Saturday, April 4, 2026
29.2 C
Odisha

    ଦିଲ୍ଲୀ ଡାକ୍ତରଖାନାରେ ରୋଗୀଙ୍କୁ ଗୁଳି କଲେ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ : ଆଜି ଦିଲ୍ଲୀର ଏକ ସରକାରୀ‌ ଡାକ୍ତରଖାନାରେ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀକୁ ଜଣେ ୧୮/୧୯ ବର୍ଷର ଯୁବକ ଗୁଳି କରି ହତ୍ୟା କରିଛି। ହତ୍ୟାକାଣ୍ଡ ଘଟାଇବା ପରେ ସେଠାରୁ ଅତି ରହସ୍ୟଜନକ ଭାବେ ଫେରାର୍‌ ହୋଇଯାଇଛି। ଅତିରିକ୍ତ ପୁଲିସ ଉପ-କମିସନର ବିଷ୍ଣୁ କୁମାର ଶର୍ମାଙ୍କ ସୂଚନାନୁସାରେ, ଜୁନ୍‌ ୨୩ ତାରିଖରେ ଖଜୁରିଖାସ ଇଲାକାର ରିଆଜୁଦ୍ଦିନ୍‌ (୩୫)ପେଟ ଯନ୍ତ୍ରଣା ନିମନ୍ତେ ଗୁରୁ ତେଗ୍‌ ବାହାଦୁର ସରକାରୀ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ପେଟରେ ଅସ୍ତ୍ରୋପଚାର ପରେ ରିଆଜୁଦ୍ଦିନ୍‌ ହସ୍‌ପିଟାଲ୍‌ରେ ରହି ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍‌ଣ ୪ଟା ବେଳେ ଡାକ୍ତର ରିଆଜୁଦ୍ଦିନଙ୍କୁ ପଟି ବାନ୍ଧୁଥିଲେ।ଏହି ସମୟରେ ଆକ୍ରମଣକାରୀ ସେଠାରେ ପହଞ୍ଚି ୫ ରାଉଣ୍ଡ ଗୁଳି କରିଥିଲା। ଗୁଳିଶବ୍ଦ ଶୁଣି ଡାକ୍ତର ସମେତ ଆଖପାଖର ଲୋକ ‌ଭୟରେ ଦୌଡ଼ାଦୌଡ଼ି କରିବା ବେଳେ ସେଠାରୁ ଆକ୍ରମଣକାରୀ ଖସି ପଳାଇଥିଲା। ହସ୍‌ପିଟାଲ୍‌ର ସମସ୍ତ ସିସିଟିଭିର ଯାଞ୍ଚ କରାଯାଉଛି। ଭିଡିଓର ଯାଞ୍ଚରେ ଆକ୍ରମଣକାରୀ ଜଣକର ବୟସ ୧୮-୧୯ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ଦିଲ୍ଳୀ ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ବାଜ ଚିନ୍ତାପ୍ରକଟ କରିଛନ୍ତି। ହସ୍‌ପିଟାଲ୍‌ର ସୁରକ୍ଷା ଦାୟିତ୍ବ ଅବହେଳା କରିଥିବା ବ୍ୟକ୍ତିବିଶେଷଙ୍କୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.2 ° C
    29.2 °
    29.2 °
    34 %
    1.5kmh
    98 %
    Sat
    38 °
    Sun
    37 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ