Friday, January 16, 2026
27.6 C
Odisha

    ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ଇରାନର ବାୟୁସୀମାରୁ ଅଳ୍ପକେ ବର୍ତ୍ତିଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ,୧୬ ।୧(): ଇରାନରେ ସରକାର ବିରୋଧୀ ଆନ୍ଦୋଳନ ଦିନକୁ ଦିନ ଉଗ୍ରରୂପ ଧାରଣ କରୁଥିବା ବେଳେ ତେହେରାନ କର୍ତ୍ତୃପକ୍ଷ ଜୁଆଆରୀ ୧୫ରେ ନିଜର ଆକାଶମାର୍ଗକୁ ବନ୍ଦ କରିଦେଇଥିଲା । ଏଭଳି ସ୍ଥିତିରେ ଇରାନ ଆକଶମାର୍ଗ ବନ୍ଦ ହେବାର ମାତ୍ର କିଛି ମିନିଟ ପୂର୍ବରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଏକ ଇଣ୍ଡିଗୋ ବିମାନ ଅଳ୍ପକେ ବର୍ତ୍ତିିଯାଇଛି । ଏହି ବିମାନ ୬ଇ ୧୮୦୮ ଜର୍ଜିଆର ତିବିଲିସ୍‌ରୁ ଦିଲ୍ଲୀ ଆସୁଥିଲା । ଗୁରୁବାର ପ୍ରାୟ ଭୋର ୨.୩୫ ମିନିଟରେ ଏହି ବିମାନ ଇରାନର ଆକାଶମାର୍ଗ ଅତିକ୍ରମ କରିଥିଲା । ଏହାର ମାତ୍ର କିଛି ମିନିଟ୍ ପରେ ଅର୍ଥାତ ଭୋର ୩ଟାରେ ଇରାନ ତା’ର ଆକାଶମାର୍ଗ ବନ୍ଦ କରିଥିଲା । ଫଳରେ ବିମାନଟି ଅଳ୍ପକେ ବର୍ତ୍ତି ଯାଇଛି ବୋଲି କୁହାଯାଇଛି । ଇରାନ ଏହି ପଦକ୍ଷେପ ଯୋଗୁଁ ଅନେକ ଅନ୍ତର୍ଜାତୀୟ ବିମାନ ଉଡାଣ ପ୍ରଭାବିତ ହୋଇଛି । ଇଣ୍ଡିଗୋର ବାକୁ- ଦିଲ୍ଲୀ ବିମାନକୁ ଅଧାବାଟରୁ ଫେରିବାକୁ ପଡିଥିଲା । ଏହା ଫଳରେ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ଭଳି ପ୍ରମୁଖ ବିମାନ ସେବା ସଂସ୍ଥାଗୁଡିକ ଯାତ୍ରୀମାନଙ୍କ ପାଇଁ ନିର୍ଦ୍ଦେଶନାମ ଜାରି କରିଛି । ବିମାନଗୁଡିକ ବିକଳ୍ପ ରୁଟ୍‌ରେ ଯାଉଥିବାରୁ ଉଡ଼ାଣ ବିଳମ୍ବ କିମ୍ବା ବାତିଲ ହେବାର ସମ୍ଭାବନା ରହିଛି । ବିମାନ ବନ୍ଦରକୁ ଯିବା ପୂର୍ବରୁ ଯାତ୍ରୀମାନଙ୍କୁ ସେମାନଙ୍କ ଉଡାଣର ସ୍ଥିତି ଯାଞ୍ଚ୍ କରିବାକୁ ପରାମର୍ଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.6 ° C
    27.6 °
    27.6 °
    13 %
    3.3kmh
    0 %
    Fri
    25 °
    Sat
    29 °
    Sun
    30 °
    Mon
    31 °
    Tue
    32 °

    ସମ୍ବନ୍ଧିତ