Wednesday, April 1, 2026
38.7 C
Odisha

    ଥମୁନି ମଣିପୁର ହିଂସା : କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ବୀରେନ ସିଂଙ୍କ ୮ ଦଫା ଦାବିପତ୍ର

    ଆଗକୁ ପଢନ୍ତୁ

    ମଣିପୁରରେ ବଢୁଥିବା ହିଂସାକୁ ନେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଛି। ବିଶେଷକରି କୁକି ଉଗ୍ରବାଦୀଙ୍କ ଦ୍ବାରା ଡ୍ରୋନ ଆକ୍ରମଣ ସମସ୍ତଙ୍କ ନିଦ ହଜାଇ ଦେଇଛି। ଏଠାକାର ସାନି ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ସୁରକ୍ଷାବଳ ପର୍ଯ୍ୟନ୍ତ ତଜର୍ମା ଚାଲିଥିଲା ବେଳେ ରବିବାର ବୀରେନ ସରକାରଙ୍କ ଦ୍ବାରା କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ୮ ଦଫା ଦାବିପତ୍ର କିଛି ନୂଆ ଦିଗ ପ୍ରତି ଇଙ୍ଗିତ କରୁଥିବା ଆକଳନ କରାଯାଉଛି।

    ସାନି ହିଂସାକୁ ଦୃଷ୍ଟିରେ ରଖି ମଣିପୁରରେ ଚାଲିଥିବା ‘ୟୁନିଫାଏଡ କମାଣ୍ଡ’ ବ୍ୟବସ୍ଥାର ନିୟନ୍ତ୍ରଣ ରାଜ୍ୟ ସରକାରଙ୍କ ହାତରେ ସମ୍ପୂର୍ଣ୍ଣ ନ୍ୟସ୍ତ କରିବା ଦାବି ସହିତ ଅନ୍ୟ ୭ଟି ଦାବିକୁ ନେଇ ମୁଖ୍ୟମନ୍ତ୍ରୀ ବୀରେନ ସିଂ ରବିବାର ରାଜ୍ୟପାଳଙ୍କୁ ଭେଟିଥିଲେ। ବୀରେନଙ୍କୁ ସହ ମେଣ୍ଟ ସରକାରର ଅନ୍ୟ ୧୪ ବିଧାୟକ ସାମିଲ ଥିଲା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଦିଆଯାଇଥିବା ଏହି ଦାବିପତ୍ର ଅନ୍ୟ କିଛି ଇଙ୍ଗିତ କରୁଥିବା କୁହାଯାଉଛି। ମଣିପୁରରେ ବଢୁଥିବା ହିଂସାକୁ ନେଇ ବିଜେପି ମଧ୍ୟରେ କନ୍ଦଳ ସୃଷ୍ଟି ହେବା ସହ ବୀରେନଙ୍କୁ ହଟାଇବାକୁ ଯୋଜନା କରାଯାଇଥିବା ଚର୍ଚ୍ଚା ହେଉଛି। ୟୁନିଫାଏଡ କମାଣ୍ଡ’ ବ୍ୟବସ୍ଥା କେନ୍ଦ୍ର ଗୃହ ମନ୍ତ୍ରାଳୟ , ସେନା ଏବଂ ରାଜ୍ୟ ସରକାରଙ୍କ ସଦସ୍ୟମାନଙ୍କ ନେତୃତ୍ବରେ ପରିଚାଳିତ ହେଉଥିବା ବେଳେ ମୁଖ୍ୟତଃ ମ୍ୟାଁମାର ସୀମାରେ କାର୍ଯ୍ୟକାରୀ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.7 ° C
    38.7 °
    38.7 °
    16 %
    2.7kmh
    0 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ