Sunday, November 15, 2026
20.2 C
Odisha

    ଦିଲ୍ଲୀରେ ପ୍ରଦୂଷଣର ଭୟଙ୍କର ସ୍ଥିତି, ୪୦୦ ପାର୍ କଲା AQI

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀ ଏନ୍‌ସିଆର୍‌ରେ ଥମିବାର ନାଁ ନେଉନି ବାୟୁ ପ୍ରଦୂଷଣ । ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ରାଜଧାନୀର ବାୟୁର ଗୁଣବତ୍ତା । ବର୍ତ୍ତମାନ ଦିଲ୍ଲୀର ବାୟୁ ଗୁଣବତ୍ତା  ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଛି । ଆଜି ସକାଳେ ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୫୪ ରେକର୍ଡ କରାଯାଇଛି। ତେବେ ଅନେକ ଅଞ୍ଚଳରେ AQI ୪୦୦ ଅତିକ୍ରମ କରିବା ସହ ବାୟୁର ଗୁଣବତ୍ତା ‘ଗମ୍ଭୀର’ (Severe) ଶ୍ରେଣୀରେ ପହଞ୍ଚିଛି।

    ତଥ୍ୟ ଅନୁଯାୟୀ, ଏନ୍‌ଆଇଏଚ୍ ନରେଲାରେ AQI ୪୨୨, ଆଇଟିଓରେ ୪୧୫ ଏବଂ ପୁସାରେ ୪୦୫ ରେକର୍ଡ କରାଯାଇଛି। ସେହିପରି ବସୁନ୍ଧରା ଏନ୍‌କ୍ଲେଭ୍‌ରେ ୩୮୧, ତାଲକଟୋରା ଗାର୍ଡେନ୍‌ରେ ୩୮୦, ମୁଣ୍ଡକାରେ ୩୭୯, ବୱାନାରେ ୩୭୫ ଏବଂ ସିରିଫୋର୍ଟରେ ୩୭୦ AQI ରେକର୍ଡ ହୋଇଛି। ଏହି ସମସ୍ତ ଅଞ୍ଚଳରେ PM2.5 ପ୍ରଦୂଷଣ ସ୍ୱାସ୍ଥ୍ୟ ପାଇଁ ଗମ୍ଭୀର ଚିନ୍ତାର କାରଣ ପାଲଟିଛି।

    ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାୟରନମେଣ୍ଟ (CSE) ଏବଂ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ଡିସିଜନ୍ ସପୋର୍ଟ ସିଷ୍ଟମ୍ (DSS)ର ତଥ୍ୟ ଅନୁଯାୟୀ, ଦିଲ୍ଲୀର ସ୍ଥାନୀୟ ପ୍ରଦୂଷଣରେ ଯାନବାହନରୁ ନିର୍ଗତ ଧୂଆଁର ଅବଦାନ ସର୍ବାଧିକ ୨୦.୨%ରୁ ୫୨% ପର୍ଯ୍ୟନ୍ତ ରହିଛି। ଅନ୍ୟପକ୍ଷରେ, ଦିଲ୍ଲୀର ମୋଟ PM2.5 ପ୍ରଦୂଷଣର ୫୪.୪୩% ପଡ଼ୋଶୀ ଏନ୍‌ସିଆର୍ ଜିଲ୍ଲାଗୁଡ଼ିକରୁ ପବନ ସହ ଆସୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

    ସେହିପରି କ୍ଷେତରେ ପରାଳି ଜାଳିବା ଯୋଗୁଁ ହେଉଥିବା ପ୍ରଦୂଷଣର ଅବଦାନ ହ୍ରାସ ପାଇ ପ୍ରାୟ ୯.୨%ରୁ ୧୪% ମଧ୍ୟରେ ରହିଛି। ବିଶେଷଜ୍ଞଙ୍କ ମତରେ, ପରାଳି ଜାଳିବା ହ୍ରାସ ପାଇଥିଲେ ମଧ୍ୟ ସ୍ଥାନୀୟ ପ୍ରଦୂଷଣ ଏବଂ ପବନର ବେଗ କମ୍ ରହିବା ଯୋଗୁଁ ପ୍ରଦୂଷିତ ବାୟୁ ବାହାରକୁ ବାହାରି ପାରୁନାହିଁ। ଫଳରେ ଦିଲ୍ଲୀରେ ପ୍ରଦୂଷଣ ସ୍ତର କମିବାର ନାଁ ନେଉନାହିଁ।

    ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ସମଗ୍ର ଦିଲ୍ଲୀ-ଏନ୍‌ସିଆର୍‌ରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ (GRAP)ର ତୃତୀୟ ପର୍ଯ୍ୟାୟର କଟକଣା ଲାଗୁ କରିଛି। ଏହି କଟକଣା ଅନୁଯାୟୀ, ସମସ୍ତ ଅଣ-ଜରୁରୀ ନିର୍ମାଣ ଓ ଭଙ୍ଗାଭଙ୍ଗି କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି।

    ଏଥିସହ ଦିଲ୍ଲୀ ଟ୍ରାଫିକ୍ ପୋଲିସ୍ ମଧ୍ୟ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିଛି। ଅନ୍ତଃରାଜ୍ୟ ସମନ୍ୱୟ ବୈଠକ ପରେ ଦିଲ୍ଲୀର ସୀମା ଏବଂ ବିକଳ୍ପ ପ୍ରବେଶ ପଥଗୁଡ଼ିକରେ ଯାନବାହନ ଯାଞ୍ଚ ବଢ଼ାଯାଇଛି। ଦିଲ୍ଲୀ ବାହାରେ ପଞ୍ଜୀକୃତ BS6 ମାନଦଣ୍ଡଠାରୁ କମ୍ ମାନର ଯାନବାହନର ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ଏହା ସହିତ ୧୦ ବର୍ଷ ପୁରୁଣା ଡିଜେଲ୍ ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ୍ ଗାଡ଼ି ଜବତ କରିବା ସହ ବୈଧ PUC ପ୍ରମାଣପତ୍ର ନଥିବା ଗାଡ଼ିଗୁଡ଼ିକର ଚାଲାଣ କାଟିବା ଅଭିଯାନ ଜୋରଦାର କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.2 ° C
    20.2 °
    20.2 °
    78 %
    1.5kmh
    99 %
    Sun
    20 °
    Mon
    27 °
    Tue
    27 °
    Wed
    26 °
    Thu
    21 °

    ସମ୍ବନ୍ଧିତ