Monday, March 3, 2025
22.5 C
Odisha

    ଦିନକୁ କେତେ ଲୁଣ ବ୍ୟବହାର କରିବା ଉଚିତ,ଏହା ଆମ ଶରୀରରେ କେଉଁ ପ୍ରଭାବ ପକାଏ ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ଲୁଣ ଯାହାକି ନୀତିଦିନ ଖାଇବାରେ ସ୍ୱାଦ ପାଇଁ ଆମେ ବ୍ୟବହାର କରିଥାଉ । ଏହା ଆମ ଖାଇବାର ସ୍ବାଦକୁ ବଢାଏ ସତ କିନ୍ତୁ ଅଧିକ ମାତ୍ରାରେ ଲୁଣର ଉପଯୋଗ ଦ୍ୱାରା ସ୍ବାଦକୁ ଖରାପ କରିବା ସହ ଆମ ସ୍ୱାସ୍ଥ୍ୟକୁ ମଧ୍ୟ ଖରାପ କରିଥାଏ । ଅଧିକ ଲୁଣର ବ୍ୟବହାର ଆମ ଶରୀରରେ ରୋଗ ସୃଷ୍ଟି କରିଥାଏ । ସେଥିପାଇଁ ଗୋଟିଏ ଦିନରେ କେତେ ମାତ୍ରାର ଲୁଣ ବ୍ୟବହାର କରିବା ଦରକାର ତାହା ଜାଣନ୍ତୁ ।

    ଲୁଣକୁ କେବଳ ଆମ ସ୍ୱାଦ ପାଇଁ ବ୍ୟବହାର କରିନଥାଉ ବରଂ ଏହାର ଭଲ ପ୍ରଭାବ ମଧ୍ୟ ଆମ ସ୍ୱାସ୍ଥ୍ୟ ଉପରେ ପକାଇଥାଏ । ଲୁଣ ଆମ ଶରୀର ପାଇଁ ଜରୁରୀ କିନ୍ତୁ ଦରକାରରୁ ଅଧିକ ହେଲେ ତାହା ଆମ ପାଇଁ କ୍ଷତିକାରକ ହୋଇଥାଏ । ଯାହାକି ୱାର୍ଲଡ ହେଲଥ ଅର୍ଗାନାଇଜେସନ(WHO) ତରଫରୁ ବିବରଣୀ ଜାରି କରାଯାଇଛି । ନିମ୍ନ ରକ୍ତଚାପ ପାଇଁ ଅଧିକାଂଶ ଲୋକ ଲୁଣ ଚିନି ପାଣିକୁ ବ୍ୟବହାର କରିଥାନ୍ତି । କିନ୍ତୁ WHO ତରଫରୁ ଏହା ମଧ୍ୟ କୁହାଯାଇଛି ଯେ, ଅଧିକ ଲୁଣ ଖାଇବା ଅନୁଚିତ । ଦିନକୁ ୯ରୁ ୧୨ ଗ୍ରାମର ଲୁଣ ବ୍ୟବହାର କରୁଥିବା ବ୍ୟକ୍ତି ରକ୍ତଚାପ ବୃଦ୍ଧି ଏବଂ ହାର୍ଟ ଆଟାକ ଭଳି ସମସ୍ୟା ର ସମ୍ମୁଖୀନ ହୋଇଥାନ୍ତି ।ରାସାୟନିକ ଭାଷା ଅନୁଯାୟୀ ଲୁଣକୁ ସୋଡ଼ିୟମ କ୍ଲୋରାଇଡ କୁହାଯାଇଥାଏ, ଯାହାକି ଆମ ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ । WHO କହିବା ଅନୁଯାୟୀ ଜଣେ ବ୍ୟକ୍ତି ଦିନକୁ ୫ ଗ୍ରାମ ଅର୍ଥାତ ଗୋଟିଏ ଚାମଚ ଲୁଣ ଖାଇବା ଉଚିତ । ୫ ଗ୍ରାମ ଲୁଣରେ ୨୦୦୦ ମିଲିଗ୍ରାମର ସୋଡିୟମ ରହିଥାଏ । ହାର୍ଟ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ହାର୍ଟ ରୋଗୀ ଦିନକୁ ୧୫୦୦ମିଲିଗ୍ରାମ ରୁ କମ ସୋଡିୟମର ଲୁଣ ବ୍ୟବହାର କରିବା ଉଚିତ ।

    ଅଧିକ ଲୁଣ ଖାଇବା ଦ୍ୱାରା କେଉଁ ପ୍ରଭାବ ପଡେ : ଅଧିକ ଲୁଣ ଖାଇବା ଫଳରେ ଉଚ ରକ୍ତଚାପ ବଢାଇବା ସହ ହାର୍ଟ ସମସ୍ୟାକୁ ମଧ୍ୟ ବଢ଼ାଇଥାଏ । ଶରୀରରେ ଅଧିକ ସୋଡିୟମର ମାତ୍ରା ବଢିବା ଦ୍ୱାରା କିଡ଼ନୀ ଉପରେ ପ୍ରଭାବ ପକାଇଥାଏ ।

    କମ ଲୁଣ ଖାଇବାରେ କେଉଁ ପ୍ରଭାବ ପଡେ : ଲୁଣ କମ୍ ଖାଇବା ଦ୍ୱାରା ମଧ୍ୟ ଶରୀରରେ ସମସ୍ୟା ଦେଖାଦେଇଥାଏ । କମ ଲୁଣ ଖାଇବା ଦ୍ୱାରା ମୁଣ୍ଡ ବୁଲାଇବା, ଥକା ଲାଗିବା, ମୁଣ୍ଡରେ ଯନ୍ତ୍ରଣା ହେବା, ଦୁର୍ବଳ ଲାଗିବା ଭଳି ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ସେଥିପାଇଁ ଲୁଣର ସଠିକ ମାତ୍ରା ରଖିବା ନିହାତି ଆବଶ୍ୟକ ।

    କେଉଁ ପ୍ରକାର ଲୁଣ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ : ଆୟୋଡିନ ଲୁଣ ବ୍ୟବହାର କରିବା ଦ୍ୱାରା ଥାଇରଏଡ଼ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । ଲୁଣରୁ ଆୟୋଡିନ, ପୋଟାସିୟମ, ଆଇରନ ଭଳି ତତ୍ତ୍ୱ ମିଳିଥାଏ । କଳା ଲୁଣ ଆମ ପାଚନ କ୍ରିୟାକୁ ସ୍ଥିର ରଖିବାରେ ସାହାଯ୍ୟ କରିଥାଏ। ସେହିପରି ପିଙ୍କ ସଲ୍ଟରେ ମଧ୍ୟ ଅନେକ ତତ୍ତ୍ୱ ରହିଛି । ଆପଣ ଯାହା ବି ଲୁଣ ବ୍ୟବହାର କରୁଛନ୍ତି ପ୍ରତ୍ୟେକଟିରେ ମାତ୍ରା କୁ ଧ୍ୟାନ ଦେବା ଉଚିତ ।

    କେଉଁଥିରେ ରହିଥାଏ ଅଧିକ ସୋଡିୟମ : କେବଳ ଲୁଣରେ ନୁହେଁ ବରଂ ଅନ୍ୟ ଜିନିଷରେ ମଧ୍ୟ ଅଧିକ ମାତ୍ରାରେ ସୋଡିୟମ ରହିଥାଏ । ଏହାକୁ ଖାଇବା ଦ୍ୱାରା ସୋଡିୟମର ମାତ୍ରାକୁ ରହିଥାଏ । ଏହାକୁ ଖାଇବା ଦ୍ୱାରା ସୋଡିୟମର ମାତ୍ରାକୁ ସଠିକ ଭାବେ ସନ୍ତୁଲିତ କରି ରଖିନଥାଏ । ତେଣୁ ବଜାର ଜନିତ ଦ୍ରବ୍ୟ ଏବଂ ଫାଷ୍ଟଫୁଡ ଭଳି ଖାଦ୍ୟ ଠାରୁ ଦୂରେଇରହିବା ଜରୁରୀ । ବଜାରରେ ବିକ୍ରି ହେଉଥିବା ଜିନିଷରେ ମଧ୍ୟ ସୋଡିୟମର ଭାଗ ମିଶିକରି ରହିଥାଏ । ତେବେ ଏଥିପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.5 ° C
    22.5 °
    22.5 °
    37 %
    1.3kmh
    35 %
    Mon
    36 °
    Tue
    36 °
    Wed
    36 °
    Thu
    36 °
    Fri
    37 °

    ସମ୍ବନ୍ଧିତ