Sunday, October 4, 2026
24.6 C
Odisha

    କୁଷ୍ଠରୋଗ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାଗଣାରେ ଔଷଧ ବଣ୍ଟନ କରାଯାଉଛି’

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କୁଷ୍ଠରୋଗ ପାଇଁ ଆଧୁନିକ ତଥା ନିର୍ଭରଯୋଗ୍ୟ ଚିକିତ୍ସା ବ୍ୟବସ୍ଥା ଥିଲେ ହେଁ, ସଂକ୍ରମିତ ବ୍ୟକ୍ତି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ସାମାଜିକ ବାସନ୍ଦ ଭୟରେ ଚିକିତ୍ସା ଠାରୁ ଦୂରେଇ ରହୁଥିବା ଯୋଗୁଁ ଧୀରେଧୀରେ ସଂକ୍ରମଣ ବଢ଼ି ଆକ୍ରାନ୍ତ ବ୍ୟକ୍ତି ଦିବ୍ୟାଙ୍ଗ ପାଲଟି ଯାଇଥାନ୍ତି। ଏହି ରୋଗ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାଗଣାରେ ଔଷଧ ବଣ୍ଟନ କରାଯାଉଛି। କୁଷ୍ଠ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ମାଗଣା ଟୀକା ଦିଆଯିବାର ଯୋଜନା ମଧ୍ୟ ଆମ ସରକାର କରୁଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମ ‘ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ୍‌ ଏହା କହିଛନ୍ତି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲରେ ବିଶ୍ୱ କୁଷ୍ଠ ନିରାକରଣ ଦିବସ ପାଳନ ହୋଇଯାଇଛି। ପ୍ରତିବର୍ଷ ମହାତ୍ମାଗାନ୍ଧୀଙ୍କ ପୁଣ୍ୟତିଥିକୁ ବିଶ୍ୱ କୁଷ୍ଠ ନିରାକରଣ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଚଳିତବର୍ଷ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ସାସାକାୱା ଫାଉଣ୍ଡେସନ ଓ ରାଜ୍ୟ ସରକାରଙ୍କ  ମିଳିତ ପ୍ରୟାସରେ କୁଷ୍ଠ ମୁକ୍ତ ରାଜ୍ୟ ଓ କୁଷ୍ଠ ମୁକ୍ତ ଦେଶ ଗଠନ ଆଶାରେ ବିଶ୍ୱକୁ ଏକ ଅପିଲ କରାଯାଇଛି।

    ଏହି ଗ୍ଲୋବାଲ ଅପିଲର ଆରମ୍ଭ ହେବା ସାଙ୍ଗକୁ ସାରା ବିଶ୍ୱରେ କୁଷ୍ଠ ମୁକ୍ତ କେମିତି ହେବ ଆଲୋଚନା ହୋଇଥିଲା। କୁଷ୍ଠରୋଗୀମାନଙ୍କୁ ସମ୍ମାନ ଓ ସ୍ୱାଭିମାନରେ ବଞ୍ଚିବା ସାଙ୍ଗକୁ ସମାଜରେ ସଚେତନତା ପାଇଁ କଣ ସବୁ ପଦକ୍ଷେପ ଜରୁରୀ ସେ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାର କୁଷ୍ଠରୋଗୀମାନଙ୍କ ସହ ଅନ୍ୟାନ୍ୟ ପ୍ରାୟ ୧୮ ରାଜ୍ୟର କୁଷ୍ଠରୋଗୀ ମିଳିତ ହୋଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସହିତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶାରୁ ଓ ଭାରତରୁ ଏହିଭଳି ଏକ ଦୂରାରୋଗକୁ ସମ୍ପୂର୍ଣ୍ଣ ବିନାଶ କରିବାକୁ ପ୍ରସ୍ତୁତ ହେଉଛନ୍ତି କହିଛନ୍ତି।

    ସ୍ବାସ୍ଥ୍ୟମନ୍ତ୍ରୀ ବର୍ତ୍ତମାନ ଓଡ଼ିଶାରେ ଥିବା କୁଷ୍ଠରୋଗୀଙ୍କ ସଂଖ୍ୟା ନେଇ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି ୨୦୧୯-୨୦ ରେ ଏହି ସଂଖ୍ୟା ୧୦ ହଜାର ଥିଲା। କିନ୍ତୁ ୨୦୨୪-୨୫ ବେଳକୁ ଏହା  ୬୧୯୯କୁ ଖସି ଆସିଛି।  ରାଜ୍ୟରେ ଓ ଦେଶରେ କାମ କରୁଛୁ ସାସାକାୱା ଫାଉଣ୍ଡେସନ ଓ ଓଡିଶା ସରକାରଙ୍କ ମିଳିତ ପ୍ରୟାସରେ ରାଜ୍ୟ କିଭଳି କୁଷ୍ଠ ମୁକ୍ତ ହେବ ସେନେଇ ପ୍ଲାନ ପ୍ରସ୍ତୁତ ହେଉଛି। ଆଗାମୀ ଦିନରେ କୁଷ୍ଠରୋଗୀଙ୍କ ସମ୍ପର୍କୀୟ ଓ ପାଖରେ ରହି ସେବା କରୁଥିବା ଲୋକଙ୍କୁ ଟିକା ଦିଆଯିବ ଏନେଇ ଟୀକାକରଣ ପଦ୍ଧତିର ପ୍ରତିଶ୍ରୁତି ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। କିଛି ସ୍କୁଲ ଛାତ୍ରୀଙ୍କୁ ସ୍ୱପ୍ନା ମାସ୍କଟ ହିସାବରେ ସମ୍ମାନିତ କରାଯାଇଛି। ସେମାନେ ସ୍କୁଲରେ ପାଠ ପଢି ଘରକୁ ଘର ବୁଲି  ଜନ ସଚେତନତା କାର୍ଯ୍ୟକ୍ରମରେ ନିୟୋଜିତ ହେବେ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ