Saturday, April 4, 2026
29.2 C
Odisha

    ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରି: ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ

    ଆଗକୁ ପଢନ୍ତୁ

    ଭଦ୍ରକ ଟାଉନ୍‌ ଥାନା ଅଧୀନ ମୋଟେଲ ଛକରେ ଗତ ୫ ତାରିଖ ଦିନ ଏକ ଦମ୍ପତି ଗଣ୍ଡଗୋଳ ଲାଗିଥିବା ବେଳେ ମହିଳା ହାବିଲଦାରଙ୍କ ହସ୍ତକ୍ଷେପ ଘଟଣା ଏବେ ରୋଚକ ମୋଡ଼ ନେଇଛି। ସ୍ବାମୀଙ୍କୁ ଉଠାଇ ନେଇ ପୁଲିସ ଥାନା ଭିତରେ ଅମାନୁଷିକ ଭାବେ ମାରପିଟ କରିଛି। ଆଉ ଦୋଷ ଲୁଚାଇବା ପାଇଁ ତରବରିଆ ଭାବେ କୋର୍ଟ ଚାଲାଣ କରାଯାଇଛି ବୋଲି ପତ୍ନୀ ଭଦ୍ରକ ଟାଉନ୍‌ ଥାନା ଗବସାହିର ରୁବିନା ନାୟକ ଅଭିଯୋଗ ଆଣିଛନ୍ତି।

    ରୁବିନାଙ୍କ ଅଭିଯୋଗ ଅନୁଯାୟୀ, ସ୍ବାମୀ ଜୀବନ ଜେନାଙ୍କ ସହ ତାଙ୍କର ଗତ ୫ ତାରିଖ ଦିନ ମୋଟେଲ ଛକ ନିକଟରେ ଯୁକ୍ତିତର୍କ ହୋଇଥିଲା। ଏତିକିବେଳେ ସାଦା ପୋଷାକରେ ଥିବା ମହିଳା ହାବିଲଦାର ଅର୍ଣ୍ଣଦା ପୁହାଣ ସେମାନଙ୍କ ଝଗଡ଼ାରେ ପଶିଥିଲେ। ମାତ୍ର ସାଦା ପୋଷାକରେ ଥିବାରୁ ଜାଣି ନ ପାରି ଜୀବନ ତାଙ୍କୁ ମାରପିଟ୍‌ କରିଥିଲେ। ପରେ ପୁଲିସର ଇଆର୍‌ଭି (ଏମର୍‌ଜେନ୍‌ସି ରେସ୍‌ପନ୍‌ସ ଭେହିକିଲ୍‌) ଟିମ୍‌ ସେଠାରେ ପହଞ୍ଚିଥିଲା। ପୁଲିସ ଟିମ୍‌କୁ ଦେଖି ଅର୍ଣ୍ଣଦା ସାହସ ପାଇଯାଇଥିଲେ ଏବଂ ଜୀବନଙ୍କୁ ମାଡ଼ ମାରିଥିଲେ। ଦିନ ୨ଟା ବେଳକୁ ପୁଲିସ ତାଙ୍କୁ ଥାନାକୁ ନେଇଯାଇ ରାତିସାରା ଅଟକ ରଖିବା ପରେ ୬ ତାରିଖ ସକାଳେ ଗିରଫ ଦର୍ଶାଇଥିଲା। ତେବେ କୋର୍ଟ ଚାଲାଣ ପୂର୍ବରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା। ସେଠାରେ ପିଠି ସାରା ଦାଗ ଥିବା ଦେଖିବାକୁ ମିଳିଥିଲା। ରୁବିନା କହିଛନ୍ତି, ଜୀବନଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ଜଣେ କି ୨ଜଣ ନୁହେଁ, ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ୯ ଜଣ ମିଶି ଜୀବନଙ୍କୁ ଆଇଆଇସିଙ୍କ ଚାମ୍ବର ଭିତରେ ମାଡ଼ ମାରିଛନ୍ତି। ପ୍ରମାଣ ନଷ୍ଟ କରିବାକୁ ପୁଲିସ ସିସିଟିଭି ବନ୍ଦ କରିଦେଇଥିଲା। ଏପରିକି ତରବରିଆ ଭାବେ ହସ୍‌ପିଟାଲ୍‌ରୁ ଜୀବନଙ୍କୁ କୋର୍ଟ ଚାଲାଣ କରି ମାମଲା ଚାପି ଦେବାକୁ ଉଦ୍ୟମ ହୋଇଥିଲା। ଥାନାରେ ଥିବା ବେଳେ ପରିବାର ଲୋକ ତାଙ୍କୁ ଭେଟିବାକୁ ଯାଇଥିଲେ। ପ୍ରଥମ ଥର ଭେଟିବାକୁ ଦିଆଯାଇଥିବା ବେଳେ ଦ୍ବିତୀୟ ଥର କିନ୍ତୁ ଭେଟିବାକୁ ଅନୁମତି ମିଳି ନଥିଲା।

    ଅନ୍ୟପଟେ ସଂପୃକ୍ତ ମହିଳା ହାବିଲଦାର ଅର୍ଣ୍ଣଦା ପୁହାଣ ଟାଉନ୍‌ ଥାନାରେ ଘଟଣା ଦିନ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ୮୨/୨୫ରେ ଏକ ମାମଲା ରୁଜୁ କରି ଜୀବନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଅର୍ଣ୍ଣଦାଙ୍କ ଅଭିଯୋଗ ଅନୁଯାୟୀ, ଅର୍ଣ୍ଣଦା ସ୍କୁଟିରେ ଯାଉଥିବା ବେଳେ ମୋଟେଲ ଛକ ନିକଟରେ ତାଙ୍କ ହେଲମେଟ୍‌ରେ ଏକ ବଡ଼ ପଥର ବାଜିଥିଲା। ଗାଡ଼ି ରଖି ଦେଖିବା ବେଳେ ରୁବିନାଙ୍କୁ ଜୀବନ ମାଡ଼ ମାରୁଥିଲେ। ସେ ଅଟକାଇବାରୁ ଜୀବନ ତାଙ୍କୁ ଗାଳିଗୁଲଜ କରିବା ସହ ମାରପିଟ୍‌ କରିଥିଲେ। ଅର୍ଣ୍ଣଦା ପିନ୍ଧିଥିବା ୨ ଭରିର ସୁନାଚେନ୍‌ ଛିଣ୍ଡାଇବା ସହ ମନିପର୍ସ ନେଇ ଯାଇଥିଲେ। ପୁଲିସ ଟିମ୍‌ ପହଞ୍ଚିବା ପରେ ଟିମ୍‌ ସଦସ୍ୟଙ୍କୁ ମଧ୍ୟ ଜୀବନ ମାରପିଟ୍‌ କରିଥିଲେ। ଏ ନେଇ ଭଦ୍ରକ ଅତିରିକ୍ତ ଏସ୍‌ପି ଅରୂପ ଅଭିଷେକ ବେହେରାଙ୍କୁ ପଚରାଯାଇଥିଲା। ସେ କହିଛନ୍ତି, ଘଟଣା ବାବଦରେ ତଦନ୍ତ ଜାରି ରହିଛି। ରିପୋର୍ଟ ମିଳିବା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.2 ° C
    29.2 °
    29.2 °
    34 %
    1.5kmh
    98 %
    Sat
    38 °
    Sun
    37 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ