Tuesday, April 7, 2026
25.2 C
Odisha

    ଥମିନି ୫ କିଲୋ ସିଲିଣ୍ଡର ସଙ୍କଟ, ୨ ଗୁଣ ବଢିଲା ୫କେଜିଆ ସିଲିଣ୍ଡରର ଦୈନିକ କୋଟା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଛୋଟର ବଡ଼ ଡିମାଣ୍ଡ । ସିଲିଣ୍ଡର ସଂକଟ ବେଳେ ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀଙ୍କ ମୁହଁରେ ଆହାର ଦେବ ଛୋଟ ସିଲିଣ୍ଡର । ୫ କେଜି ଗ୍ୟାସ ସିଲିଣ୍ଡରର ଦୈନିକ କୋଟା ଦୁଇ ଗୁଣ ବଢ଼ାଇଲେ କେନ୍ଦ୍ର ସରକାର । ପ୍ରବାସୀ ଶ୍ରମିକଙ୍କୁ ସ୍ବତନ୍ତ୍ର ଭାବେ ମିଳିବ ସୁବିଧା । ରନ୍ଧନ ଗ୍ୟାସ୍ ଅଭାବରୁ ଅନେକ ଘରମୁହାଁ ହୋଇଥିଲେ । ଏଣେ ରାଜ୍ୟର ବିଭିନ୍ନ ସ୍ଥାନରେ ସିଲିଣ୍ଡର ପାଇଁ ହାହାକାର ସ୍ଥିତି । ଏଜେନ୍ସୀ ଆଗରେ ଗ୍ୟାସ୍ ଟାଙ୍କିର ଲମ୍ବା ଲାଇନ । ବଢ଼ୁଛି କେୱାଇସି ଗହଳି । ଗ୍ୟାସ ମାମଲା ଥାନାକୁ ଗଲାଣି, ଆଗାମୀ ଦିନରେ କୋର୍ଟକୁ ଯିବ ।

    ଗ୍ୟାସ୍ ଅଭାବରୁ ଆଉ ପ୍ରବାସରୁ ଫେରିବେନି ଶ୍ରମିକ। ବଢ଼ିଲା ୫ କେଜିଆ ଛୋଟୁ ଗ୍ୟାସ୍ ସିଲିଣ୍ଡର ଦୈନିକ କୋଟା । ୨ ଗୁଣ କଲେ କେନ୍ଦ୍ର ସରକାର । ପ୍ରବାସୀ ଶ୍ରମିକଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା । ଏଣିକି ପ୍ରବାସୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ୫ କିଲୋଗ୍ରାମ ବିଶିଷ୍ଟ ଛୋଟ ଗ୍ୟାସ୍ ସିଲିଣ୍ଡର FTLର ଦୈନିକ କୋଟାକୁ ଦୁଇଗୁଣା କରାଯିବ । ପ୍ରତି ରାଜ୍ୟରେ ଚାହିଦା ଅନୁଯାୟୀ ଏହି ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

    ଯେଉଁ ଶ୍ରମିକମାନେ କାମ ପାଇଁ ଘର ଛାଡ଼ି ବାହାରେ ରହୁଛନ୍ତି, ସେମାନଙ୍କୁ ସହଜରେ ଏବଂ ଅଧିକ ସଂଖ୍ୟାରେ ରନ୍ଧନ ଗ୍ୟାସ ଉପଲବ୍ଧ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ । ପୂର୍ବରୁ ଧାର୍ଯ୍ୟ ୨୦% ସୀମାକୁ ହଟାଇ ଦିଆଗଲା । ତୈଳ କମ୍ପାନୀଗୁଡ଼ିକ ସହାୟତାରେ ଏହି ସିଲିଣ୍ଡରଗୁଡ଼ିକ କେବଳ ପଞ୍ଜୀକୃତ ପ୍ରବାସୀ ଶ୍ରମିକମାନଙ୍କୁ ହିଁ ଯୋଗାଇ ଦିଆଯିବ । ଶ୍ରମିକ ଓ ଛାତ୍ରଛାତ୍ରୀମାନେ ଆଇଡି କାର୍ଡ ଦେଖାଇ ୫ କେଜି ଗ୍ୟାସ ନେଇ ପାରିବେ ବୋଲି ଗତକାଲି ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଥିଲା । ଛୋଟ ଗ୍ୟାସ କୋଟା ବଢ଼ିବା ପରେ ଆଶ୍ବସ୍ତ ହେବେ ପ୍ରବାସୀ ଶ୍ରମିକ ।

    ବାହାରେ କଳାବଜାରୀ ହେଉଥିବା ଉପଭୋକ୍ତା ଅଭିଯୋଗ କରିଛନ୍ତି । ସେପଟେ ଗ୍ୟାସ୍ ମାମଲା ଥାନାକୁ ଗଲାଣି । ଆଗକୁ କୋର୍ଟକୁ ଯିବ । ଗ୍ୟାସ ଏଜେନ୍ସୀ କଳାବଜାରୀ କରୁଥିବା ଅଭିଯୋଗ କରି ଭୁବନେଶ୍ବର ଚନ୍ଦକା ଥାନାର ଦ୍ବାରସ୍ଥ ହୋଇଛନ୍ତି କିଛି ଉପଭୋକ୍ତା । ସେମାନଙ୍କ ଅଭିଯୋଗ, ନା ଗ୍ୟାସ୍ ମିଳୁଛି ନା କେୱାଇସି ହୋଇ ପାରୁଛି । ଏଜେନ୍ସୀ ଅଫିସ ବନ୍ଦ ରହୁଛି । ଖାଉଟି ଅଦଲାତ ଯିବାକୁ ସେମାନେ ଧମକ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.2 ° C
    25.2 °
    25.2 °
    69 %
    1.7kmh
    84 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ