Sunday, March 22, 2026
25.7 C
Odisha

    ଦଳାଚକଟାରେ ପ୍ରାଣ ହରାଇଥିବା ମା’ ଓ ଝିଅଙ୍କ ମୃତ୍ୟୁ ପୂର୍ବର ଭିଡିଓ

    ଆଗକୁ ପଢନ୍ତୁ

    ଲକ୍ଷ୍ମୌ: ମହାକୁମ୍ଭ ମେଳା-୨୦୨୫ରେ ମୌନି ଅମାବାସ୍ୟରେ ଶାହି ସ୍ନାନ ପାଇଁ  ଲାଗିଥିବା ପ୍ରବଳ ଭିଡ଼ ହେତୁ ଦଳାଚକଟା ପରିସ୍ଥିତ ସୃଷ୍ଟି ହୋଇଥିଲା। ଏଥିରେ ୩୦ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ୩୦ଜଣଙ୍କ ମଧ୍ୟରେ କିଏ ଭାଇକୁ, କିଏ ମା’କୁ କିଏ ସ୍ତ୍ରୀକୁ ତ କିଏ ଭଉଣୀକୁ ହରାଇ ଦେଇଥିବା ବେଳେ କିଛି ପରିବାରର ସମସ୍ତ ସଦସ୍ୟଙ୍କ ଏହି ଦଳାଚକଟାରେ ମୃତ୍ୟୁ ହୋଇଯାଇଛି। ମୃତ ୩୦ଜଣଙ୍କ ମଧ୍ୟରୁ ଏଯାବତ ୨୫ଜଣଙ୍କ ପରିଚୟ ମିଳି ପାରିଛି। ଅନ୍ୟ ମୃତକଙ୍କ ପରିଚୟ ଜାଣିବା ପାଇଁ ପୁଲିସ ଯାଞ୍ଚ ଜାରି ରଖିଛି।ଏହି ମୃତକଙ୍କ ମଧ୍ୟରେ ବେଲଗ୍ରାମର ବଡ଼ଗାଁରେ ରହୁଥିବା ମା’ ଓ ଝିଅ ବି ସାମିଲ ଅଛନ୍ତି। ମୃତ ମହିଳାଙ୍କ ନାମ ଜ୍ୟୋତି ହଟରାୱତ (୫୦) ଥିବା ବେଳେ ତାଙ୍କ ଝିଅଙ୍କ ନାମ ମେଘା ହଟରାୱତ (୨୪) ଥିବା ଜଣାପଡ଼ିଛି।

    ଏହି ଭିଡିଓରେ ମେଘା ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରି କହୁଛନ୍ତି, ‘ନମସ୍କାର ଆମେ ମହାକୁମ୍ଭରେ ଅଛୁ। ମହାକୁମ୍ଭରେ ପ୍ରବଳ ଭିଡ଼। ମୋ ମତରେ ଯଦି ସମ୍ଭବ ହେଉଛି ଏଠାକୁ ଆସନ୍ତୁ ନାହିଁ। ଏହା ମୁଁ ଆପଣମାନଙ୍କ ହିତ ପାଇଁ କହୁଛି। ଯଦି ବି ଆସୁଛନ୍ତି ଦୟାକରି ସାବଧାନତା  ଅବଲମ୍ବନ କରନ୍ତୁ। ପରସ୍ପରର ହାତକୁ ଜାବୁଡ଼ି ଧରି ମହାକୁମ୍ଭ ମେଳାରେ ବୁଲନ୍ତୁ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    25 %
    1.5kmh
    0 %
    Sun
    27 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ