Wednesday, January 28, 2026
23.2 C
Odisha

    ତ୍ବଚାକୁ ସୁନ୍ଦର କରିବା ସହ ଅନେକ ଫାଇଦା ଦେବ ଲୁଣ

    ଆଗକୁ ପଢନ୍ତୁ

    ସୁନ୍ଦର ଦିଶିବା ପାଇଁ କିଏ ବା ନ ଚାହେଁ, ଖାସ୍ କରି ଝିଅମାନେ ନିଜକୁ ଅଧିକ ସୁନ୍ଦର ଦେଖାଯିବା ପାଇଁ ଅନେକ କାର୍ଯ୍ୟ କରିଥାନ୍ତି । ପାର୍ଲର ଯିବାଠାରୁ ଆରମ୍ଭ କରି ସବୁକିଛି କରିଥାନ୍ତି । ଖାଲି ଝିଅମାନେ ନୁହେଁ ବରଂ ପୁଅମାନେ ମଧ୍ୟ ସୁନ୍ଦର ଦେଖାଯିବା ପାଇଁ ଚାହିଁଥାନ୍ତି । ଏଥିପାଇଁ ବିଭିନ୍ନ ପ୍ରକାରର ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି । ଖାସ୍ କରି ଝିଅମାନେ ଫେସରେ ଅଧିକ ଗୁରୁତ୍ବ ଦେଇଥାନ୍ତି । ଏଥିସହ ସବୁ ସମୟରେ ଫେସ୍ ପ୍ୟାକ୍ ଠାରୁ ଆରମ୍ଭ କରି ପାର୍ଲର ଯାଇ ମଧ୍ୟ ଟିଟମେଣ୍ଟ ନେଇଥାନ୍ତି । କିନ୍ତୁ ଏସବୁ କରିବା ଦ୍ବାରା କିଛି ଦିନ ମଧ୍ୟରେ ଆପଣଙ୍କ ଫେସ୍ ଖରାପ ହୋଇଯାଇଥାଏ । ଯଦି ଆପଣଙ୍କର ଏଭଳି ସମସ୍ୟା ହେଉଛି, ତେବେ ଆସନ୍ତୁ ଜାଣିବା କିଛି ଘରୋଇ ଟିପ୍ସ ବିଷୟରେ । ଯାହାକୁ ଆପଣାଇଲେ ଖାଲି ଗ୍ଲୋ କରିବେ ନାହିଁ ଦାନ୍ତରେ ମଧ୍ୟ ଚମକ ଆସିବା ଆରମ୍ଭ କରିବ ।

    ବର୍ତ୍ତମାନ ଦୁନିଆରେ ସମସ୍ତଙ୍କୁ ପ୍ରାୟ ଦାଗହୀନ ଏବଂ ଉଜ୍ଜଳ ତ୍ୱଚା ଦରକାର ହୋଇଥାଏ । ମହିଳାମାନେ ଅନେକ ବିଉଟି ପ୍ରୋଡକ୍ଟର ସାହାରା ମଧ୍ୟ ନେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ରୋଷେଇ ଘରେ ଥିବା ଲୁଣକୁ ବ୍ୟବହାର କରି ଆପଣ ତ୍ବଚାର ଚମକ ବଜାୟ ରଖିପାରିବେ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ତେବେ ଆସନ୍ତୁ ଜାଣିବା ଖାଦ୍ୟର ସ୍ୱାଦ ବଢାଉଥିବା ସାମାନ୍ୟ ଲୁଣ କିପରି ଆପଣଙ୍କର ଚେହେରା କୁ ଉଜ୍ଜଳ କରିବାରେ ସାହାଯ୍ୟ କରିବ ।

    ଗରମ ଦିନରେ ସାଧାରଣତଃ ତ୍ୱଚା ଶୁଷ୍କ ଓ ମଳିନ ପଡ଼ିଯାଏ । ତ୍ୱଚାକୁ ଉଜ୍ଜଳ କରିବାରେ ଲୁଣ ବହୁତ ଉପଯୋଗୀ ହୋଇଥାଏ । ଲୁଣ , ଅଲିଭ ତେଲ , ବାଦାମ କୁ ନେଇ ମିଶ୍ରଣ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ତ୍ୱଚାରେ ସ୍କ୍ରବ ଭାବେ ବ୍ୟବହାର କରି କିଛି ସମୟ ଶୁଖିବାକୁ ଛାଡିଦିଅନ୍ତୁ । ତା’ ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇଦିଅନ୍ତୁ ଏବଂ ଦେଖିବେ ତ୍ବଚାରେ ଚମକ ରହିବା ସହ ଉଜ୍ବଳ ମଧ୍ୟ ଦେଖାଯିବ ।

    କେବଳ ତ୍ୱଚା ଉଜ୍ଜଳ ପାଇଁ ନୁହଁ ଆପଣଙ୍କ ଦାନ୍ତକୁ ଚାମକାଇବା ପାଇଁ ମଧ୍ୟ ଲୁଣ ବ୍ୟବହାର କରିପାରିବେ । ଏଥିପାଇଁ ଏକ ଚାମଚ ଲୁଣ ସହିତ ବେକିଙ୍ଗ ପାଉଡର ମିଶାଇ ତାହାକୁ ବ୍ରଶରେ ଲଗାଇ ବ୍ୟବହାର କରନ୍ତୁ, ଆପଣ କିଛିଦିନ ମଧ୍ୟରେ ପୂର୍ବ ଅପେକ୍ଷା ଅଧିକ ଚମକ ଦାନ୍ତ ପାଇପାରିବେ ।

    ଖାଲି ଲୁଣ ନୁହେଁ ବରଂ ଲୁଣପାଣିରେ ମଧ୍ୟ ଲୁଚି ରହିଛି ଅନେକ ଫାଇଦା । ଲୁଣରେ କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ଭରପୂର ମାତ୍ରାରେ ରହିଛି। ଯାହା ତ୍ୱଚାକୁ ସଂକ୍ରମଣରୁ ରକ୍ଷା କରେ। ଯଦି ଦେହହାତ କୁଣ୍ଡାଇ ହେଉଥାଏ ତେବେ ଲୁଣ ପାଣିରେ ସ୍ନାନ କଲେ ଆରାମ ମିଳିଥାଏ । ଦେହହାତ ଦରଜ ହେଉଥିଲେ ଲୁଣପାଣିରେ ଗାଧୋଇଲେ ଦରଜ କମିଥାଏ।

    ଲୁଣପାଣି ତେଲିଆ ତ୍ୱଚା ପାଇଁ ଖୁବ୍‌ ଲାଭଦାୟକ । ଏହି ପାଣିରେ କେଶ ଧୋଇଲେ ଝଡ଼ିବା ବନ୍ଦ ହେବା ସହ ଚମକ ମଧ୍ୟ ଆସିଥାଏ ।

    ଏଥିସହ ଜାଣିରଖନ୍ତୁ ଯେ, ପାଟିରୁ ବାହାରୁଥିବା ଦୁର୍ଗନ୍ଧକୁ ମଧ୍ୟ ଦୂର କରିବ ଏହି ଲୁଣ । ଲୁଣପାଣିକୁ ନିୟମିତ କୁଳି କଲେ କିଛି ଦିନ ମଧ୍ୟରେ ଆପଣଙ୍କ ମୁହଁରୁ ବାହାରୁଥିବା ଦୁର୍ଗନ୍ଧ ଦୁରେଇ ଯିବ ।

    ଏଥିସହ ଏକ ଚାମଚ ଲୁଣ ସହ ଲେମ୍ବୁରସ, ଏକ ଚାମଚ ବେକିଙ୍ଗ ସୋଡ଼ା ଓ ଅଧା କପ ପାଣିରେ ମିଶେଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ନଖ ଉପରେ ଲଗାନ୍ତୁ । କିଛି ଦିନ ପରେ ଆପଣ ନଖ ଚମକିବ ଆରମ୍ଭ ମଧ୍ୟ କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    42 %
    0.9kmh
    1 %
    Wed
    31 °
    Thu
    31 °
    Fri
    32 °
    Sat
    33 °
    Sun
    32 °

    ସମ୍ବନ୍ଧିତ