Saturday, October 10, 2026
21.6 C
Odisha

    ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ସାଂଘାତିକ; ୭୦% ପରିବାରକୁ ଗଳା ଯନ୍ତ୍ରଣା ଏବଂ କାଶ ଭଳି ରୋଗ

    ଆଗକୁ ପଢନ୍ତୁ

    ଯାନବାହନରୁ ନିର୍ଗତ ଧୂଆଁ ଏବଂ ନଡ଼ା ଜଳା ଯୋଗୁ ଦିଲ୍ଲୀ ସମେତ ଏନସିଆର ଅଞ୍ଚଳର ପ୍ରଦୂଷଣ ସ୍ଥିତି ଚିନ୍ତାଜନକ ରହିଥିଲା ବେଳେ ଦୀପାବଳି ପରେ ଏହି ସ୍ଥିତି ଆହୁରି ଉଦବେଗଜନକ ହୋଇପଡ଼ିଛି। ପ୍ରଦୂଷଣର ମାତ୍ରା ଏତେ ବୃଦ୍ଧି ପାଇଛି ଯେ, ବର୍ତ୍ତମାନ ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ପାଲଟିଛି । ଏହାକୁ ନେଇ ଦିଲ୍ଲୀବାସୀଙ୍କ ସ୍ଥିତି ମଧ୍ୟ ଦିନକୁ ଦିନ ଚିନ୍ତାଜନକ ହୋଇପଡ଼ୁଛି।

    ଏ ସମ୍ପର୍କରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ବର୍ତ୍ତମାନ ୭୦ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା ଏବଂ କାଶ ଭଳି ପ୍ରଦୂଷଣଜନିତ ରୋଗରେ ପୀଡିତ ରହିଥିବା ଜଣାପଡ଼ିଛି। ବିଶେଷକରି ଦିଲ୍ଲୀବାସିନ୍ଦା ପ୍ରଦୂଷଣ ଯୋଗୁଁ ଶ୍ବାସ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଭୋଗୁଛନ୍ତି। ଦିଲ୍ଲୀର ବାୟୁ ଗୁଣବତ୍ତା ଦିନକୁ ଦିନ ଅଧିକ ଖରାପ ହେଉଥିବାରୁ ପ୍ରତି ୧୦ଟି ପରିବାରରୁ ପ୍ରାୟ ୭ ପରିବାର ପ୍ରଭାବିତ ହୋଇଥିବା କୁହାଯାଇଛି। ଯାହାକୁ ନେଇ ଦିଲ୍ଲୀ-ଏନସିଆର ଅଞ୍ଚଳରେ ୬୯ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା ଏବଂ କାଶ ଭଳି ପ୍ରଦୂଷଣ ଜନିତ ରୋଗରେ ପୀଡିତ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ