Sunday, November 15, 2026
24.2 C
Odisha

    ଦେବ୍ରିଗଡ଼ରେ ବୁଲୁଛି ଛତିଶଗଡ଼ର ବାଘ! କ୍ୟାମେରା ଟ୍ରାପ୍‌ରୁ ମିଳିଲା ବଡ଼ ପ୍ରମାଣ

    ଆଗକୁ ପଢନ୍ତୁ

    ବୁର୍ଲା : ଚଳିତ ନଭେମ୍ବର ମାସରେ ଓଡ଼ିଶାର ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଠାବ ହୋଇଥିବା ଏକ ବିରଳ ଅଣ୍ଡିରା ମହାବଳ ବାଘର ଗତିପଥ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଛତିଶଗଡ଼ ବନ ବିଭାଗ ପକ୍ଷରୁ ମିଳିଥିବା କ୍ୟାମେରା ଟ୍ରାପ୍‌ ଫଟୋ ଏବଂ ବାଘ ଦେହରେ ଥିବା ପଟା ଚିହ୍ନ (ଷ୍ଟ୍ରାଇପ୍‌ ପ୍ୟାଟର୍ନ)ର ବିଶ୍ଳେଷଣରୁ ଏହି ଅଣ୍ଡିରା ମହାବଳ ବାଘଟି ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରୁ ଆସିଥିବା ସ୍ପଷ୍ଟ ହୋଇଛି। ଏନେଇ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି।
    ତାଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ନଭେମ୍ବର ୯ ତାରିଖରେ ଉକ୍ତ ମହାବଳ ବାଘଟି ପ୍ରଥମେ ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଠାବ ହୋଇଥିଲା। ଛତିଶଗଡ଼ ବନ ବିଭାଗର ଅଧିକାରୀଙ୍କଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏହି ମହାବଳ ବାଘଟି ୨୦୨୫ ମସିହାରେ ପ୍ରାୟ ଛଅ ମାସ ଧରି ଉଦନ୍ତୀ-ସୀତାନଦୀ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଅଞ୍ଚଳରେ ବିଚରଣ କରୁଥିବାର ଦୃଶ୍ୟ କ୍ୟାମେରା ଟ୍ରାପ୍‌ରେ କଏଦ ହୋଇଥିଲା। ବର୍ତ୍ତମାନ ଏହି ବାଘର ଗତିବିଧି ସମ୍ପର୍କିତ ଅଧିକ କ୍ୟାମେରା ଟ୍ରାପ୍‌ ତଥ୍ୟର ବିଶ୍ଳେଷଣ ଜାରି ରହିଛି।
    ଅନ୍ୟପକ୍ଷରେ, ଏହି ମହାବଳ ବାଘଟି ମୂଳତଃ ମହାରାଷ୍ଟ୍ରରୁ ଆସିଥାଇପାରେ ବୋଲି ବନ ବିଭାଗର ଅଧିକାରୀମାନେ ଅନୁମାନ କରୁଛନ୍ତି। ତେବେ ମହାରାଷ୍ଟ୍ରରୁ ଏହାର ଯାତ୍ରା ଆରମ୍ଭ ହୋଇଥିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି କ୍ୟାମେରା ଟ୍ରାପ୍‌ ପ୍ରମାଣ ମିଳିପାରିନାହିଁ। ତେଣୁ ବାଘଟିର ପୂର୍ବ ଗତିବିଧି ଓ ସମ୍ପୂର୍ଣ୍ଣ ଯାତ୍ରାପଥ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଦେବ୍ରିଗଡ଼ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ)ଙ୍କୁ ଅନୁରୋଧ କରାଯାଇଛି ବୋଲି ଡିଏଫ୍‌ଓ ଦାସ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.2 ° C
    24.2 °
    24.2 °
    70 %
    1.1kmh
    27 %
    Sun
    21 °
    Mon
    27 °
    Tue
    27 °
    Wed
    26 °
    Thu
    22 °

    ସମ୍ବନ୍ଧିତ