Monday, September 28, 2026
29.4 C
Odisha

    ଦିନକର କୁନିଛୁଆକୁ ଲକ୍ଷେ ଟଙ୍କାରେ ବିକ୍ରି କଲା ମା’!

    ଆଗକୁ ପଢନ୍ତୁ

    ପାରାଦୀପ :ଏହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କି ମାଆ ତାର ନିଜ ଛୁଆକୁ ବିକ୍ରି କରିଛି ,ତାହା ପୁଣି ଗୋଟିଏ ଦିନର ଛୁଆ।ହ ଆଞ୍ଚା ପାରାଦୀପର ଜଣେ ମା’ ଦିନକର ଛୁଆକୁ ଲକ୍ଷେ ଟଙ୍କାରେ ବିକ୍ରି କରିଥିବ‌ା ଘଟଣା ଏବେ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ଏବେ ଖୋଳତାଡ଼ ଚାଲିଛି। ଦଲାଲଙ୍କ କବଜାରେ ଫସି କୋଳର ଶିଶୁପୁତ୍ରକୁ ଭାଇଜାଗରେ ଜନୈକ ଆଦିବାସୀ ମହିଳା ବିକ୍ରି କରିଥିବା କୁହାଯାଉଛି। ଏନେଇ ପ୍ରଶାସନ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି। ଶିଶୁ ମଙ୍ଗଳ ଅଧିକାରୀଙ୍କ ଏକ ଟିମ୍ ଏହି ମାମଲାର ତଦନ୍ତ କରୁଛି।ସେହି ମାଆଟିର ନାମ ହେଉଛି ମାମିନା।ମାମିନା ପ୍ରଥମେ ଷଣ୍ଢକୁଦ ବସ୍ତିରେ ରହୁଥିଲେ । ନିଜର ଗର୍ଭ ନଷ୍ଟ କରିବାକୁ ଚାହିଁବାରୁ ମାଙ୍ଗା ନାମ୍ନୀ ଜଣେ ତେଲୁଗୁ ମହିଳା ତାଙ୍କୁ ବାରଣ କରିବା ସହିତ ମାମିନାର ଦେଖାଶୁଣା କରୁଥିଲେ ଓ ଚିକିତ୍ସା କରାଉଥିଲେ। ପିଲା ଜନ୍ମ ହେଲେ ସେ ପିଲାକୁ ରଖିବେ ମାମିନାଙ୍କୁ ଭରସା ଦେଇଥିଲେ । ମାମିନାକୁ ତାଙ୍କ ଝିଅର ଭବିଷ୍ୟତ ପାଇଁ ୩୦ ହଜାର ଟଙ୍କା ଦେବେ ବୋଲି ମଧ୍ୟ ସେ କହିଥିଲେ।ଗତ ଶୁକ୍ରବାର ଅଠରବାଙ୍କି ସରକାରୀ ଡାକ୍ତରଖାନାରେ ମାମିନା ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ। ରବିବାର ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଆଉ ସୋମବାର ଜଣେ ଦଲାଲ ମାଧ୍ୟମରେ ନିଜ କୋଳର ଛୁଆକୁ ଭାଇଜାଗ ପଠାଇ ଦେଇଥିଲେ। ଏ କଥା ଜାଣିବା ପରେ ତେଲୁଗୁ ମହିଳା ମାଙ୍ଗା ସ୍ଥାନୀୟ ପାରିଷଦ ଓ କିଛି ମହିଳାଙ୍କୁ ସାଙ୍ଗରେ ନେଇ ମାମିନା ପାଖକୁ ଯାଇ ପାଟିତୁଣ୍ଡ କରିଥିଲେ ।ପୂରା ଘଟଣା ଲୋକଲୋଚନକୁ ଆସିବା ପରେ ମାମିନା ଏବଂ ଦଲାଲ ଏବେ ଫେରାର ଅଛନ୍ତି । ଅନ୍ୟପଟେ ଏହି ଘଟଣାର ତଦନ୍ତ ପାଇଁ ସ୍ଥାନୀୟ ପୁଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ତେବେ ଖୁବ୍‌ଶୀଘ୍ର ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ୍ କହିଛି। ଅନ୍ୟପଟେ ଏହି ଘଟଣାରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶିଶୁ ମଙ୍ଗଳ ଅଧିକାରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ