Friday, April 10, 2026
25.6 C
Odisha

    ଦିନକୁ ଦିଅନ୍ତୁ ମାତ୍ର 30 ମିନିଟ୍, କେବେ ହେବନି ହୃଦଘାତ କି ଦରକାର ପଡ଼ିବନି ଔଷଧ

    ଆଗକୁ ପଢନ୍ତୁ

     

    ଦିଲ୍ଲୀ ଏମ୍ସର ଅଧ୍ୟୟନ ଅନୁସାରେ, ଆପଣ ଦୈନନ୍ଦିନ ଜୀବନରେ ମାତ୍ର ୩୦ ମିନିଟ୍ ସମୟ ଦେଇ ହୃଦ୍‌ଘାତକୁ ଏଡ଼ାଇ ପାରିବେ । ଏପରିକି ଏହି ପଦ୍ଧତି ଆପଣାଇ ସୁସ୍ଥ ହୋଇ ପାରିବେ ହୃଦ୍‌ଘାତ ଆକ୍ରାନ୍ତ ରୋଗୀ । ଏଥିପାଇଁ ନିୟମିତ ଚିକିତ୍ସା ସହ ଫିଜିଓଥେରାପି ଓ ସନ୍ ଲାଇଟ୍ ଥେରାପି ନେବାକୁ ପଡ଼ିବ ।

    ସୂର୍ଯ୍ୟ କିରଣରେ ଅଧ ଘଣ୍ଟା

    ହୃଦ୍‌ଘାତ ରୋଗୀଙ୍କୁ ପ୍ରତିଦିନ ୩୦ ଘଣ୍ଟା ସୂର୍ଯ୍ୟ କିରଣରେ ବସିବାକୁ ପଡ଼ିବ । ଯାହାଦ୍ଵାରା ରୋଗୀ ସୁସ୍ଥ ହେବା ସହ ସେମାନଙ୍କ ଜୀବନଶୈଳୀ ଉନ୍ନତ ହେବ । ହୃଦ୍‌ଘାତ ପରବର୍ତ୍ତୀ ସମୟରେ ଏହି ଉପାୟ ଫଳଦାୟକ ହେବ । ଏହା କେବଳ ରୋଗୀଙ୍କୁ ଅଯଥା ଖର୍ଚ୍ଚାନ୍ତରୁ ରୋକିବ ତା ନୁହେଁ । ଏହି ସରଳ ସୂତ୍ରକୁ ଆପଣ ଘରେ ମଧ୍ୟ ଆପଣାଇ ପାରିବେ ।

    ସୂର୍ଯ୍ୟ କିରଣ ଥେରାପି

    ୨୦୨୩ ନଭେମ୍ବରରୁ ଏପ୍ରିଲ୍ ୨୦୨୫ ମଧ୍ୟରେ ଏମ୍ସ ଏହି ଅଧ୍ୟୟନ କରିଥିଲା । ଯେଉଁଥିରୁ ଜଣାପଡ଼ିଛି, ହୃଦ୍‌ଘାତର ଶିକାର ଲୋକ ପ୍ରତିଦିନ ଖରାରେ ୩୦ ମିନିଟ୍ ବସିବା ଦ୍ଵାରା ସେମାନଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସୁଛି ।

    ୧୮ରୁ ୮୦ ବୟସ୍କ ଲୋକଙ୍କ ଉପରେ ଏମ୍ସ ଏହି ଅଧ୍ୟୟନ କରିଛି । ବିଗତ ମାସରେ ହୃଦ୍‌ଘାତର ଶିକାର ହୋଇଥିବା ଆକ୍ରାନ୍ତଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ସ୍ଵାସ୍ଥ୍ୟରେ ସୁଧାର ଆସିବା ସହ ସେମାନଙ୍କ ନିଦ୍ରା ଏବଂ ମନୋଭାବରେ ଉନ୍ନତି ଘଟିଛି । ବିଗତ ଦିନରେ ଅନେକ ଯୁବ କଳାକାର ମଧ୍ୟ ହୃଦ୍‌ଘାତର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ତଥ୍ୟ ଅନୁସାରେ ଭାରତରେ ୨୦୨୧ରେ ୧୨ ଲକ୍ଷ ୫୦ ହଜାର ଲୋକ ନୂଆ କରି ହୃଦ୍‌ଘାତର ଶିକାର ହୋଇଥିବା ବେଳେ ୯ ଲକ୍ଷ ୪୦ ହଜାର ଲୋକ ହୃଦ୍‌ଘାତ ସହ ବଞ୍ଚୁଛନ୍ତି ।

    କେମିତି ହେଲା ଅଧ୍ୟୟନ ?

    • ୨୦୦ରୁ ଅଧିକ ହୃଦ୍‌ଘାତ ଆକ୍ରାନ୍ତଙ୍କୁ ସ୍କ୍ରିନିଂ ପରେ ୪୦ ଜଣଙ୍କୁ ବଛା ଯାଇ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଥିଲା ।
    • ପ୍ରଥମ ଗ୍ରୁପରେ ନିୟମିତ ମେଡିକାଲ୍ ଚେକ୍ ଅପ୍ ଚାଲିଥିଲା । ଦ୍ଵିତୀୟ ଗ୍ରୁପକୁ ଚିକିତ୍ସା ସହ ଦୁଇ ସପ୍ତାହ ପର୍ଯ୍ୟନ୍ତ ଦିନେ ଛଡ଼ା ଦିନେ ୩୦ ମିନିଟ୍ ପର୍ଯ୍ୟନ୍ତ ଖରାରେ ବସା ଯାଇଥିଲା ।
    • ହାଲୁକା ଖରାରେ ବସାଯିବା ସହ ଲକ୍ସ ମିଟରରେ ଲଗାତାର ନଜର ରଖା ଯାଇଥିଲା ।
    • ୩ ମାସ ପର୍ଯ୍ୟନ୍ତ ଆକ୍ରନ୍ତଙ୍କ ଶାରୀରିକ କ୍ଷମତା, ମନୋଭାବ, ନିଦ ଆଦିରେ ଉନ୍ନତି ପରିଲକ୍ଷିତ କରାଯାଇଥିଲା ।

    ଅଧ୍ୟୟନରୁ ନିଷ୍କର୍ସ

    ଡାକ୍ତରଙ୍କ ଅନୁସାରେ, ସୂର୍ଯ୍ୟ କିରଣ ଥେରାପି ନେଇଥିବା ଆକ୍ରାନ୍ତଙ୍କୁ ଭଲ ନିଦ୍ରା ଆସିଛି । ନିଦ ସହ ସେମାନଙ୍କ ମନୋଭାବ ଓ ମାନସିକ ସ୍ଥିତି ସୁଧୁରିଛି । ଦୈନନ୍ଦିନ କାର୍ଯ୍ୟରେ ଆତ୍ମନିର୍ଭରତା ବୃଦ୍ଧି ପାଇଛି ।

    ବିଶେଷଜ୍ଞଙ୍କ ଅନୁସାରେ, ସୂର୍ଯ୍ୟ କିରଣ ଶରୀରର ବାୟୋଲଜିକାଲ୍ କ୍ଲକକୁ ଠିକ୍ କରେ । ଭିଟାମିନ୍ ଡି ବୃଦ୍ଧିରେ ସହାୟକ ହୁଏ ଏବଂ ଯନ୍ତ୍ରଣାକୁ କମ କରି ହୃଦ୍‌ଘାତରୁ ସୁସ୍ଥ କରିଥାଏ ।

    ସେପଟେ ବ୍ୟାୟାମ – ଏବଂ ବିଶେଷକରି ଦୌଡ଼ିବା – ହୃଦୟକୁ ଶକ୍ତିଶାଳୀ ରଖିବାର ସବୁଠାରୁ ସରଳ ଉପାୟ ଭାବରେ ଦେଖାଯାଏ।

    ଯଦି ଆପଣ ପ୍ରତିଦିନ 30-40 ମିନିଟ୍ ପାଇଁ ବ୍ୟାୟାମ କରନ୍ତି, ତେବେ ଆପଣ ଅତି କମରେ 10 ମିନିଟ୍ ଦୌଡ଼କୁ ସାମିଲ କରିବା ଉଚିତ; ତଥାପି, ଧୀରେ ଧୀରେ ଆରମ୍ଭ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ମୃଦୁ ଚାଲିବା ସହିତ ଆରମ୍ଭ କରନ୍ତୁ, ଏବଂ ତା’ପରେ ଦୌଡ଼ରେ ପରିବର୍ତ୍ତନ କରନ୍ତୁ। ଯଦି ଆପଣ ଦୌଡ଼ିବା ସମୟରେ ଛାତି ଭାରୀ ହେବା, ଅତ୍ୟଧିକ ଝାଳ ବାହାରିବା କିମ୍ବା କୌଣସି ଅସୁବିଧା ଅନୁଭବ କରନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ବ୍ୟକ୍ତିବିଶେଷ, 40 ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ ଦୌଡ଼ ଆରମ୍ଭ କରିବା ପୂର୍ବରୁ ହୃଦ୍‌ରୋଗ ଯାଞ୍ଚ କରିବା ଉଚିତ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.6 ° C
    25.6 °
    25.6 °
    44 %
    0.9kmh
    0 %
    Thu
    26 °
    Fri
    37 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ