Monday, March 31, 2025
35.9 C
Odisha

    ତ୍ବଚାକୁ ଚମକାଇବା ପାଇଁ ଘରୋଇ ଫେସପ୍ୟାକ ବ୍ୟବହାର କରୁଛନ୍ତିକି, ତେବେ ହୋଇଯାନ୍ତୁ ସାବଧାନ

    ଆଗକୁ ପଢନ୍ତୁ

    ଏଗୁଡିକ ତ୍ୱଚା ଉପରେ କୌଣସି ପ୍ରକାର କୁପ୍ରଭାବ ପକାଏ ନାହିଁ । କିନ୍ତୁ ପ୍ରକୃତରେ ଏହା ଏକ ଭୁଲ ଧାରଣା । ତ୍ୱଚାର ପ୍ରକାର ଭେଦ ଅନୁଯାୟୀ ଏହି ପ୍ରାକୃତିକ ଭାବେ ମିଳୁଥିବା ଘରୋଇ ଜିନିଷ ଗୁଡିକ ବି କୁପ୍ରଭାବ ପକାଇପାରେ । ତେବେ ଆସନ୍ତୁ ସେବିଷୟରେ ଜାଣି ରଖିବା।

    ଲେମ୍ବୁ:

    ଲେମ୍ବୁ ଏକ ନ୍ୟାଚୁରାଲ ଏଜେଣ୍ଟ ହୋଇଥିବା ବେଳେ ଏକ ଉତ୍ତମ ବ୍ଲିଚ ଭାବେ କାମ କରିଥାଏ । ରୁକ୍ଷ ତ୍ୱଚାରେ ଏହାର ବ୍ୟବହାର ତ୍ୱଚାରେ ଜ୍ବଳନ ବୃଦ୍ଧି କରିବା ସହ ରାଶେଜ ମଧ୍ୟ ସୃଷ୍ଟି କରିପାରେ । କାରଣ ଲେମ୍ବୁରେ ପ୍ରଚୁର ପରିମାଣରେ ଅମ୍ଳ ଓ କେମିକାଲ ଭର୍ତ୍ତି ହୋଇଥାଏ । ଅତ୍ୟଧିକ ଲେମ୍ବୁର ବ୍ୟବହାର ତ୍ୱଚାକୁ କଳା କରିଦେଇଥାଏ । ଯଦିବା ତୈଳାକ୍ତ ଓ ନର୍ମାଲ ସ୍କିଂନ ପାଇଁ ଏହା ଭଲ ।

    ହଳଦୀ:

    ତ୍ୱଚାର ଚମକ ବଢାଇବା ପାଇଁ ଅଧିକାଂଶ ଝିଅ ହଳଦୀର ବ୍ୟବହାର କରିଥାନ୍ତି । କିନ୍ତୁ ସେନସିଟିଭ ସ୍କିନ ଓ ଡ୍ରାଇ ସ୍କିନ ପାଇଁ ଏହା ଖତରନାକ ହୋଇଥାଏ । କାରଣ ଅଧିକାଂଶ ସମୟରେ ହଳଦୀ ତ୍ୱଚାକୁ କଳା କରିଦିଏ ।

    ଏଲୋଭେରା:

    ଔଷଧୀୟ ଗୁଣରେ ଭରପୁର ଘି କୁଆଁରୀ ତ୍ୱଚା ଓ ଶରୀର ପାଇଁ ଖୁବ ଲାଭଦାୟୀ । କିନ୍ତୁ ଗଛରୁ ସିଧାସଳଖ କାଟି ଏହାକୁ ବ୍ୟବହାର କଲେ ତ୍ୱଚାରେ ଜ୍ବଳନ ହେବା ସହ ଆଲର୍ଜି ସୃଷ୍ଟି ହୋଇଥାଏ । କାରଣ ଏଥିରେ ଏସିଡ଼ିକ ପରିମାଣ ଅଧିକ ଥାଏ ।

    ବେସନ ଓ ମୁଲତାନ ମିଟ୍ଟୀ:

    ଏମିତିରେ ବେସନ ଓ ମୁଲତାନି ମିଟ୍ଟୀ ତୈଳାକ୍ତ ତ୍ୱଚା ପାଇଁ ଲଭଦାୟୀ ଓ ଉପକାରୀ ହୋଇଥାଏ । କିନ୍ତୁ ଶୁଷ୍କ ତ୍ୱଚାରେ ଏହାର ଅଧିକ ବ୍ୟବହାର ତ୍ୱଚାକୁ ରୁକ୍ଷ କରିଦେବା ସହ ପ୍ରାକୃତିକ ତୈଳକୁ ଶୋଷିନେଇଥାଏ ।

    ନଡ଼ିଆ ତେଲ:

    ଯଦିବା ନଡ଼ିଆ ତେଲ ସମସ୍ତ ପ୍ରକାର ତ୍ୱଚା ପାଇଁ ଏକ ଉତ୍ତମ ମଇଶ୍ଚରାଇଜର ଭାବେ କାମ କରେ । କିନ୍ତୁ ସମସ୍ତ ପ୍ରକାର ତ୍ୱଚା ପାଇଁ ଏହା ଉପଯୁକ୍ତ ନୁହେଁ । ଏକ୍ସପର୍ଟଙ୍କ ପରାମର୍ଶ ନେଇ ହିଁ ଏହାର ବ୍ୟବହାର କରିବା ଉଚିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.9 ° C
    35.9 °
    35.9 °
    24 %
    0.7kmh
    8 %
    Mon
    40 °
    Tue
    40 °
    Wed
    40 °
    Thu
    40 °
    Fri
    42 °

    ସମ୍ବନ୍ଧିତ