Wednesday, April 1, 2026
30.8 C
Odisha

    ଦିଲ୍ଲୀରେ ପହଞ୍ଚିଲେ ମହାନ ଫୁଟ୍‌ବଲର୍‌ ଲିଓନେଲ୍ ମେସି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ପରେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ୍ ଖେଳାଳି ଲିଓନେଲ ମେସି । ଆଜି ତାଙ୍କର “GOAT Tour India 2025″ର ଶେଷ ପର୍ଯ୍ୟାୟ ପାଇଁ ସେ ଦିଲ୍ଲୀ ଯାଇଛନ୍ତି।

    ସୂଚନା ମିଳିଛି ଯେ, ଖରାପ ପାଗ ଯୋଗୁଁ ମୁମ୍ବାଇରୁ ତାଙ୍କର ବିମାନ ଦିଲ୍ଲୀରେ ପହଞ୍ଚିବାକୁ ବିଳମ୍ବ ହୋଇଥିଲା। ସକାଳ ୧୦ଟା ୪୫ରେ ଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା।କିନ୍ତୁ କୁହୁଡ଼ି ଯୋଗୁଁ ତାଙ୍କର ଚାର୍ଟର୍ଡ ବିମାନ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପରାହ୍ନ ୨ଟା ୩୦ରେ ପହଞ୍ଚିବା ପରେ, ସେ ସିଧା ଲୀଲା ପ୍ୟାଲେସ୍ ହୋଟେଲକୁ ଯାଇଥିଲେ। ସେଠାରେ କିଛି ବଛା ବଛା ବ୍ୟକ୍ତିଙ୍କୁ ଭେଟିବା ପାଇଁ ପ୍ରାୟ ଏକ ଘଣ୍ଟା ସମୟ ବିତାଇବା ପରେ କିଛି ସମୟ ମଧ୍ୟରେ ସେ ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ, ଯାହାର ଟିକେଟ୍ ବିକ୍ରି ହୋଇସାରିଛି। ସେ ମିଆମି ଫେରିବା ପାଇଁ ବିମାନବନ୍ଦରକୁ ଯିବା ପୂର୍ବରୁ ପୁରୁଣା କିଲାରେ ଏକ ଫଟୋ ସୁଟରେ ମଧ୍ୟ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି। ତେବେ ମେସିଙ୍କୁ ଅପେକ୍ଷା କରି ହଜାର ହଜାର ପ୍ରଶଂସକ ତାଙ୍କୁ ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଅପେକ୍ଷା କରି ରହିଛନ୍ତି। ଫୁଟବଲ୍ ସୁପରଷ୍ଟାରଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ମନରେ ଥିବା ଉତ୍ସାହ ସ୍ପଷ୍ଟ ବାରି ହୋଇପଡ଼ୁଛି। ଲୋକଙ୍କ ଗହଳିରେ ଷ୍ଟାଡ଼ିୟମ ଫାଟି ପଡ଼ୁଛି। ରବିବାର ମୁମ୍ବାଇରେ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର, ଆଇଏସ୍‌ଏଲ୍ ଦଳ ବେଙ୍ଗାଲୁରୁ ଏଫ୍‌ସି ଏବଂ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍‌ସର ଅନ୍ୟତମ ମାଲିକ ପାର୍ଥ ଜିନ୍ଦଲଙ୍କ ଭଳି ମାନ୍ୟଗଣ୍ୟଙ୍କୁ ଭେଟିଥିଲେ ମେସି। ଭାରତର କିଛି ପ୍ରତିଭାବାନ ତଥା ଉଦୀୟମାନ ଫୁଟ୍‌ବଲ୍ ତାରକାଙ୍କୁ ସଫଳତାର ମନ୍ତ୍ର ବି ବାଣ୍ଟିଥିଲେ। ରବିବାର ପୁରା ମୁମ୍ବାଇକୁ ଯେମିତି ମେସି ମାନିଆ ଗ୍ରାସିଥିଲା। ସହର ସାରା ମେସିଙ୍କ ବଡ଼ ବଡ଼ ପୋଷ୍ଟର୍ ଦେଖିବାକୁ ମିଳିଥିଲା। ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସଚିନ ତାଙ୍କୁ ନିଜ ଦସ୍ତଖତ ସମ୍ବଳିତ ଜର୍ସି ଉପହାର ସ୍ବରୂପ ଦେଇଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ, ବଲିଉଡ୍ ଅଭିନେତା ଅଜୟ ଦେବଗନ, ଟାଇଗର ସ୍ରଫ୍‌ଙ୍କ ସହ ହଜାର ହଜାର ଫୁଟ୍‌ବଲ୍‌ପ୍ରେମୀ ମେସିଙ୍କୁ ପ୍ରତ୍ୟକ୍ଷରେ ଦେଖିବାର ସୁଯୋଗ ପାଇଥି‌ଲେ। ତେବେ ସବୁଠୁ ମୂଲ୍ୟବାନ ଉପହାର ସମ୍ଭବତଃ ଭାରତୀୟ ଫୁଟ୍‌ବଲ୍ ଦଳର ପୂର୍ବତନ ଅଧିନାୟକ ସୁନୀଲ ଛେତ୍ରୀ ପାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    34 %
    3.3kmh
    2 %
    Wed
    33 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ