Friday, July 10, 2026
27.6 C
Odisha

    ଥାଲପତି ବିଜୟଙ୍କ ବଡ଼ ଘୋଷଣା, ଜନତାଙ୍କୁ ମିଳିବ ୨୦୦ ୟୁନିଟ ମାଗଣା ବିଜୁଳି

    ଆଗକୁ ପଢନ୍ତୁ

    ତାମିଲନାଡୁ :  ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ ପରେ ବଡ଼ ଘୋଷଣା କଲେ ଥାଲାପତି ବିଜୟ । ଜନତାଙ୍କୁ ମିଳିବ ୨୦୦ ୟୁନିଟ ମାଗଣା ବିଜୁଳି ।  ସେହିପରି ମହିଳାଙ୍କ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି ।  ମହିଳାଙ୍କ ସୁରକ୍ଷା ପାଇଁ  ସ୍ପେଶାଲ ଫୋର୍ସ ଫାଇଲ ଉପରେ ସାଇନ୍  କରିଛନ୍ତି ବିଜୟ । ଏହା ସହ ସ୍ୱତନ୍ତ୍ର ନିଶା ନିବାରଣ ଟାସ୍କ ଫୋର୍ସ ଗଠନ ହେବ ।  ପ୍ରତି ଜିଲ୍ଲାରେ ହେବ ଆଣ୍ଟି ଡ୍ରଗ ୟୁନିଟ ଗଠନ ।

    ସୂଚନାଯୋଗ୍ୟ, ତାମିଲନାଡୁରେ ବିଜୟଙ୍କ ଯୁଗ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଥାଲପତି ବିଜୟ । ୧୯୭୬ ପରେ ପ୍ରଥମ ଅଣଦ୍ରାବିଡ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ଉପସ୍ଥିତ ଅଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଚେନ୍ନାଇ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି ଐତିହାସିକ ଶପଥ ସମାରୋହ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.6 ° C
    27.6 °
    27.6 °
    83 %
    2kmh
    100 %
    Fri
    27 °
    Sat
    26 °
    Sun
    28 °
    Mon
    28 °
    Tue
    25 °

    ସମ୍ବନ୍ଧିତ