Thursday, October 22, 2026
30.1 C
Odisha

    ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେକୁ ଉଦଘାଟନ କରିଛନ୍ତି। ଏହି ଏକ୍ସପ୍ରେସୱେ ଖୋଲିବା ପରେ, ଦିଲ୍ଲୀରୁ ଡେରାଡୁନ୍ ଯାତ୍ରା କେବଳ ଅଢ଼େଇ ଘଣ୍ଟାରୁ ତିନି ଘଣ୍ଟା ଲାଗିବ।  ଯାହା ପୂର୍ବରୁ ଦିଲ୍ଲୀ-ମିରଟ-ମୁଜାଫରନଗର-ସହାରନପୁର-ଡେରାଡୁନ୍ ରୁଟ୍ ଦେଇ ୬ ଘଣ୍ଟା ସମୟ ଲାଗୁଥିଲା। ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେକୁ ଉତ୍ତର ଭାରତର ଦିଲ୍ଲୀ-ସହାରନପୁର-ଡେରାଡୁନ୍ ଅର୍ଥନୈତିକ କରିଡର ଭାବରେ ମଧ୍ୟ ଜଣାଶୁଣା। ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସପ୍ରେସୱେରେ ଯାତ୍ରା କରିଥିଲେ । ଏବଂ ଉତ୍ତର ପ୍ରଦେଶର ସହାରନପୁରରେ,ଦିଲ୍ଲୀ-ଡେରାଡୁନ ଅର୍ଥନୈତିକ କରିଡରର ଉଚ୍ଚ ଅଂଶରେ ନିର୍ମିତ ବନ୍ୟପ୍ରାଣୀ କରିଡର ପରିଦର୍ଶନ କରିଛନ୍ତି।

    ଏହି ଏକ୍ସପ୍ରେସୱେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ  ଦ୍ୱାରା ନିର୍ମିତ ହୋଇଥିଲା। ଏହି ୨୧୦ କିଲୋମିଟର ଲମ୍ବା ଏକ୍ସପ୍ରେସୱେରେ ୬ ଲେନ୍ ରହିଛି।  ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେ ପଶ୍ଚିମ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ହରିୟାଣା ଏବଂ ଅନ୍ୟାନ୍ୟ ଅଞ୍ଚଳର ଲୋକଙ୍କ ପାଇଁ  ଅଧିକ ଲାଭଦାୟକ ହେବ। ଏହା ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା କରୁଥିବା ଲୋକଙ୍କୁ ସୁବିଧା ଯୋଗାଇବା ସହ ପର୍ଯ୍ୟଟନ ଏବଂ ବାଣିଜ୍ୟ ଉଭୟକୁ ସୁଦୃଢ କରିବ। ଏହି ଏକ୍ସପ୍ରେସୱେ ଦିଲ୍ଲୀର ଅକ୍ଷୟଧାମ ମନ୍ଦିର ନିକଟରେ ଆରମ୍ଭ ହୋଇ ଉତ୍ତରାଖଣ୍ଡର ଦେହରାଡୁନ୍ ନିକଟରେ ଶେଷ ହେବ। ଦିଲ୍ଲୀର ଅକ୍ଷୟଧାମଠାରୁ ଆରମ୍ଭ କରି ଏକ୍ସପ୍ରେସୱେଟି ବାଗପାଟ, ବାରୁତ, ଶାମଲି, ମୁଜାଫରନଗର, ସାହାରନପୁର, ରାଜଜୀ ଜାତୀୟ ଉଦ୍ୟାନ ଏବଂ ଉତ୍ତରାଖଣ୍ଡର ଦେହରାଦୁନ ଦେଇ ଯାତ୍ରା କରିବ। ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.1 ° C
    30.1 °
    30.1 °
    49 %
    1.8kmh
    38 %
    Thu
    30 °
    Fri
    29 °
    Sat
    29 °
    Sun
    28 °
    Mon
    27 °

    ସମ୍ବନ୍ଧିତ