Sunday, April 5, 2026
27.8 C
Odisha

    ଦକ୍ଷିଣ ଦିଗରେ ଯଦି ରହିଛି ଆପଣଙ୍କ ଘରର ମୁହଁ ତେବେ କରି ନିଅନ୍ତୁ ଏହି କାର୍ଯ୍ୟ

    ଆଗକୁ ପଢନ୍ତୁ

    ସନାତନ ଧର୍ମରେ ଦିଗର ଅନେକ ମହତ୍ୱ ରହିଛି, ଯଦି ଘରର ଦ୍ୱାର ଉତ୍ତର କିମ୍ବା ପୂର୍ବ ଦିଗରେ ରହିଛି ତେବେ ଏହା ଖୁବ ଶୁଭ ଅଟେ l ଯଦି ପଶ୍ଚିମ ମୁହାଁ ଘର ତେବେ ସାମାନ୍ୟ ଶୁଭ କିନ୍ତୁ ଯଦି ଏହା ଦକ୍ଷିଣ ଦିଗରେ ଘରର ମୁହଁ ଅଟେ ତେବେ ଏହା କଦାପି ଶୁଭ ନୁହେଁ l ମାନ୍ୟତା ଅନୁସାରେ ଯଦି ଘରର ମୁଖ୍ୟ ଦ୍ୱାର ଯଦି ଦକ୍ଷିଣ ଦିଗରେ ରହିଛି ତେବେ ଆପଣଙ୍କୁ ସାମାନ୍ୟ ସାବଧାନତା ରଖିବା ଜରୁରୀ l କାହିଁକିନା ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ lତେଣୁ ଘରର ମୁଖ୍ୟଦ୍ଵାର କୁ ଦକ୍ଷିଣ ଦିଗରେ ରଖିବା ଉଚିତ ନୁହେଁ l କାହିଁକି ନା ଦକ୍ଷିଣ ଦିଗ ଯମଙ୍କ ଦିଗ ଅଟେ l ଏହି କାରଣରୁ ଘରେ ଅଶୁଭ ପ୍ରଭାବ ପଡିଥାଏ l ଲଗାତାର ଭାବରେ ଘର-ପରିବାର ଉପରେ ଆର୍ଥିକ, ଶାରୀରିକ, ଓ ମାନସିକ ଅସୁବିଧାର ସମସ୍ୟା ଦେଖା ଯାଇଥାଏ l

    ଯଦି ଦକ୍ଷିଣ ଦିଗରେ ଘରର ମୁଖ୍ୟଦ୍ଵାର ରହିଛି ତେବେ ଜୀବନ ରେ କିଛିନା କିଛି ସମସ୍ୟା ଲାଗି ରହିଥାଏ l ଏପରି ସ୍ଥିତିରେ ଘରର ମୁଖ୍ୟ ଦ୍ୱାରରେ ପଞ୍ଚମୁଖୀ ମହାବୀରର ଗୋଟିଏ ଫଟୋ ଲଗାନ୍ତୁ l ଯେପରି ତାହା ଦକ୍ଷିଣ ଦିଗକୁ ମୁହଁ କରି ରହିବ l

    ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଘରର ମୁଖ୍ୟ ଦ୍ୱାର ଦକ୍ଷିଣ ଦିଗକୁ ରହିଛି ତେବେ ଘରର ମୁଖ୍ୟ ଦ୍ୱାରରେ ଆପଣ ବିଘ୍ନ ରାଜ ଗଣେଶଙ୍କର ଗୋଟିଏ ଫଟୋ ଲଗାଇ ପାରିବେ l ଏହାଦ୍ୱାରା ସମସ୍ତ ବିଘ୍ନ ଦୂର ହୋଇଯିବ l

    ଯଦି ଘରର ମୁଖ୍ୟ ଦ୍ୱାର ଦକ୍ଷିଣ ଦିଗରେ ତେବେ ଘରର ମୁଖ୍ୟ ଦ୍ୱାରରେ ଗୋଟିଏ ସ୍ୱସ୍ତିକ ଚିହ୍ନ କରି ନିଅନ୍ତୁ l କିମ୍ବା ଚାନ୍ଦିର ସ୍ୱସ୍ତିକ ଚିହ୍ନଟିଏ ଲଗାଇ ନିଅନ୍ତୁ l ସ୍ୱସ୍ତିକ ଚିହ୍ନ ଶୁଭତାର ପ୍ରତୀକ l

    ଘରର ଦକ୍ଷିଣ ଦିଗରେ କାକଟସ ର ଗୋଟିଏ ଗଛ ଲଗାଇ ନିଅନ୍ତୁ, ଏହି ଗଛଟି କଣ୍ଟା ଯୁକ୍ତ ହୋଇଥିଲେ ସୁଧା ଘରର ବାସ୍ତୁ ପାଇଁ ଶୁଭ ହୋଇଥାଏ l ଏବଂ ଆପଣଙ୍କ ଘର ଖରାପ ନଜର ରୁ ରକ୍ଷା ପାଇଥାଏ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.8 ° C
    27.8 °
    27.8 °
    45 %
    2kmh
    99 %
    Sat
    27 °
    Sun
    36 °
    Mon
    38 °
    Tue
    37 °
    Wed
    38 °

    ସମ୍ବନ୍ଧିତ