Thursday, December 26, 2024
25.5 C
Odisha

    ଦିଲ୍ଲୀରେ ଲାଗୁ ହୋଇଥିବା ଗ୍ରାପ୍‌-୪ କଟକଣା ପ୍ରତ୍ୟାହାର :ସୁପ୍ରିମକୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଦିଲ୍ଲୀ ଓ ଏନ୍‌ସିଆର (ଜାତୀୟ ରାଜଧାନୀ ଅଞ୍ଚଳ)ରେ ବାୟୁ ପ୍ରଦୂଷଣ ସ୍ଥିତିରେ ଉନ୍ନତି ଘଟିଛି। ପ୍ରଦୂଷଣ ସ୍ଥିତିରେ ଉନ୍ନତି ଯୋଗୁଁ ଦିଲ୍ଲୀରେ ଲାଗୁ କରାଯାଇଥିବା ଗ୍ରାପ୍‌-୪ କଟକଣା ପ୍ରତ୍ୟାହାର କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଗୁରୁବାର ଦିଲ୍ଲୀରେ ଏକ୍ୟୁଆଇ (ବାୟୁ ମାନକ ସୂଚକାଙ୍କ) ୧୬୧ ରହିଥିବାରୁ କଟକଣା ପ୍ରତ୍ୟାହାର ପାଇଁ ଅନୁମତି ଦିଆଯାଇଛି। ଦୀପାବଳି ପରଠାରୁ ଦିଲ୍ଲୀର ଏକ୍ୟୁଆଇ ୪୦୦ରୁ ୫୦୦ ମଧ୍ୟରେ ରହୁଥିଲା। ମାନଦଣ୍ଡ ଅନୁଯାୟୀ ୧୦୧-୨୦୦ ଏକ୍ୟୁଆଇକୁ ସ୍ବାଭାବିକ କୁହାଯାଉଥିବାବେଳେ ୪୦୧-୫୦୦କୁ ଅତି ସାଂଘାତିକ କୁହାଯାଇଥିଲା। ପଞ୍ଜାବ ଓ ହରିୟାଣାରେ ଚାଷୀଙ୍କ ନଡାପୋଡି ଯୋଗୁଁ ଦିଲ୍ଲୀ ବାୟୁମଣ୍ଡଳ ଅତ୍ୟନ୍ତ ପ୍ରଦୂଷିତ ହେଉଛି।ଏହାସାଙ୍ଗକୁ ଦୀପାବଳିରେ ଲଗାମଛଡା ବାଣଫୁଟା ଯୋଗୁଁ ସ୍ଥିତି ଅଧିକ ଜଟିଳ ଆକାର ଧାରଣ କରିଥିଲା। ତେବେ ଦିଲ୍ଲୀ ଓ ଏନସିଆରରେ ଗ୍ରାପ୍‌-୨ କଟକଣା ବଳବତ୍ତର ରଖିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଯଦି ଅଗାମୀ ଦିନରେ ଏକ୍ୟୁଆଇ ୩୦୦ ଅତିକ୍ରମ କରିବ, ତେବେ ଦିଲ୍ଲୀ/ଏନସିଆରେ ଗ୍ରାପ୍‌-୩ ଏବଂ ୪୦୦ ଟପିଲେ ଗ୍ରାପ୍‌-୪ କଟକଣା ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ସିଏମକ୍ୟୁଏମ (କମିସନ ଫର୍‌ ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ)କୁ କଡା ନିର୍ଦେଶ ଦିଆଯାଇଛି। ଗ୍ରାପ୍‌ ୩ ଓ ୪ କଟକଣା ଅନୁଯାୟୀ ଦିଲ୍ଲୀ ସହର ମଧ୍ୟକୁ ବିଏସ-୪ ଡିଜେଲ ଚାଳିତ ଟ୍ରକ କିମ୍ବା ଭାରୀଯାନ ପ୍ରବେଶ କରିବ ନାହିଁ।

    ସମସ୍ତ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିବାବେଳେ କୃତ୍ରିମ ବର୍ଷାର ଆୟୋଜନ କରାଯାଇଥାଏ। ଅପରପକ୍ଷରେ ଗ୍ରାପ୍‌-୨ କଟକଣା ଅନୁଯାୟୀ ସହରରେ କୋଇଲା ଓ କାଠ ଜାଳେଣିର ବ୍ୟବହାରକୁ ବନ୍ଦ କରାଯାଉଥିବାବେଳେ ଡିଜେଲ ଚାଳିତ ଜେନେରେଟର, ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ କରାଯାଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.5 ° C
    25.5 °
    25.5 °
    69 %
    1.4kmh
    92 %
    Thu
    25 °
    Fri
    28 °
    Sat
    29 °
    Sun
    29 °
    Mon
    28 °

    ସମ୍ବନ୍ଧିତ