସ୍‌ ପଦରେ କାହିଁକି ଆଇପିଏସ୍‌ଙ୍କୁ ନିଯୁକ୍ତି ?

    ଆଗକୁ ପଢନ୍ତୁ

    ହାଇଦ୍ରାବାଦ   :    ତେଲଙ୍ଗାନାରେ ଆଇଏଏସ ଅଫିସରଙ୍କ ପାଇଁ ଉଦ୍ଦିଷ୍ଟ କେତେକ ଗୁରୁତ୍ବପୂର୍ଣ୍ଣ ପଦରେ ଆଇପିଏସ ଅଧିକାରୀଙ୍କୁ ଅବସ୍ଥାପିତ କରାଯାଇଥିବାରୁ ହାଇକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଭଳି ବ୍ୟବସ୍ଥା କାହିଁକି କରାଯାଇଛି, ସେ ସମ୍ପର୍କରେ ଡିସେମ୍ବର ୧୦ ସୁଦ୍ଧା ସତ୍ୟପାଠ ଜରିଆରେ ଜଣାଇବାକୁ ହାଇକୋର୍ଟଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଏବଂ ସାଧାରଣ ପ୍ରଶାସନ ବିଭାଗ ସଚିବଙ୍କୁ ନୋଟିସ ଇସ୍ୟୁ କରାଯାଇଛି। ଆଇଏଏସ ପଦରେ ଆଇପିଏସ ଅଫିସରଙ୍କୁ ନିଯୁକ୍ତି ଦିଆଯାଉଥିବା ପ୍ରତିବାଦରେ ଭି.ଶ୍ରୀକାନ୍ତ ନାମକ ହାଇଦରାବାଦସ୍ଥିତ ଜଣେ ଆଇନଜୀବୀ ହାଇକୋର୍ଟରେ ପିଟିସନ ଦାଏର କରିଥିଲେ। ନିର୍ଦିଷ୍ଟ ତିନିଟି ଆଇଏଏସ ପଦରେ ଆଇପିଏସଙ୍କୁ ନିଯୁକ୍ତି ଦିଆଯାଇଥିବା ପିଟିସନରେ ଉଲ୍ଲେଖ କରାଯାଇଥିଲା।

    ଷ୍ଟିଫେନ ରବୀନ୍ଦ୍ର ନାମକ ଆଇପିଏସଙ୍କୁ ଯୋଗାଣ ବିଭାଗ କମିସନର ପଦରେ ନିଯୁକ୍ତି ଦିଆଯାଇଥିବାବେଳେ ଶିଖା ଗୋଏଲଙ୍କୁ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ଏବଂ ସି.ଭି.ଆନନ୍ଦଙ୍କୁ ଗୃହ ବିଭାଗର ସ୍ବତନ୍ତ୍ର ପ୍ରମୁଖ ସଚିବ ପଦରେ ଅବସ୍ଥାପିତ କରାଯାଇଛି। ଆଇଏଏସ ଓ ଆଇପିଏସ ଭଳି ସର୍ବଭାରତୀୟ ସ୍ତରର ଦୁଇ ପ୍ରକାର ଚାକିିରିରେ ସଂପୃକ୍ତ ଅଧିକାରୀଙ୍କ ପଦ ଓ କ୍ଷମତାକୁ ନେଇ ପୃଥକ ବ୍ୟବସ୍ଥା ରହିଛି। ତେଣୁ ଆଇଏଏସ ପଦରେ ଆଇପିଏସଙ୍କୁ ଅବସ୍ଥାପିତ କରି ରାଜ୍ୟ ସରକାର ଏହି ବ୍ୟବସ୍ଥାକୁ ଉଲ୍ଲଘଂନ କରିଥିବା କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.5 ° C
    27.5 °
    27.5 °
    15 %
    1.5kmh
    0 %
    Sat
    28 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ