Monday, December 1, 2025
24.6 C
Odisha

    ଦିଲ୍ଲୀ ବିସ୍ଫୋରଣ ପରେ ଓଡିଶାରେ ହାଇଆଲର୍ଟ: ବିଭିନ୍ନ ସ୍ଥାନରେ ବ୍ଲକିଂ, ଟେକିଂକୁ ଜୋରଦାର କରିଛି ପୋଲିସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଦିଲ୍ଲୀ ବିସ୍ଫୋରଣ ପରେ ଓଡିଶାର କେନ୍ଦ୍ରାଞ୍ଚଳ ଅଞ୍ଚଳର ସବୁ ଜିଲ୍ଲାରେ ଜାରି ହୋଇଛି ହାଇଆଲର୍ଟ । ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର ଅଞ୍ଚଳରେ ଆଲର୍ଟ ଜାରି ହୋଇଛି । ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନ, ସମୁଦ୍ର କୂଳ ସବୁ ହାଇଆଲର୍ଟରେ ଅଛି । ସବୁ ଭାଇଟାଲ ଇନଷ୍ଟାଲେସନରେ ଜାରି ହୋଇଛି ଆଲର୍ଟ। ପୁରୀର ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ସମୁଦ୍ରକୂଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । କଟକ ବାଲିଯାତ୍ରାରେ ବି ହାଇଆଲର୍ଟ ଜାରି ହୋଇଛି । ବିଭିନ୍ନ ସ୍ଥାନରେ ବ୍ଲକିଂ, ଟେକିଂକୁ ଜୋରଦାର କରିଛି ପୋଲିସ ।  ଚନ୍ଦ୍ରଭାଗା ଓ ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ଚତୃପାର୍ଶ୍ଵ ଅଞ୍ଚଳରେ ହାଇ ଆଲାର୍ଟ । କୋଣାର୍କ ଥାନା, ଚନ୍ଦ୍ରଭାଗା ମେରାଇନ ଥାନା ଓ ରାମଚଣ୍ଡୀ ଥାନା ର ସମସ୍ତ ଷ୍ଟାପ ସଜାଗ ରହିବାକୁ ପୁରୀ ଏସ ପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    49 %
    1.9kmh
    98 %
    Mon
    25 °
    Tue
    27 °
    Wed
    27 °
    Thu
    28 °
    Fri
    27 °

    ସମ୍ବନ୍ଧିତ